ରିଓ ଅଲିମ୍ପିକ୍: ଆଜି ନେଦରଲାଣ୍ଡକୁ ଭେଟିବ ଭାରତୀୟ ପୁରୁଷ ହକି ଦଳ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଭାରର୍ତୀ ପୁରୁଷ ହକି ଦଳ ନେଦରଲାଣ୍ଡକୁ ଭେଟିବ। ସନ୍ଧ୍ୟା ସାଢ଼େ ୬ଟାରେ ଏହି ମ୍ୟାଚ୍ ଖେଳାଯିବ। ଭାରତ ରିଓରେ ତିନିଟି ମ୍ୟାଚ୍ ଖେଳି ସାରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ଆୟର୍ଲାଣ୍ଡକୁ ୩-୨ ଗୋଲ୍‌ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀଠାରୁ ୧-୨ରେ ହାରି ଯାଇଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୨-୧ରେ ହରାଇଥିବା ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ଭାରତୀୟ ଦଳ ନିଶ୍ଚିତ କରିସ୍ମା କରି ଦେଖାଇବ […]

rio-olympic

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 09:52 AM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଭାରର୍ତୀ ପୁରୁଷ ହକି ଦଳ ନେଦରଲାଣ୍ଡକୁ ଭେଟିବ। ସନ୍ଧ୍ୟା ସାଢ଼େ ୬ଟାରେ ଏହି ମ୍ୟାଚ୍ ଖେଳାଯିବ।

ଭାରତ ରିଓରେ ତିନିଟି ମ୍ୟାଚ୍ ଖେଳି ସାରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ଆୟର୍ଲାଣ୍ଡକୁ ୩-୨ ଗୋଲ୍‌ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀଠାରୁ ୧-୨ରେ ହାରି ଯାଇଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୨-୧ରେ ହରାଇଥିବା ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ଭାରତୀୟ ଦଳ ନିଶ୍ଚିତ କରିସ୍ମା କରି ଦେଖାଇବ ବୋଲି ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶ୍ରୀଜେସ୍ ଆଶାବ୍ୟକ୍ତ କରିଛନ୍ତି।

କ୍ୱାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରି ସାରିଥିବା ଭାରତୀୟ ଦଳ ଆସନ୍ତାକାଲି ତା’ର ଶେଷ ଲିଗ୍ ମ୍ୟାଚ୍ କାନାଡ଼ା ବିପକ୍ଷରେ ଖେଳିବ। ଦଳ ନିଜ ଗ୍ରୁପ୍‌ରେ ୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ଥିବା ବେଳେ ୯ ପଏଣ୍ଟ ସହ ଜର୍ମାନୀ ପ୍ରଥମ ଓ ୭ ପଏଣ୍ଟ ପାଇ ନେଦରଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଗତକାଲି ଅଷ୍ଟ୍ରେଲିଆଠାରୁ ୬-୧ ଗୋଲରେ ହାରି ଯାଇଥିବା ଭାରତୀୟ ମହିଳା ହକି ଦଳ ଆଜି ଆମେରିକାକୁ ଭେଟିବ। ଦଳ ଏଯାବତ ୩ଟି ମ୍ୟାଚ୍‌ରୁ ୨ଟିରେ ପରାଜିତ ହୋଇଥିବା ବେଳେ ଗୋଟିଏ ଡ୍ର’ ରଖିଛି।

Related story