ମାଦ୍ରିଦ୍‌ ଓପନ୍‌ ଟାଇଟେଲ ହରାଲେ ବୋପାନ୍ନା-ମାରଗିୟେ

ମାଦ୍ରିଦ୍‌: ମାଦ୍ରିଦ୍‌ ଓପନ୍‌ ଟାଇଟେଲ୍‌ ହତେଇବାରେ ବିଫଳ ହୋଇଛନ୍ତି ଭାରତର ଶ୍ରେଷ୍ଠ ଯୁଗଳ ଟେନିସ୍‌ ଖେଳାଳି ରୋହନ୍‌ ବୋପାନ୍ନା ଓ ତାଙ୍କ ରୋମାନିଆ ସାଥି ଫ୍ଲୋରିନ୍‌ ମରଗିୟେ। ରବିବାର ୧ ଘଣ୍ଟା ୧୧ ମିନିଟ ଧରି ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ  ଜିନ୍‌ ଜୁଲିଆନ୍‌ ରୋଜର ଓ ହୋରିଆ ଟାକାଉ ଯୋଡି ୪-୬.୬-୭(୫) ସେଟ୍‌ରେ ଏହି ଯୋଡିଙ୍କୁ ପରାସ୍ତ କରିଛନ୍ତି। ଗତକାଲି ବୋପାନ୍ନା ଓ ମରଗିୟେ ଯୋଡି କ୍ରୋଏସିଆ-ବ୍ରାଜିଲ୍‌ ଯୋଡି ଇଭାନ୍‌ ଡୋଡିକ୍‌ ଓ ମାର୍ସେଲୋ ମେଲୋ ଯୋଡିଙ୍କୁ […]

Bopanna-Mergea-Twitter-@madrid-Open

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 02:21 PM IST

ମାଦ୍ରିଦ୍‌: ମାଦ୍ରିଦ୍‌ ଓପନ୍‌ ଟାଇଟେଲ୍‌ ହତେଇବାରେ ବିଫଳ ହୋଇଛନ୍ତି ଭାରତର ଶ୍ରେଷ୍ଠ ଯୁଗଳ ଟେନିସ୍‌ ଖେଳାଳି ରୋହନ୍‌ ବୋପାନ୍ନା ଓ ତାଙ୍କ ରୋମାନିଆ ସାଥି ଫ୍ଲୋରିନ୍‌ ମରଗିୟେ। ରବିବାର ୧ ଘଣ୍ଟା ୧୧ ମିନିଟ ଧରି ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ  ଜିନ୍‌ ଜୁଲିଆନ୍‌ ରୋଜର ଓ ହୋରିଆ ଟାକାଉ ଯୋଡି ୪-୬.୬-୭(୫) ସେଟ୍‌ରେ ଏହି ଯୋଡିଙ୍କୁ ପରାସ୍ତ କରିଛନ୍ତି।

ଗତକାଲି ବୋପାନ୍ନା ଓ ମରଗିୟେ ଯୋଡି କ୍ରୋଏସିଆ-ବ୍ରାଜିଲ୍‌ ଯୋଡି ଇଭାନ୍‌ ଡୋଡିକ୍‌ ଓ ମାର୍ସେଲୋ ମେଲୋ ଯୋଡିଙ୍କୁ ୭-୫, ୬-୭, ୧୨-୧୦ ସେଟ୍‌ରେ ହରାଇ ଫାଇନାଲକୁ ଆସିଥିଲେ।

ଟାଇଟେଲ୍‌ ହାତେ‍ଇବାରେ ବିଫଳ ହୋଇଥିବା ସ୍ୱତ୍ତ୍ୱେ ଟପ୍‌ ଟେନ୍‌କୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଶନିବାର ଦିନ ମହିଳା ଡବଲ୍ସ ଫାଇନାଲରେ ପଞ୍ଚମ ସିଡ୍‌ କେରୋଲିନ୍‌ ଗ୍ରାସିଆ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ଙ୍କଠାରୁ ୪-୬, ୪-୬ ସେଟ୍‌ରେ ପରାସ୍ତ ହୋଇ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍‌ ସାଥୀ ମାର୍ଟିନା ହିଙ୍ଗିସ୍‌ ରନର୍ସଅପ୍‌ ହୋଇଥିଲେ।

Related story