ରିଓ ଅଲିମ୍ପିକ୍‌: ଆଜି କୁସ୍ତି ଆଖଡ଼ାକୁ ଓହ୍ଲାଇବେ ଯୋଗେଶ୍ୱର ଦତ୍ତ

ରିଓ ଡି’ ଜେନେରିଓ: ରିଓ ଅଲିମ୍ପିକ୍‌ର ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନରେ ଦୁଇଟି ପ୍ରତିଯୋଗିତାରେ ୪ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ ମୁକାବିଲାକୁ ଓହ୍ଲାଇବେ। ମାରାଥନ୍‌ରେ ଖେତା ରାମ, ଗୋପୀ ଥୋନାକଲ୍‌, ନିତେନ୍ଦ୍ର ସିଂହ ରାଓତ୍ ଏବଂ କୁସ୍ତି (୬୫ କିଲୋଗ୍ରାମ)ରେ ଯୋଗେଶ୍ୱର ଦତ୍ତ ମୈଦାନକୁ ଓହ୍ଲାଇବେ। ଲଣ୍ଡନ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତି ଥିବା ଯୋଗେଶ୍ୱର ଦତ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିବେ। ସେ ଭାରତକୁ ଆଉ ଏକ ପଦକ ଦେବେ ବୋଲି ସମସ୍ତଙ୍କର ଆଶା […]

jogesh

Rakesh Mallick
  • Published: Sunday, 21 August 2016
  • , Updated: 21 August 2016, 08:50 AM IST

ରିଓ ଡି’ ଜେନେରିଓ: ରିଓ ଅଲିମ୍ପିକ୍‌ର ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନରେ ଦୁଇଟି ପ୍ରତିଯୋଗିତାରେ ୪ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ ମୁକାବିଲାକୁ ଓହ୍ଲାଇବେ। ମାରାଥନ୍‌ରେ ଖେତା ରାମ, ଗୋପୀ ଥୋନାକଲ୍‌, ନିତେନ୍ଦ୍ର ସିଂହ ରାଓତ୍ ଏବଂ କୁସ୍ତି (୬୫ କିଲୋଗ୍ରାମ)ରେ ଯୋଗେଶ୍ୱର ଦତ୍ତ ମୈଦାନକୁ ଓହ୍ଲାଇବେ। ଲଣ୍ଡନ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତି ଥିବା ଯୋଗେଶ୍ୱର ଦତ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିବେ। ସେ ଭାରତକୁ ଆଉ ଏକ ପଦକ ଦେବେ ବୋଲି ସମସ୍ତଙ୍କର ଆଶା ରହିଛି।

ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ଓ ବ୍ୟାଡମିଣ୍ଟନ୍ ଖେଳାଳି ପି.ଭି ସିନ୍ଧୁ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତିଛନ୍ତି। ବନ୍ଧୁକଚାଳନା, ଟେନିସ୍, ତୀରନ୍ଦାଜୀ ଓ ମୁଷ୍ଟିଯୁଦ୍ଧରେ ଭାରତ ପଦକ ପାଇବାର ଆଶା ରଖିଥିଲେ ହେଁ ନିରାଶ ହୋଇଛି।

Related story