ଏହିସବୁ କାରଣ ପାଇଁ ଜିତିଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ଆଇପିଏଲର ଦ୍ୱାଦଶ ସଂସ୍କରଣର ଗୁରୁବାର ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଫିରୋଜଶାହ କୋଟଲାରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦବଦବା କାଏମ ରଖିଥିଲା। ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୨୯ ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ ୧୮.୩ ଓଭରରେ ୫ ୱିକେଟ ହରାଇ ୧୩୧ ରନ୍ କରି ବିଜୟୀ ହୋଇଥିଲା। ହାଇଦ୍ରାବାଦ ପକ୍ଷରୁ […]

hyd

hyd

Ranjit Kumar Jena
  • Published: Friday, 05 April 2019
  • Updated: 05 April 2019, 05:28 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ଦ୍ୱାଦଶ ସଂସ୍କରଣର ଗୁରୁବାର ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଫିରୋଜଶାହ କୋଟଲାରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦବଦବା କାଏମ ରଖିଥିଲା।

ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୨୯ ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ ୧୮.୩ ଓଭରରେ ୫ ୱିକେଟ ହରାଇ ୧୩୧ ରନ୍ କରି ବିଜୟୀ ହୋଇଥିଲା। ହାଇଦ୍ରାବାଦ ପକ୍ଷରୁ ଜନ୍ନି ବେୟାରଷ୍ଟୋ ସର୍ବାଧିକ ୪୮ (୨୮ ବଲ, ୯ ଚୌକା, ୧ ଛକା) ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଏହି ମ୍ୟାଚରେ ହାଇଦ୍ରାବାଦ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା। ଅନ୍ୟପକ୍ଷରେ ଦିଲ୍ଲୀ କେବଳ ଖରାପ ବୋଲିଂ କରିନାହିଁ, ବରଂ ଦଳର ଫିଲ୍ଡିଂ ଅତ୍ୟନ୍ତ ନିମ୍ନସ୍ତରର ରହିଥିଲା। ଚଳିତ ଆଇପିଏଲରେ ହାଇଦ୍ରାବାଦର ଏହା କ୍ରମାଗତ ତୃତୀୟ ବିଜୟ। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିଛି। ତେବେ ହାଇଦ୍ରାବାଦ ବିଜୟର ପ୍ରମୁଖ କାରଣ କ'ଣ, ଆସନ୍ତୁ ଜାଣିବା।

ଆଫଗାନ୍ ବୋଲରଙ୍କ ଦମଦାର ପ୍ରଦର୍ଶନ: ଆଇପିଏଲରେ ଯଦି କୌଣସି ଟିମ୍କୁ ବୋଲିଂରେ ମଜଭୁତ କୁହାଯିବ, ସେହି ଟିମ୍ ହେଉଛି ହାଇଦ୍ରାବାଦ। ହାଇଦ୍ରାବାଦ ବୋଲିଂ ଆକ୍ରମଣ ସର୍ବଦା ପ୍ରଶଂସନୀୟ ରହିଆସିଛି। ଏକ ସମୟରେ ଆଇପିଏଲରେ ସୁନୀଲ ନରିନଙ୍କ ସ୍ପିନ୍ ଯାଦୁ ଚାଲିଥିଲା। କିନ୍ତୁ ଏବେ ରଶିଦ୍ ଖାନଙ୍କ ଯାଦୁ ଦେଖିବାକୁ ମିଳୁଛି। ଦିଲ୍ଲୀ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନର ଦୁଇ ସ୍ପିନର ରଶିଦ୍ ଖାନ୍ ଓ ମହମ୍ମଦ ନବି ଚମତ୍କାର ବୋଲିଂ କରିଥିଲେ। ରଶିଦ୍ ୪.୫୦ ଇକୋନୋମୀରେ ୧୮ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ସେହିପରି ନବି ୫.୨୫ ଇକୋନୋମୀରେ ୨୧ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ନବି ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଓ ଋଷଭ ପନ୍ତଙ୍କୁ ଆଉଟ୍ କରିଥିଲେ। ସେହିପରି ରଶିଦ୍ ଦିଲ୍ଲୀ କ୍ୟାପଟେନ୍ ଶ୍ରେୟସ ଆୟରଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ।

