ରଶିଦ୍ ଖାନ୍ ସବୁଠାରୁ ଯୁବ ଟେଷ୍ଟ କ୍ୟାପଟେନ୍

ଚଟ୍ଟୋଗ୍ରାମ୍: ଆଫଗାନିସ୍ତାନର ଷ୍ଟାର୍ ସ୍ପିନର୍ ଓ ନବନିଯୁକ୍ତ କ୍ୟାପଟେନ୍ ରଶିଦ୍ ଗୁରୁବାର ବାଂଲାଦେଶ ବିପକ୍ଷ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଟସ୍ ପକାଇବାକୁ ଆସିବା ମାତ୍ରକେ ଏକ ନୂଆ ଇତିହାସ ରଚିଛନ୍ତି। ରଶିଦ୍ ଏବେ ଟେଷ୍ଟ କ୍ରିକେଟରେ ସବୁଠାରୁ ଯୁବ କ୍ୟାପଟେନ୍ ହେବାର ଆଖ୍ୟା ଅର୍ଜନ କରିଛନ୍ତି। ରଶିଦଙ୍କ ବୟସ ୨୦ ବର୍ଷ ଓ ୩୫୦ ଦିନ। ଏହା ପୂର୍ବରୁ ଏହି ରେକର୍ଡ ଜିମ୍ବାୱେର ପୂର୍ବତନ କ୍ୟାପଟେନ୍ ଟଟେନ୍ଦା ତାଇବୁଙ୍କ ନାଁରେ ଥିଲା। ତାଇବୁ ୨୦୦୪ରେ ଶ୍ରୀଲଙ୍କା ବିପକ୍ଷ […]

rashid

rashid

Ranjit Kumar Jena
  • Published: Thursday, 05 September 2019
  • Updated: 05 September 2019, 04:19 PM IST

Sports

Latest News

ଚଟ୍ଟୋଗ୍ରାମ୍: ଆଫଗାନିସ୍ତାନର ଷ୍ଟାର୍ ସ୍ପିନର୍ ଓ ନବନିଯୁକ୍ତ କ୍ୟାପଟେନ୍ ରଶିଦ୍ ଗୁରୁବାର ବାଂଲାଦେଶ ବିପକ୍ଷ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଟସ୍ ପକାଇବାକୁ ଆସିବା ମାତ୍ରକେ ଏକ ନୂଆ ଇତିହାସ ରଚିଛନ୍ତି। ରଶିଦ୍ ଏବେ ଟେଷ୍ଟ କ୍ରିକେଟରେ ସବୁଠାରୁ ଯୁବ କ୍ୟାପଟେନ୍ ହେବାର ଆଖ୍ୟା ଅର୍ଜନ କରିଛନ୍ତି।

ରଶିଦଙ୍କ ବୟସ ୨୦ ବର୍ଷ ଓ ୩୫୦ ଦିନ। ଏହା ପୂର୍ବରୁ ଏହି ରେକର୍ଡ ଜିମ୍ବାୱେର ପୂର୍ବତନ କ୍ୟାପଟେନ୍ ଟଟେନ୍ଦା ତାଇବୁଙ୍କ ନାଁରେ ଥିଲା। ତାଇବୁ ୨୦୦୪ରେ ଶ୍ରୀଲଙ୍କା ବିପକ୍ଷ ହରାରେ ଟେଷ୍ଟରେ ପ୍ରଥମଥର ଅଧିନାୟକ ହୋଇଥିଲେ, ସେତେବେଳେ ତାଙ୍କ ବୟସ ୨୦ ବର୍ଷ ୩୫୮ ଦିନ ଥିଲା। ତାଇବୁଙ୍କ ପୂର୍ବରୁ ଏହି ରେକର୍ଡ ଭାରତର ପୂର୍ବତନ କ୍ୟାପଟେନ୍ ମନସୁର୍ ଅଲୀ ଖାନ୍ ପଟୌଦୀଙ୍କ ନାଁରେ ଥିଲା।

ମନସୁର ପଟୌଦୀ ୧୯୬୨ରେ ବ୍ରିଜଟାଉନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମାତ୍ର ୨୧ ବର୍ଷ ୭୭ ଦିନରେ ଭାରତର ନେତୃତ୍ୱ ନେଇଥିଲେ। ରଶିଦଙ୍କର ପ୍ରଥମ ସ୍ଥାନରେ ଆସିବା ଦ୍ୱାରା ଏବେ ପଟୌଦୀ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ଆଫଗାନିସ୍ତାନ ଟିମ୍ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳୁଛି। ବିଶ୍ୱକପ୍ ପରେ ରଶିଦଙ୍କୁ ତିନୋଟି ଯାକ ଫର୍ମାଟ୍ ପାଇଁ ଆଫଗାନିସ୍ତାନ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି।

୨୦୧୭ରେ ଆଫଗାନ୍ ଟିମକୁ ଟେଷ୍ଟ କ୍ରିକେଟର ମାନ୍ୟତା ମିଳିଥିଲା। ଏହି ଟିମ୍ ତା'ର ପ୍ରଥମ ଟେଷ୍ଟ ମ୍ୟାଚ୍ ଜୁନ୍, ୨୦୧୮ରେ ଭାରତ ବିପକ୍ଷରେ ଖେଳିଥିଲା। ତେବେ ଟେଷ୍ଟ କ୍ରିକେଟରେ ଆଫଗାନିସ୍ତାନର ଆରମ୍ଭ ଭଲ ରହିନଥିଲା ଏବଂ ଟିମ୍ ମାତ୍ର ୨ ଦିନ ଭିତରେ ମ୍ୟାଚ୍ ହାରିଯାଇଥିଲା। ଏହା ଆଫଗାନିସ୍ତାନର ଓଭରଅଲ୍ ତୃତୀୟ ଟେଷ୍ଟ। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷରେ ସେମାନେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚରେ ଆଫଗାନିସ୍ତାନ ଆୟର୍ଲ୍ୟାଣ୍ଡକୁ ହରାଇ ତା'ର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos