ଡେବ୍ୟୁରେ ରାବଡାଙ୍କୁ ହ୍ୟାଟ୍ରିକ୍ ୱିକେଟ୍

ମୀରପୁର : ଶୁକ୍ରବାର ଥିଲା କାଜିଗୋ ରାବଡାଙ୍କ ଦିନ। ଦକ୍ଷିଣ ଆଫ୍ରିକାର ଏହି କ୍ରିକେଟର ଖେଳିଥିଲେ ଜୀବନର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ। ମ୍ୟାଚଟି ଥିଲା ନିକଟରେ ଭାରତକୁ ୨-୧ ଦିନିକିଆ ସିରିଜରେ ପରାଜିତ କରିଥିବା ବାଂଲାଦେଶ ବିପକ୍ଷରେ। ଆଉ ଏହି ମ୍ୟାଚ୍ ତାଙ୍କ ପାଇଁ ସାରା ଜୀବନ ସ୍ମୃତି ହୋଇ ରହିବ। କାରଣ ଡେବ୍ୟୁ ମ୍ୟାଚରେ ହିଁ ସେ ହାସଲ କରିଛନ୍ତି ହ୍ୟାଟ୍ରିକ ୱିକେଟ୍। ଖାଲି ସେତିକି ନୁହେଁ, ସେ ୮ ଓଭର ବୋଲିଂ କରି […]

Record-breaking Rabada

Rakesh Mallick
  • Published: Saturday, 11 July 2015
  • , Updated: 12 July 2015, 01:45 AM IST

ମୀରପୁର : ଶୁକ୍ରବାର ଥିଲା କାଜିଗୋ ରାବଡାଙ୍କ ଦିନ। ଦକ୍ଷିଣ ଆଫ୍ରିକାର ଏହି କ୍ରିକେଟର ଖେଳିଥିଲେ ଜୀବନର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ। ମ୍ୟାଚଟି ଥିଲା ନିକଟରେ ଭାରତକୁ ୨-୧ ଦିନିକିଆ ସିରିଜରେ ପରାଜିତ କରିଥିବା ବାଂଲାଦେଶ ବିପକ୍ଷରେ। ଆଉ ଏହି ମ୍ୟାଚ୍ ତାଙ୍କ ପାଇଁ ସାରା ଜୀବନ ସ୍ମୃତି ହୋଇ ରହିବ। କାରଣ ଡେବ୍ୟୁ ମ୍ୟାଚରେ ହିଁ ସେ ହାସଲ କରିଛନ୍ତି ହ୍ୟାଟ୍ରିକ ୱିକେଟ୍। ଖାଲି ସେତିକି ନୁହେଁ, ସେ ୮ ଓଭର ବୋଲିଂ କରି ୧୬ ରନ ବିନିମୟରେ ୬ଟି ୱିକେଟ୍ ଅକ୍ତିଆର କରିଥିଲେ। ପୁଣି ଏଥିମଧ୍ୟରେ ଥିଲା ୪୦ଟି ଡଟ୍ ବଲ ସହ ତିନୋଟି ମେଡେନ୍ ଓଭର। ଶୁକ୍ରବାର ମୀରପୁରରେ ଖେଳାଯାଇଥିବା ଏକ ମ୍ୟାଚରେ ରାବାଡା ଏହିପରି ଜଲୱା ଦେଖାଇଥିଲେ।  ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ବିଜୟୀ ହୋଇଛି।

Related story