ବେଳା ଖରାପ! ରିଷଭ ଅଳ୍ପକେ ଶତକରୁ ବଞ୍ଚିତ

ରାଜ୍‌କୋଟ୍‌: ଗୁଜରାଟର ରାଜ୍‌କୋଟ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ପୃଥ୍ୱୀ ଶ’ ଓ ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଛନ୍ତି। ତେବେ ଭଲ ଖେଳୁଥିବା ୱିକେଟ୍ କିପର୍ ରିଷଭ ପନ୍ତ ଆଜି ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୮୪ଟି ବଲ୍‌ରେ ୯୨ ରନ୍ କରି କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଦେବେନ୍ଦ୍ର ବିଶୋଙ୍କ ଏକ ବଲ୍‌ରେ ସେ କେମୋ ପାଉଲ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୯୨ ରନ୍ ମଧ୍ୟରେ ରହିଛି ୮ଟି ଚୌକା […]

rishav

Jitendra Garnayak
  • Published: Friday, 05 October 2018
  • , Updated: 05 October 2018, 12:04 PM IST

ରାଜ୍‌କୋଟ୍‌: ଗୁଜରାଟର ରାଜ୍‌କୋଟ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ପୃଥ୍ୱୀ ଶ’ ଓ ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଛନ୍ତି। ତେବେ ଭଲ ଖେଳୁଥିବା ୱିକେଟ୍ କିପର୍ ରିଷଭ ପନ୍ତ ଆଜି ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି।

ସେ ୮୪ଟି ବଲ୍‌ରେ ୯୨ ରନ୍ କରି କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଦେବେନ୍ଦ୍ର ବିଶୋଙ୍କ ଏକ ବଲ୍‌ରେ ସେ କେମୋ ପାଉଲ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

୯୨ ରନ୍ ମଧ୍ୟରେ ରହିଛି ୮ଟି ଚୌକା ଓ ୪ଟି ଛକ୍କା। ତେବେ ମାତ୍ର ୮ ରନ୍ ପାଇଁ ସେ ଶତକୁ ବଞ୍ଚିତ ହୋଇଛନ୍ତି।

ଆଜି ଶତକ ମାରିଥିଲେ ଏହା ହୋଇଥା’ନ୍ତା ତାଙ୍କର ଦ୍ୱିତୀୟ ଟେଷ୍ଟ ଶତକ। ଏହା ପୂର୍ବରୁ ସେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଶତକ ମାରିଥିଲେ। ସେ ସେହି ଇନିଂସ୍‌ରେ ୧୧୪ରନ୍ କରିଥିଲେ।

Related story