ରିଓ ଅଲିମ୍ପିକ୍‌: ତୀରନ୍ଦାଜୀରେ ଅତନୁ ଦାସଙ୍କ ଅଭିଯାନ ଶେଷ

ରିଓ ଡି ଜେନେରିଓ: ତୀରନ୍ଦାଜୀର ପୁରୁଷ ବ୍ୟକ୍ତିଗତ ୧/୮ ଏଲିମିନେସନ୍‌ ରାଉଣ୍ଡରେ ଭାରତୀୟ ତୀରନ୍ଦାଜ ଅତନୁ ଦାସ ପରାସ୍ତ ହୋଇ ରିଓ ଅଲିମ୍ପିକରୁ ବାଦ ପଡିଛନ୍ତି। ଆଜି କୋରିଆର ସିଉଙ୍ଗୁଆନ ଲିଙ୍କ ବିପକ୍ଷ ମ୍ୟାଚ୍‌କୁ ୪-୬ରେ ହାରି ଅତନୁ ରିଓ ଅଲିମ୍ପିକ୍‌ରୁ ବାଦ ପଡ଼ିଛନ୍ତି। ଅତନୁ ଭଲ ଖେଳି ଥିଲେ ମଧ୍ୟ ଏହା ମ୍ୟାଚ୍‌ ଜିତିବାକୁ ଯଥେଷ୍ଟ ହୋଇ ନ ଥିଲା। ୨୮-୩୦ରେ ପ୍ରଥମ ସେଟ୍‌ ହାରିବା ପରେ ଦ୍ୱିତୀୟ ସେଟ୍‌ରେ ଭଲ କମ୍‌ବ୍ୟାକ୍‌ କରିଥିଲେ ଅତନୁ। […]

atanu-das

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 09:58 PM IST

ରିଓ ଡି ଜେନେରିଓ: ତୀରନ୍ଦାଜୀର ପୁରୁଷ ବ୍ୟକ୍ତିଗତ ୧/୮ ଏଲିମିନେସନ୍‌ ରାଉଣ୍ଡରେ ଭାରତୀୟ ତୀରନ୍ଦାଜ ଅତନୁ ଦାସ ପରାସ୍ତ ହୋଇ ରିଓ ଅଲିମ୍ପିକରୁ ବାଦ ପଡିଛନ୍ତି। ଆଜି କୋରିଆର ସିଉଙ୍ଗୁଆନ ଲିଙ୍କ ବିପକ୍ଷ ମ୍ୟାଚ୍‌କୁ ୪-୬ରେ ହାରି ଅତନୁ ରିଓ ଅଲିମ୍ପିକ୍‌ରୁ ବାଦ ପଡ଼ିଛନ୍ତି।

ଅତନୁ ଭଲ ଖେଳି ଥିଲେ ମଧ୍ୟ ଏହା ମ୍ୟାଚ୍‌ ଜିତିବାକୁ ଯଥେଷ୍ଟ ହୋଇ ନ ଥିଲା।

୨୮-୩୦ରେ ପ୍ରଥମ ସେଟ୍‌ ହାରିବା ପରେ ଦ୍ୱିତୀୟ ସେଟ୍‌ରେ ଭଲ କମ୍‌ବ୍ୟାକ୍‌ କରିଥିଲେ ଅତନୁ। ଦ୍ୱିତୀୟ ସେଟ୍‌କୁ ସେ ୩୦-୨୮ରେ ଜିତି ନେଇଥିଲେ। ତୃତୀୟ ସେଟ୍‌ ୨୭-୨୭ରେ ଡ୍ର ହୋଇଥିଲା। ଚତୁର୍ଥ ସେଟ୍‌କୁ ଲି’ ୨୮-୨୭ରେ ବାଜିମାତ କରି ନେଇଥିଲେ। ଶେଷ ତଥା କର ବା ମର ୫ମ ସେଟ୍‌ରେ ଅତନୁଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହି ସେଟ୍‌କୁ ସେ ୨୮-୨୮ରେ ଡ୍ର ରଖି ପ୍ରତିଯୋଗିତାରୁ ବାହାର ହୋଇଯାଇଥିଲେ।

Related story