ଆଇପିଏଲ୍‌: ରବ୍ କ୍ୟାସେଲ୍ ରାଜସ୍ଥାନ ରୟାଲ୍ସ ପେସ୍ ବୋଲିଂ କୋଚ୍‌

ମୁମ୍ବାଇ: ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର ରବ୍ କ୍ୟାସେଲ୍ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ରାଜସ୍ଥାନ ରୟାଲ୍ସ ଦଳର ପେସ୍ ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ରୟାଲ୍ସ ଦଳର ପେସ୍ ବୋଲିଂ କୋଚ୍ ରହିଥିବା ଷ୍ଟିଫାନ୍ ଜୋନ୍ସ ଚଳିତ ସଂସ୍କରଣରେ ମଧ୍ୟ ଫ୍ରାଞ୍ଚାଇଜି ସହ ରହିବେ। ଜୋନ୍ସ ଏଥର ଡେଭଲପମେଣ୍ଟ କୋଚ୍ ଭୂମିକା ତୁଲାଇବେ। ରୟାଲ୍ସ ଦଳର ମୁଖ୍ୟ କୋଚ୍ ଆଣ୍ଡ୍ର୍ୟୁହ ମ୍ୟାକଡୋନାଲ୍ଡ କହିଛନ୍ତି, କ୍ୟାସେଲଙ୍କୁ ଟିମର ନୂଆ ପେସ୍ ବୋଲିଂ କୋଚ୍ ଭାବେ ନିଯୁକ୍ତ […]

rob

Ranjit Kumar Jena
  • Published: Thursday, 23 January 2020
  • , Updated: 23 January 2020, 08:28 PM IST

ମୁମ୍ବାଇ: ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର ରବ୍ କ୍ୟାସେଲ୍ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ରାଜସ୍ଥାନ ରୟାଲ୍ସ ଦଳର ପେସ୍ ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ରୟାଲ୍ସ ଦଳର ପେସ୍ ବୋଲିଂ କୋଚ୍ ରହିଥିବା ଷ୍ଟିଫାନ୍ ଜୋନ୍ସ ଚଳିତ ସଂସ୍କରଣରେ ମଧ୍ୟ ଫ୍ରାଞ୍ଚାଇଜି ସହ ରହିବେ। ଜୋନ୍ସ ଏଥର ଡେଭଲପମେଣ୍ଟ କୋଚ୍ ଭୂମିକା ତୁଲାଇବେ।

ରୟାଲ୍ସ ଦଳର ମୁଖ୍ୟ କୋଚ୍ ଆଣ୍ଡ୍ର୍ୟୁହ ମ୍ୟାକଡୋନାଲ୍ଡ କହିଛନ୍ତି, କ୍ୟାସେଲଙ୍କୁ ଟିମର ନୂଆ ପେସ୍ ବୋଲିଂ କୋଚ୍ ଭାବେ ନିଯୁକ୍ତ ହେବା ଟିମ୍ ପାଇଁ ନିଶ୍ଚିତ ଫଳପ୍ରଦ ହେବ। ଆମେ ଦୁହେଁ ଭିକ୍ଟୋରିଆ ପକ୍ଷରୁ ଅନେକ କ୍ରିକେଟ୍ ଖେଳିଛୁ ଏବଂ ପରସ୍ପର ସହ ଉତ୍ତମ ବୁଝାମଣା ମଧ୍ୟ ରହିଛି। ତେଣୁ ଆଇପିଏଲରେ ମଧ୍ୟ ଆମେ ଏକାଠି ଟିମର ହିତ ପାଇଁ କାମ କରିବୁ।

ସୂଚନାଯୋଗ୍ୟ, କ୍ୟାସେଲ୍ ୨୦୧୭ ସେପ୍ଟେମ୍ବରରେ ଆସିଷ୍ଟାଣ୍ଟ କୋଚ୍ ଭାବେ କାମ ଆରମ୍ଭ କରିଥିଲେ। ଏହା ପରେ ସେ ସାଉଥ୍ ଅଷ୍ଟ୍ରେଲିଆନ୍ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ହାଇ-ପରଫରମାନ୍ସ କୋଚ୍ ଭାବେ ୬ ବର୍ଷ କାର୍ଯ୍ୟ କରିଥିଲେ। ସେ ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ୯ଟି ପ୍ରଥମଶ୍ରେଣୀ ଏବଂ ୪ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି।

Related story