ଆଣ୍ଟିଗୁଆ ଟେଷ୍ଟ: ଜାଡେଜାଙ୍କ ଅର୍ଦ୍ଧଶତକ, ଭାରତ ୨୯୭ ରନରେ ଅଲଆଉଟ୍

ଆଣ୍ଟିଗୁଆ: ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୨୯୭ ରନ୍ କରି ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ରାହାଣେ ସର୍ବାଧିକ ୮୧ (୧୬୩ ବଲ୍, ୧୦ ଚୌକା) ଓ ଜାଡେଜା ୫୮ (୧୧୨ ବଲ୍, ୬ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ମ୍ୟାଚର ଦ୍ୱିତୀୟ ଦିବସରେ […]

jaddu

jaddu

Ranjit Kumar Jena
  • Published: Friday, 23 August 2019
  • Updated: 23 August 2019, 09:44 PM IST

ଆଣ୍ଟିଗୁଆ: ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୨୯୭ ରନ୍ କରି ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ରାହାଣେ ସର୍ବାଧିକ ୮୧ (୧୬୩ ବଲ୍, ୧୦ ଚୌକା) ଓ ଜାଡେଜା ୫୮ (୧୧୨ ବଲ୍, ୬ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି।

ମ୍ୟାଚର ଦ୍ୱିତୀୟ ଦିବସରେ ଭାରତ ତା'ର ପୂର୍ବଦିନର ସ୍କୋର ୨୦୩/୬ରୁ ଖେଳ ଆରମ୍ଭ କରିଥିଲା। ଶୁକ୍ରବାର ଭାରତ ଶେଷ ୪ ୱିକେଟରେ ଆଉ ୯୪ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ଗତକାଲି ଅପରାଜିତ ଥିବା ରିଷଭ ପନ୍ତ ଆରମ୍ଭରୁ ହିଁ ନିଜ ୱିକେଟ୍ ହରାଇ ବସିଥିବା ବେଳେ ଜାଡେଜା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ।

ପନ୍ତ ୨୪ ରନ୍ କରିଥିବା ବେଳେ କେମାର ରୋଚଙ୍କ ବଲରେ ଜେସନ୍ ହୋଲ୍ଡରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହି ସମୟରେ ଭାରତକୁ ଏକ ପାର୍ଟନରଶିପର ଆବଶ୍ୟକ ହେଉଥିବା ବେଳେ ଜାଡେଜାଙ୍କୁ ଈଶାନ୍ତ ଶର୍ମା ଭଲ ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୬୦ ରନର ଅର୍ଦ୍ଧଶତକୀୟ ଭାଗୀଦାରୀ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଟିମ୍ ସ୍କୋର ୨୬୭ ଥିବା ବେଳେ ଈଶାନ୍ତଙ୍କୁ ଶ୍ୟାନନ୍ ଗାବ୍ରିଏଲ୍ କ୍ଲିନ୍ ବୋଲ୍ଡ କରିଥିଲେ। ଈଶାନ୍ତ ୧୯ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିଲେ।

ଏହା ପରେ ଜାଡେଜା ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୩୦୦ ନିକଟତର ପହଞ୍ଚାଇଥିଲେ। ଈଶାନ୍ତଙ୍କ ସ୍ଥାନରେ ଆସିଥିବା ମହମ୍ମଦ ଶାମି ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ବେଳେ ଯଶପ୍ରୀତ ବୁମ୍ରା ୪ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋଚ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଗାବ୍ରିଏଲ୍ ୩ଟି ଓ ରୋଷ୍ଟନ୍ ଚେଜ୍ ୨ଟି ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ପ୍ରଥମ ଦିବସରେ ବର୍ଷା ଯୋଗୁ ୬୮.୫ ଓଭର ଖେଳ ସମ୍ଭବ ହୋଇଥିଲା। ଭାରତ ୨୫ ରନରେ ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିଲା ବେଳେ ରାହାଣେ ଓ ରାହୁଲ ସ୍ଥିତି ସୁଧାରିଥିଲେ। ରାହୁଲ ୪୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଆଉଟ୍ ଫର୍ମ ରାହାଣେ ଅର୍ଦ୍ଧଶତକ ମାରି ସମାଲୋଚକଙ୍କୁ ଜବାବ ଦେଇଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୬୮ ରନର ଭାଗୀଦାରୀ କରିଥିଲେ। ମୟଙ୍କ ଅଗ୍ରୱାଲ୍ (୫), ଚେତେଶ୍ୱର ପୂଜାରା (୨) ଓ କ୍ୟାପଟେନ୍ ବିରାଟ୍ କୋହଲି (୯) ଦୁଇଅଙ୍କ ଛୁଇଁପାରିନଥିବା ବେଳେ ହନୁମା ବିହାରୀ ୩୨ ରନ୍ କରି ଆଉଟ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story