ଆସନ୍ତାକାଲି ରିଭାଙ୍କୁ ବିବାହ କରିବେ ଜାଡେଜା,ଆଜି ଖେଳିବେନି ମ୍ୟାଚ୍‌

ରାଜକୋଟ୍: ଗୁଜରାଟ ଲାୟନ୍ସର ଅଲ୍‌-ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଜି ମୁମ୍ବାଇ ବିପକ୍ଷରେ ମ୍ୟାଚ୍‌ ଖେଳିବେ ନାହିଁ। କାରଣ ଆସନ୍ତାକାଲି ସେ ତାଙ୍କ ବାନ୍ଧବୀ ରିଭା ସୋଲାଙ୍କୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଗୁଜରାଟ ଲାୟନ୍ସର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି, “ଆସନ୍ତାକାଲି ଜାଡେଜା ବିବାହ କରିବାକୁ ଯାଉଥିବାରୁ ସେ ଦଳ ସହିତ ମୁମ୍ବାଇ ଆସି ନାହାନ୍ତି। ସେ ଆଜିର ମ୍ୟାଚ୍‌ ଖେଳିବେ ନାହିଁ। ଏହାସହ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ (ଏପ୍ରିଲ ୨୧)ରେ ମଧ୍ୟ ସେ ଖେଳିବା ନେଇ […]

Ravindra Jadeja to marry Riva tomorrow

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 11:31 AM IST

ରାଜକୋଟ୍: ଗୁଜରାଟ ଲାୟନ୍ସର ଅଲ୍‌-ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଜି ମୁମ୍ବାଇ ବିପକ୍ଷରେ ମ୍ୟାଚ୍‌ ଖେଳିବେ ନାହିଁ। କାରଣ ଆସନ୍ତାକାଲି ସେ ତାଙ୍କ ବାନ୍ଧବୀ ରିଭା ସୋଲାଙ୍କୀଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଗୁଜରାଟ ଲାୟନ୍ସର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି, “ଆସନ୍ତାକାଲି ଜାଡେଜା ବିବାହ କରିବାକୁ ଯାଉଥିବାରୁ ସେ ଦଳ ସହିତ ମୁମ୍ବାଇ ଆସି ନାହାନ୍ତି। ସେ ଆଜିର ମ୍ୟାଚ୍‌ ଖେଳିବେ ନାହିଁ। ଏହାସହ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ (ଏପ୍ରିଲ ୨୧)ରେ ମଧ୍ୟ ସେ ଖେଳିବା ନେଇ ଆଶଙ୍କା ରହିଛି। ସେ ଚଳିତ ମାସ ୨୪ ତାରିଖରେ ଆରସିବି ବିପକ୍ଷ ମ୍ୟାଚ୍‌ ରାଜକୋଟ୍‌ରେ ଖେଳିପାରନ୍ତି।”

ସୂଚନାଯୋଗ୍ୟ, ଆଇପିଏଲ୍‌ର ନବମ ସଂସ୍କରଣରେ ନୂଆ ଦଳ ଭାବେ ଗୁଜରାଟ୍‌ ଲାୟନ୍ସ ପ୍ରବେଶ କରି ୨ଟି ମ୍ୟାଚ୍‌ ଖେଳି ୨ଟି ଯାକ ଜିତିଛି। ପୁଣେ ବିପକ୍ଷ ମ୍ୟାଚ୍‌ରେ ଜାଡେଜା ୪ ଓଭର ବୋଲିଂ କରି ୧୮ ରନ୍‌ ଦେଇ ୨ଟି ମହତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ।

ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ଗୁଜରାଟ ଦଳ ତାଙ୍କ ବିବାହ ଭୋଜିରେ ଭାଗ ନେବା ଆଶା ରହିଛି।

Related story