ରିଓ ଅଲିମ୍ପିକ୍‌: ବ୍ୟାଡମିଣ୍ଟନ ମହିଳା ଯୁଗଳରେ ଜ୍ୱାଲା-ଅଶ୍ୱିନ୍‌ଙ୍କ ଅଭିଯାନ ଶେଷ

ରିଓ ଡି ଜେନେରିଓ: ବ୍ୟାଡମିଣ୍ଟନ ମହିଳା ଯୁଗଳ ବର୍ଗରେ ଭାରତୀୟ ଯୋଡ଼ି ଜ୍ୱାଲା ଗୁଟା-ଅଶ୍ୱିନ୍‌ ପୋନ୍ନାପାଙ୍କ ଅଲିମ୍ପିକ ଅଭିଯାନ ଶୁକ୍ରବାର ଶେଷ ହୋଇଛି। ରିଓ ସେଣ୍ଟ୍ରୋ ଆରେନାରେ ଖେଳାଯାଇଥିବା ଗ୍ରୁପ୍‌ ‘ଏ’ର ଏକ ମ୍ୟାଚ୍‌ରେ ଏହି ଭାରତୀୟ ଯୋଡ଼ି ନେଦରଲାଣ୍ଡର ମୁସ୍‌କେନସ୍‌ ଇଫଜୀ-ପିକ୍‌ ସେଲେନାଙ୍କଠାରୁ ୧୬-୨୧, ୨୧-୧୬, ୧୭-୨୧ ସେଟ୍‌ରେ ପରାସ୍ତା ହୋଇଛନ୍ତି। କର ବା ମର ସ୍ଥିତି ଥିବା ଏହି ମ୍ୟାଚ୍‌ରେ ଜ୍ୱାଲା ଓ ଅଶ୍ୱିନ୍‌ଙ୍କ ଆରମ୍ଭ ଭଲ ହୋଇ ନ ଥିଲା। ପ୍ରଥମ ସେଟ୍‌କୁ […]

jwala-aswani

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 10:11 PM IST

ରିଓ ଡି ଜେନେରିଓ: ବ୍ୟାଡମିଣ୍ଟନ ମହିଳା ଯୁଗଳ ବର୍ଗରେ ଭାରତୀୟ ଯୋଡ଼ି ଜ୍ୱାଲା ଗୁଟା-ଅଶ୍ୱିନ୍‌ ପୋନ୍ନାପାଙ୍କ ଅଲିମ୍ପିକ ଅଭିଯାନ ଶୁକ୍ରବାର ଶେଷ ହୋଇଛି। ରିଓ ସେଣ୍ଟ୍ରୋ ଆରେନାରେ ଖେଳାଯାଇଥିବା ଗ୍ରୁପ୍‌ ‘ଏ’ର ଏକ ମ୍ୟାଚ୍‌ରେ ଏହି ଭାରତୀୟ ଯୋଡ଼ି ନେଦରଲାଣ୍ଡର ମୁସ୍‌କେନସ୍‌ ଇଫଜୀ-ପିକ୍‌ ସେଲେନାଙ୍କଠାରୁ ୧୬-୨୧, ୨୧-୧୬, ୧୭-୨୧ ସେଟ୍‌ରେ ପରାସ୍ତା ହୋଇଛନ୍ତି।

କର ବା ମର ସ୍ଥିତି ଥିବା ଏହି ମ୍ୟାଚ୍‌ରେ ଜ୍ୱାଲା ଓ ଅଶ୍ୱିନ୍‌ଙ୍କ ଆରମ୍ଭ ଭଲ ହୋଇ ନ ଥିଲା। ପ୍ରଥମ ସେଟ୍‌କୁ ଏହି ଯୋଡ଼ି ମାତ୍ର ୧୯ ମିନିଟ୍‌ରେ ୧୬-୨୧ରେ ହାରି ଯାଇଥିଲେ। ଦ୍ୱିତୀୟ ସେଟ୍‌ରେ କିନ୍ତୁ ଭାରତୀୟ ଯୋଡ଼ିଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ସେଟ୍‌କୁ ଭାରତୀୟ ଯୋଡ଼ି ୨୧-୧୬ରେ ଜିତି ନେଇଥିଲେ। ତେବେ ତୃତୀୟ ସେଟ୍‌ରେ ଭାରତୀୟ ଯୋଡ଼ିଙ୍କ ମଧ୍ୟରେ ସମନ୍ୱୟର ଅଭାବ ଦେଖିବାକୁ ମିଳିଥିଲା। ଏହି ଯୋଡ଼ି ଏକାଧିକ ତ୍ରୁଟି କରି ପ୍ରତିପକ୍ଷ ନେଦରଲାଣ୍ଡ ଯୋଡିକୁ କିଛି ସହଜ ପଏଣ୍ଟ ଦେଇ ଦେଇଥିଲେ। ଫଳରେ ୧୭-୨୧ରେ ହାରି ଭାରତୀୟ ଯୋଡ଼ି ପ୍ରତିଯୋଗିତାରୁ ବାଦ୍‌ ହୋଇ ଯାଇଥିଲେ।

ଆଗାମୀ ମ୍ୟାଚ୍‌ରେ ଜ୍ୱାଲା ଓ ଅଶ୍ୱିନ୍‌ଙ୍କ ଯୋଡ଼ି ଥାଇ ଯୋଡ଼ି ପୁଟ୍ଟିଟା ସୁପଜିରାକୁଲ ଏବଂ ସାପଶ୍ରୀ ଟେରଟ୍ଟାନା ଚାଇଙ୍କୁ ଭେଟିବେ। ପୂର୍ବରୁ ଥାଇ ଯୋଡ଼ି ମଧ୍ୟ ପ୍ରତିଯୋଗିତାରୁ ବାଦ୍‌ ପଡ଼ି ସାରିଛନ୍ତି।

Related story