ବ୍ରିଟେନ୍‌ରୁ କିଣାଯିବ ଗୋଲାପୀ ଓ ନାଲି ବଲ୍‌

ମୁମ୍ବାଇ: ଚଳିତ ସିଜିନ୍‌ରେ ଭାରତରେ ପରୀକ୍ଷାମୂଳକ ଭାବେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ କରିବାକୁ ଆଶା ରଖିଛି ବିସିସିଆଇ। ଏହି ଦିବାରାତ୍ର ଟେଷ୍ଟମ୍ୟାଚ୍‌ଗୁଡିକରେ ଗୋଲାପି ଓ ନାଲି ବଲ୍‌ରେ ଖେଳାଯିବ। ଏହି ଗୋଲାପି ଓ ନାଲି ବଲ୍‌ ବ୍ରିଟେନ୍‌ରୁ ଅଣାଯିବ। ଗୁରୁବାର ବିସିସିଆଇର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି,“ ବ୍ରିଟିଶ ବଲ୍‌ ନିର୍ମାତା କମ୍ପାନୀ ‘ଡ୍ୟୁକ୍‌’କୁ ଗୋଲାପି ଓ ନାଲି ବଲ୍‌ ଦେବା ପାଇଁ କୁହାଯାଇଛି। ଗୋଟିଏ ଟେଷ୍ଟ ମ୍ୟାଚ୍‌ ପାଇଁ ଗୋଲାପି ବଲ୍‌ ଓ ଆଉ ବାକି […]

1PinkBalls

Rakesh Mallick
  • Published: Thursday, 16 June 2016
  • , Updated: 16 June 2016, 07:06 PM IST

ମୁମ୍ବାଇ: ଚଳିତ ସିଜିନ୍‌ରେ ଭାରତରେ ପରୀକ୍ଷାମୂଳକ ଭାବେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ କରିବାକୁ ଆଶା ରଖିଛି ବିସିସିଆଇ। ଏହି ଦିବାରାତ୍ର ଟେଷ୍ଟମ୍ୟାଚ୍‌ଗୁଡିକରେ ଗୋଲାପି ଓ ନାଲି ବଲ୍‌ରେ ଖେଳାଯିବ। ଏହି ଗୋଲାପି ଓ ନାଲି ବଲ୍‌ ବ୍ରିଟେନ୍‌ରୁ ଅଣାଯିବ।

ଗୁରୁବାର ବିସିସିଆଇର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି,“ ବ୍ରିଟିଶ ବଲ୍‌ ନିର୍ମାତା କମ୍ପାନୀ ‘ଡ୍ୟୁକ୍‌’କୁ ଗୋଲାପି ଓ ନାଲି ବଲ୍‌ ଦେବା ପାଇଁ କୁହାଯାଇଛି। ଗୋଟିଏ ଟେଷ୍ଟ ମ୍ୟାଚ୍‌ ପାଇଁ ଗୋଲାପି ବଲ୍‌ ଓ ଆଉ ବାକି ଦୁଇଟି ଟେଷ୍ଟ ପାଇଁ ନାଲି ବଲ୍ ଦେବାକୁ ‘ଡ୍ୟୁକ୍‌’କୁ କୁହାଯାଇଛି। ଏହାସହ ଆମ ନିକଟରେ ବହୁ ସମସ୍ୟା ରହିଛି। ଏହାକୁ ଖୁବଶୀଘ୍ର ସମାଧାନ କରାଯିବ।”

ସାଧାରଣତଃ ଭାରତରେ ନିର୍ମିତ ଏସ୍‌ଜି ବଲ୍‌ରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଥିବା ବେଳେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ଡ୍ୟୁକ୍‌ ବଲରେ ଖେଳିଥାନ୍ତି। ଅବଶିଷ୍ଟ ଟେଷ୍ଟ ଖେଳୁଥିବା ଦଳ ମାନେ କକାବୁରା ବଲ୍‌ରେ ଖେଳିଥାନ୍ତି।

ଗୋଲାପି ବଲ୍‌ରେ ଟେଷ୍ଟ ଖେଳାଯିବା ନେଇ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ର ସଭାପତି ସୌରଭ ଗାଙ୍ଗୁଲି ବିସିସିଆଇକୁ କହିଥିଲେ।

Related story