ରିଓ ଅଲିମ୍ପିକ୍‌ରେ ୧୦ରୁ ଅଧିକ ପଦକ ଜିତିବାକୁ ଭାରତର ଲକ୍ଷ୍ୟ

ନୂଆଦିଲ୍ଲୀ: ରିଓ ଅଲିମ୍ପିକରେ ୧୦ଟିରୁ ଅଧିକ ପଦକ ଜିତିବା ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ଆଜି ରାଜ୍ୟସଭାରେ କ୍ରୀଡ଼ା ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଅଲିମ୍ପିକ୍‌ରେ ପଦକ ଜିତି ପାରିବା ଭଳି ଦକ୍ଷତା ଥିବା ଖେଳାଳିମାନଙ୍କୁ ବାଛିବା ପାଇଁ ଗତବର୍ଷ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ୧୧୦ ଜଣ କ୍ରୀଡ଼ାବିତ୍‌ଙ୍କୁ ବାଛିଛି। ଏଥିମଧ୍ୟରୁ ୭୬ ଜଣ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ରିଓ ଅଲିମ୍ପିକ୍‌ରେ […]

logo.olympic.games_.r

Rakesh Mallick
  • Published: Wednesday, 27 April 2016
  • , Updated: 28 April 2016, 05:29 AM IST

ନୂଆଦିଲ୍ଲୀ: ରିଓ ଅଲିମ୍ପିକରେ ୧୦ଟିରୁ ଅଧିକ ପଦକ ଜିତିବା ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ଆଜି ରାଜ୍ୟସଭାରେ କ୍ରୀଡ଼ା ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଅଲିମ୍ପିକ୍‌ରେ ପଦକ ଜିତି ପାରିବା ଭଳି ଦକ୍ଷତା ଥିବା ଖେଳାଳିମାନଙ୍କୁ ବାଛିବା ପାଇଁ ଗତବର୍ଷ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ୧୧୦ ଜଣ କ୍ରୀଡ଼ାବିତ୍‌ଙ୍କୁ ବାଛିଛି। ଏଥିମଧ୍ୟରୁ ୭୬ ଜଣ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ରିଓ ଅଲିମ୍ପିକ୍‌ରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ୧୦ରୁ ଅଧିକ ପଦକ ଜିତିବେ ବୋଲି ଆମେ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛୁ।”

Related story