ଦିଲ୍ଲୀର ଖରାପ ବ୍ୟାଟିଂ: ଦିଲ୍ଲୀ ଲଗାତାର ଦୁଇଟି ମ୍ୟାଚରେ ଖରାପ ବ୍ୟାଟିଂ କରିଆସୁଛି। ଦିଲ୍ଲୀ ଟିମର ବ୍ୟାଟ୍ସମ୍ୟାନ ନିଜ ନିଜର ୱିକେଟ୍ ମଧ୍ୟ ଦେଇ ବସୁଛନ୍ତି। ସବୁ ବ୍ୟାଟ୍ସମ୍ୟାନ୍ ପ୍ରଥମ ବଲରେ ଛକା ମାରିବା ନେଇ ପ୍ରୟାସ କରୁଛନ୍ତି, ଯଦ୍ଦ୍ୱାରା ବ୍ୟାଟ୍ସମ୍ୟାନ୍ ଜଣକ ଖରାପ ଶଟ୍ ଖେଳି ଆଉଟ୍ ହୋଇଥାନ୍ତି। ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପୁଣି ସେହି ଭୁଲ ଦୋହରାଇଥିଲା। ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ହିଁ କେବଳ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ଚାରିଜଣ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ହାଇଦ୍ରାବାଦ ଯେତେ ଭଲ ବୋଲିଂ କରିଥିଲା, ସେହି ତୁଳନାରେ ଦିଲ୍ଲୀ ସେତେ ଖରାପ ବ୍ୟାଟିଂ କରିଥିଲା।

ଦିଲ୍ଲୀର ନିମ୍ନସ୍ତରର ଫିଲ୍ଡିଂ: ଦିଲ୍ଲୀର ଟିମ୍ ଯୁବ ଖେଳାଳିରେ ଭରପୂର, କିନ୍ତୁ ସେମାନେ ଯେଉଁଭଳି ଭାବେ ଫିଲ୍ଡିଂ କଲେ, ତାହା ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇ ଦେଇଛି। ଏହି ମ୍ୟାଚରେ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ରନ୍ କରିଥିବା ଜନ୍ନି ବେୟାରଷ୍ଟୋ ଯେତେବେଳେ ୫ ରନରେ ବ୍ୟାଟିଂ କରୁଥିଲେ, ସେହି ସମୟରେ ଅକ୍ଷର ପଟେଲ ନିଜ ବୋଲିଂରେ ଏକ ସହଜ କ୍ୟାଚ୍ ଛାଡ଼ି ଦେଇଥିଲେ। ଜୀବନଦାନ ପାଇବା ପରେ ବେୟାରଷ୍ଟୋ ୨୮ ବଲରେ ୪୮ ରନର ଇନିଂସ୍ ଖେଳିଥିଲେ। ଦିଲ୍ଲୀ ବୋଲରମାନେ ଯେତେବେଳେ ଲଗାତାର ତିନୋଟି ୱିକେଟ ନେଇ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରୁଥିଲେ, ସେହି ସମୟରେ କଭରରେ ଫିଲ୍ଡିଂ କରୁଥିବା ଅଧିନାୟକ ଆୟର ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ଦୀପକ ହୁଡାଙ୍କ ସହଜ କ୍ୟାଚ୍ ହାତଛଡ଼ା କରିଥିଲେ। ଆଇପିଏଲରେ ଭଲ ଶୁଭାରମ୍ଭ କରିଥିବା ଦିଲ୍ଲୀକୁ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବ୍ୟାଟିଂ ଓ ଫିଲ୍ଡିଂରେ ସୁଧାର ଆଣିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story