ରିଓ ପାଇଁ ଯୋଗ୍ୟତା ଅର୍ଜନ କଲେ ନିର୍ମଳା

ହାଇଦ୍ରାବାଦ:ଜି.ଏମ୍‌.ସି ବାଲୟୋଗୀ ଷ୍ଟାଡିୟମରେ ଅନୁଷ୍ଠିତ ନ୍ୟାସନାଲ ଇଣ୍ଟର-ଷ୍ଟେଟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ମହିଳା ୪୦୦ମିଟର ପ୍ରତିଯୋଗିତାରେ ୫୧.୪୮ ସେକେଣ୍ଡରେ ଲକ୍ଷ୍ୟସ୍ଥଳ ଅତିକ୍ରମ କରି ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ନିର୍ମାଳା ଶୋୟେରନ୍‌। ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ ପାଇଁ ୫୨.୨୦ ସେକେଣ୍ଡ ଧାର୍ଯ୍ୟ କରାଯାଇଥିବା ବେଳେ ସେ ସଫଳତା ହାସଲ ସହ ଯୋଗ୍ୟତା ଅର୍ଜନ କରିଛନ୍ତି। ପିଟି ଉଷାଙ୍କ ତତ୍ତ୍ୱବଧାନରେ ପ୍ରଶିକ୍ଷଣ ନେଉଥିବା ଜିସ୍ନା ମାଥ୍ୟୁ (୫୩.୧୪ ସେକେଣ୍ଡ), ତାମିଲନାଡୁର ପି.ଏନ୍‌. ଶୌନାଧାରା (୫୩.୮୫ ସେକେଣ୍ଡ) […]

NIRMALA

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 01:43 PM IST

ହାଇଦ୍ରାବାଦ:ଜି.ଏମ୍‌.ସି ବାଲୟୋଗୀ ଷ୍ଟାଡିୟମରେ ଅନୁଷ୍ଠିତ ନ୍ୟାସନାଲ ଇଣ୍ଟର-ଷ୍ଟେଟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ମହିଳା ୪୦୦ମିଟର ପ୍ରତିଯୋଗିତାରେ ୫୧.୪୮ ସେକେଣ୍ଡରେ ଲକ୍ଷ୍ୟସ୍ଥଳ ଅତିକ୍ରମ କରି ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ନିର୍ମାଳା ଶୋୟେରନ୍‌।

ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ ପାଇଁ ୫୨.୨୦ ସେକେଣ୍ଡ ଧାର୍ଯ୍ୟ କରାଯାଇଥିବା ବେଳେ ସେ ସଫଳତା ହାସଲ ସହ ଯୋଗ୍ୟତା ଅର୍ଜନ କରିଛନ୍ତି।

ପିଟି ଉଷାଙ୍କ ତତ୍ତ୍ୱବଧାନରେ ପ୍ରଶିକ୍ଷଣ ନେଉଥିବା ଜିସ୍ନା ମାଥ୍ୟୁ (୫୩.୧୪ ସେକେଣ୍ଡ), ତାମିଲନାଡୁର ପି.ଏନ୍‌. ଶୌନାଧାରା (୫୩.୮୫ ସେକେଣ୍ଡ) ମେଡାଲ ହାତେଇଛନ୍ତି। ଓଡ଼ିଶାର ଦୂତି ଚାନ୍ଦ (୧୦୦ମିଟର), ଶ୍ରାବଣୀ ନନ୍ଦ (୨୦୦ମିଟର), ଟିଣ୍ଟୁ ଲୁକ୍କା (୪୦୦ ମିଟର), ଲଲିତା ବାବର ଓ ସୁଦ୍ଧା ସିଂହ (୩୦୦୦ ମିଟର) ପରେ ଷଷ୍ଠ ମହିଳା ପ୍ରତିଯୋଗୀ ଭାବେ ସେ ରିଓ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Related story