ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଲେ ବକ୍ସିଂ ଡେ' ଟେଷ୍ଟ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଅର୍ଥାତ୍ ବକ୍ସିଂ ଡେ’ରେ ୮୦ହଜାରୁ ଅଧିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ରେ ପହଞ୍ଚିଥିଲେ, ଯାହାକି ଏହି ଦୁଇ ଦେଶ ମଧ୍ୟରେ ଏକ ରେକର୍ଡ। ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍ ଅଷ୍ଟ୍ରେଲିଆ କ୍ରିକେଟ୍ କ୍ୟାଲେଣ୍ଡରର ପ୍ରମୁଖ ଅଂଶୀଦାର। ଇଂଲଣ୍ଡ ବିପକ୍ଷ ୨୦୧୩ରେ ଆଶେଷସ୍ ମ୍ୟାଚର ପ୍ରଥମ ଦିବସରେ ୯୧,୧୧୨ ଦର୍ଶକ ଏମସିଜିରେ ପହଞ୍ଚିଥିଲେ, ଯାହା ମଧ୍ୟ ଏକ ରେକର୍ଡ। ଗୁରୁବାର ପ୍ରଥମ […]

mcg

mcg

Ranjit Kumar Jena
  • Published: Thursday, 26 December 2019
  • Updated: 26 December 2019, 05:29 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଅର୍ଥାତ୍ ବକ୍ସିଂ ଡେ'ରେ ୮୦ହଜାରୁ ଅଧିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ରେ ପହଞ୍ଚିଥିଲେ, ଯାହାକି ଏହି ଦୁଇ ଦେଶ ମଧ୍ୟରେ ଏକ ରେକର୍ଡ।

ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍ ଅଷ୍ଟ୍ରେଲିଆ କ୍ରିକେଟ୍ କ୍ୟାଲେଣ୍ଡରର ପ୍ରମୁଖ ଅଂଶୀଦାର। ଇଂଲଣ୍ଡ ବିପକ୍ଷ ୨୦୧୩ରେ ଆଶେଷସ୍ ମ୍ୟାଚର ପ୍ରଥମ ଦିବସରେ ୯୧,୧୧୨ ଦର୍ଶକ ଏମସିଜିରେ ପହଞ୍ଚିଥିଲେ, ଯାହା ମଧ୍ୟ ଏକ ରେକର୍ଡ।

ଗୁରୁବାର ପ୍ରଥମ ଦିବସରେ ଏମସିଜିକୁ ୮୦,୪୭୩ ଦର୍ଶକ ମ୍ୟାଚ୍ ଦେଖିବାକୁ ଆସିଥିଲେ, ଯାହା ଆଶେସ୍ ବ୍ୟତୀତ ଅନ୍ୟ କୌଣସି ମୁକାବିଲା ତୁଳନାରେ ଦ୍ୱିତୀୟ ସର୍ବାଧିକ। ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୧୯୭୫ରେ ବକ୍ସିଂ ଡେ' ଟେଷ୍ଟ ଦେଖିବା ପାଇଁ ୮୫,୬୬୧ ଦର୍ଶକ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos