କାହିଁକି ଧୋନି ୭ ନଂରେ ଆସିଥିଲେ, କହିଲେ ଶାସ୍ତ୍ରୀ

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ୭ନଂରେ ବ୍ୟାଟିଂ କରିବାକୁ ଆସିଥିବାରୁ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ହାରିଲା ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଭାରତୀୟ କ୍ରିକେଟ ଫ୍ୟାନ୍‌ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ହେଲେ ଏହି ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଶାସ୍ତ୍ରୀ। ସେ କହିଛନ୍ତି, ଧୋନିଙ୍କୁ ୭ନଂରେ ପଠାଇବା ନିଷ୍ପତ୍ତି ଦଳର ସମସ୍ତ ସଦସ୍ୟ ମିଳିତ ଭାବେ ନେଇଥିଲେ। ଶାସ୍ତ୍ରୀ ଏକ ଗଣମାଧ୍ୟମକୁ କହିଛନ୍ତି, […]

sq

Hemant Lenka
  • Published: Saturday, 13 July 2019
  • , Updated: 13 July 2019, 04:58 PM IST

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ୭ନଂରେ ବ୍ୟାଟିଂ କରିବାକୁ ଆସିଥିବାରୁ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ହାରିଲା ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଭାରତୀୟ କ୍ରିକେଟ ଫ୍ୟାନ୍‌ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ହେଲେ ଏହି ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଶାସ୍ତ୍ରୀ। ସେ କହିଛନ୍ତି, ଧୋନିଙ୍କୁ ୭ନଂରେ ପଠାଇବା ନିଷ୍ପତ୍ତି ଦଳର ସମସ୍ତ ସଦସ୍ୟ ମିଳିତ ଭାବେ ନେଇଥିଲେ।

ଶାସ୍ତ୍ରୀ ଏକ ଗଣମାଧ୍ୟମକୁ କହିଛନ୍ତି, “ସମସ୍ତ ମିଳିତ ଭାବେ ଧୋନି ୭ନଂରେ ବ୍ୟାଟିଂ କରିବେ ବୋଲି ନିଷ୍ପତ୍ତି କରିଥିଲେ। ଏକଥା ସମସ୍ତେ ମଧ୍ୟ ଜାଣିଥିଲେ। ଆମର ଶେଷ ଭରସା ଧୋନି ରହିଥିଲେ। ଯଦି ଧୋନି ଆଗରୁ ବ୍ୟାଟିଂ କରି ଆଉଟ ହୋଇଯାଇଥାଆନ୍ତେ, ତା’ହେଲେ ଆମ ଚେଜ୍‌ ଆଉ ସମ୍ଭବ ହୋଇପାରି ନଥାନ୍ତା।

ଆମେ ଧୋନିଙ୍କ ଅଭିଜ୍ଞତାକୁ ନିମ୍ନକ୍ରମରେ ବ୍ୟବହାର କରିବାକୁ ଚାହୁଁଥିଲୁ। ସେ ଶ୍ରେଷ୍ଠ ଫିନିଶର। ଯଦି ଆମେ ତାଙ୍କୁ ନିମ୍ନକ୍ରମରେ ବ୍ୟବହାର କରି ନଥାଆନ୍ତୁ, ତା’ହେଲେ ଏହା ଏକ ଅପରାଧ ହୋଇଥାଆନ୍ତା। ପୂରା ଟିମ୍‌ ଏ ବାବଦରେ ଅବଗତ ଥିଲା। ଦଳ ଯେଉଁଭଳି ପ୍ରଦର୍ଶନ କଲା, ଗର୍ବ କରିବା କଥା।

ଯଦି ଆମେ ସେମିର ୩୦ ମିନିଟ୍‌କୁ ବାଦ ଦେବା, ତା’ହେଲେ ଆମ ଦଳ ଚଳିତ ବିଶ୍ୱକପ୍‌ର ଶ୍ରେଷ୍ଠ ଟିମ୍‌ ହେବ। ଗୋଟିଏ ମ୍ୟାଚ୍‌, ଗୋଟିଏ ସିରିଜ୍‌ ଏବଂ ୩୦ ମିନିଟ୍‌ରେ ସବୁ କିଛିର ନିଷ୍ପତ୍ତି ହୁଏନାହିଁ। ଅବଶ୍ୟ ସେମିରେ ହାରିବା, ସମସ୍ତଙ୍କୁ ଆଘାତ ଦେଇଛି। ସମସ୍ତେ ନିରାଶ ହୋଇଛନ୍ତି। ହେଲେ ଆମେ ଭଲ ଖେଳିଛୁ।”

ଭାରତର ସେମିରେ ୨୪୦ ରନ୍‌ର ଟାର୍ଗେଟ ପାଇଥିଲା। ଏହି ରନ୍‌ ପିଛା କରି ଏକଦା ଦଳ ୫ ରନ୍‌ରେ ୩ ୱିକେଟ୍‌ ହରାଇଥିଲା। ଧୋନି ୪ କିମ୍ବା ୫ ନଂରେ ଆସିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସେ ୭ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ଶେଷରେ ଭାରତ ୧୮ ରନରେ ପରାସ୍ତ ହୋଇଥିଲା।

Related story