ବିଜୟ ହଜାରେ ଟ୍ରଫି: ଦିଲ୍ଲୀ ଟିମରେ ପନ୍ତ ଓ ସାଇନି

ନୂଆଦିଲ୍ଲୀ: ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବାକୁଥିବା ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଦିଲ୍ଲୀ ଟିମର ଘୋଷଣା କରାଯାଇଛି। ଟିମରେ ଜାତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଓ ପେସ୍ ବୋଲର ନଭଦୀପ ସାଇନିଙ୍କୁ ସାମିଲ୍ କରାଯାଇଛି। ତେବେ ଟିମର କ୍ୟାପଟେନ୍ ଭାବେ ଧ୍ରୁବ ଶୋରେଙ୍କୁ ନିଯୁକ୍ତ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚରେ ବିଦର୍ଭକୁ ଭେଟିବ। ଦିଲ୍ଲୀ ସିନିୟର ଚୟନ କମିଟି ଅଧ୍ୟକ୍ଷ ଅତୁଲ ୱାସନ୍ […]

pant1

Ranjit Kumar Jena
  • Published: Wednesday, 18 September 2019
  • , Updated: 18 September 2019, 07:01 PM IST

ନୂଆଦିଲ୍ଲୀ: ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବାକୁଥିବା ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଦିଲ୍ଲୀ ଟିମର ଘୋଷଣା କରାଯାଇଛି। ଟିମରେ ଜାତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଓ ପେସ୍ ବୋଲର ନଭଦୀପ ସାଇନିଙ୍କୁ ସାମିଲ୍ କରାଯାଇଛି। ତେବେ ଟିମର କ୍ୟାପଟେନ୍ ଭାବେ ଧ୍ରୁବ ଶୋରେଙ୍କୁ ନିଯୁକ୍ତ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ତା'ର ପ୍ରଥମ ମ୍ୟାଚରେ ବିଦର୍ଭକୁ ଭେଟିବ।

ଦିଲ୍ଲୀ ସିନିୟର ଚୟନ କମିଟି ଅଧ୍ୟକ୍ଷ ଅତୁଲ ୱାସନ୍ କହିଛନ୍ତି, "ଦିଲ୍ଲୀ ପକ୍ଷରୁ ପନ୍ତ ଅତିକମରେ ଦୁଇ କିମ୍ବା ତିନୋଟି ମ୍ୟାଚ୍ ଖେଳିପାରନ୍ତି ଏବଂ ଏହା ପରେ ସେ ପୁଣିଥରେ ଜାତୀୟ ଟିମ୍ ସହ ଯୋଗଦେବେ। ଖୋଦ୍ ପନ୍ତ ଖେଳିବା ପାଇଁ ଇଚ୍ଛା ଜାହିର୍ କରିଥିଲେ। ଧୱନ୍ ଏହି ଟୁର୍ଣ୍ଣାମେଣ୍ଟ ସମୟରେ ନିଜ ପରିବାର ସହ ଅଷ୍ଟ୍ରେଲିଆ ଗସ୍ତ କରିବେ। ତେଣୁ ସେ ପରେ ଦିଲ୍ଲୀ ଟିମ୍ ସହ ଯୋଗଦେବାକୁ କହିଛନ୍ତି।"

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟୋବର ୨ ତାରିଖରୁ ହେବାକୁଥିବା ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ସେପ୍ଟେମ୍ବର ୨୯ ତାରିଖରେ ବିଶାଖାପାଟଣାରେ ପହଞ୍ଚିବ। ସାଇନିଙ୍କୁ ଟେଷ୍ଟ ଟିମରେ ସାମିଲ୍ କରାଯାଇନାହିଁ ଏବଂ ତାଙ୍କର ଜାତୀୟ ଦିନିକିଆ ଚାମ୍ପିୟନଶିପରେ ଅଧିକ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି।

ଦିଲ୍ଲୀ ସ୍କ୍ୱାଡ୍: ଧ୍ରୁବ ଶୋରେ (କ୍ୟାପଟେନ୍), ନୀତୀଶ ରାଣା, ରିଷଭ ପନ୍ତ, ହିମ୍ମତ ସିଂହ, ହିତେନ୍ ଦଲାଲ୍, କୁନାଲ୍ ଚାଣ୍ଡେଲା, ଲଲିତ ଯାଦବ, ପୱନ୍ ନେଗି, ନଭଦୀପ ସାଇନି, ସୁବୋଧ ଭଟି, କୁଲୱନ୍ତ ଖେଜ୍ରୋଲିଆ, ମନନ୍ ଶର୍ମା, କୁଅଁର ଭିଦୁରୀ, ବିକାଶ ଟୋକସ୍, ତେଜସ୍ ବାରୋକା, ଅନୁଜ ରାୱତ୍।

Related story