ରନ୍‌ ନୁହେଁ ରେକର୍ଡ ମେସିନ୍‌ ବିରାଟ କୋହଲି: ପ୍ରଥମ ଭାରତୀୟ ଭାବେ ପୁଣି ରଚିଲେ ଆଉ ଏକ ଇତିହାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଅନେକ ରେକର୍ଡ ନିଜ ନାଁରେ କରିଥିବା ବ୍ୟାଟ୍ସମ୍ୟାନ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରୋଟ କୋହଲି। ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି। ପ୍ରତ୍ୟେକ ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ କରିଚାଲିଛନ୍ତି। ଚଳିତ ବର୍ଷ ସେ ବିଶ୍ୱ କ୍ରିକେଟ୍‌ର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ୍‌ ଭାବେ ଅନେକ ଇତିହାସ ରଚିଛନ୍ତି। ବିରାଟ କୋହଲି ମଙ୍ଗଳବାରକୁ ପୁଣି ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଦିଲ୍ଲୀରେ […]

Virat-1

Virat-1

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଅନେକ ରେକର୍ଡ ନିଜ ନାଁରେ କରିଥିବା ବ୍ୟାଟ୍ସମ୍ୟାନ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରୋଟ କୋହଲି। ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି। ପ୍ରତ୍ୟେକ ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ କରିଚାଲିଛନ୍ତି। ଚଳିତ ବର୍ଷ ସେ ବିଶ୍ୱ କ୍ରିକେଟ୍‌ର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ୍‌ ଭାବେ ଅନେକ ଇତିହାସ ରଚିଛନ୍ତି।

ବିରାଟ କୋହଲି ମଙ୍ଗଳବାରକୁ ପୁଣି ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଦିଲ୍ଲୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ସେ ଏହି ସଫଳତା ପାଇଥଛନ୍ତି। ମ୍ୟାଚ୍‌ର ଚତୁର୍ଥ ଦିନରେ ଭାରତ ପକ୍ଷରୁ ଦ୍ୱିତୀୟ ଇଂନିରେ କୋହଲି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଏହି ଅର୍ଦ୍ଧଶତକୀୟ ପାଳି ବଳରେ ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ୩ଟି ଟେଷ୍ଟରେ ୬୦୦ରନ୍‌ ପୂର୍ଣ୍ଣ କରିଛନ୍ତି।

ଶ୍ରୀଲଙ୍କା ବିପକ୍ଷ ୩ଟି ଟେଷ୍ଟରେ କୋହଲି ୫ଟି ଇଂନିସ ଖେଳି  ୬୧୦ ରନ କରିପାରିଛନ୍ତି। ଏହି ପାଳିରେ ଲଗାତର କୋହଲ ୨ଟି ଦ୍ୱିଶତକ ହାସଲ କରିଛନ୍ତି। ନାଗପୁର ଟେଷ୍ଟରେ କୋହଲି ୨୧୦ ରନ୍‌ର ଇଂନିସ ଖେଳିବା ପରେ ଦିଲ୍ଲୀ ଟେଷ୍ଟର ପ୍ରଥମ ଇଂନିସରେ ୨୪୩ ରନ୍‌ର ପାଳି ଖେଳିଥିଲେ। ଏହି ସିରିଜରେ କୋହଲିଙ୍କ ଆଭରେଜ୍‌ ୧୫୨ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos