ରଶ୍ମିରଞ୍ଜନ ପରିଡା ଆସନ୍ତା ରଣଜୀ ସିଜିନର ନୂଆ ବ୍ୟାଟିଂ କୋଚ୍

ଭୁବନେଶ୍ୱର: ଆସନ୍ତା ରଣଜୀ ସିଜିନ୍ ପାଇଁ ଓସିଏ ନୂଆ ବ୍ୟାଟିଂ କୋଚ ନିଯୁକ୍ତ କରିଛି। ଓଡ଼ିଶାର ପୂର୍ବତନ କ୍ୟାପଟେନ୍ ରଶ୍ମିରଞ୍ଜନ ପରିଡାଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ୨୦ ବର୍ଷ ଧରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଆସୁଥିବା ରଶ୍ମିରଂଜନ ଉଭୟ ଓଡ଼ିଶା ରଣଜୀ ଟିମ୍ ଏବଂ ୨୩ ବର୍ଷରୁ କମ ଓଡ଼ିଶା ଟିମର ବ୍ୟାଟିଂ କୋଚ୍ ରହିବେ।