ଫ୍ରେଞ୍ଚ୍ ଓପନ ଡବଲ୍ସରୁ ବୋପନ୍ନା ଆଉଟ୍

ପ୍ୟାରିସ୍: ଭାରତୀୟ ଟେନିସ୍ ତାରକା ରୋହନ୍ ବୋପନ୍ନା ଚଳିତ ଫ୍ରେଞ୍ଚ୍ ଓପନ୍ ପୁରୁଷ ଡବଲ୍ସରୁ ବିଦାୟ ନେଇଛନ୍ତି। ରବିବାର ବୋପନ୍ନା ଓ ତାଙ୍କ ରୋମାନିଆ ପାର୍ଟନର୍ ମାରିଅସ୍ କୋପିଲ୍ ତୃତୀୟ ରାଉଣ୍ଡରେ ସର୍ବୀୟ ଯୋଡ଼ି ଡୁସାନ୍ ଲାଜୋଭିକ୍ ଓ ଜାଙ୍କୋ ଟିପସାରଭିକଙ୍କ ନିକଟରୁ ୬-୧, ୫-୭, ୬-୭ (୮/୧୦) ସେଟରେ ପରାସ୍ତ ହୋଇଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଦୁଇ ଘଣ୍ଟା ୫ ମିନିଟ୍ ଧରି ଚାଲିଥିଲା। ମ୍ୟାଚରେ ବୋପନ୍ନା ଓ କୋପିଲଙ୍କ ଯୋଡ଼ି ଭଲ ଆରମ୍ଭ କରିଥିଲେ। […]

rohna

Hemant Lenka
  • Published: Sunday, 02 June 2019
  • , Updated: 02 June 2019, 07:12 PM IST

ପ୍ୟାରିସ୍: ଭାରତୀୟ ଟେନିସ୍ ତାରକା ରୋହନ୍ ବୋପନ୍ନା ଚଳିତ ଫ୍ରେଞ୍ଚ୍ ଓପନ୍ ପୁରୁଷ ଡବଲ୍ସରୁ ବିଦାୟ ନେଇଛନ୍ତି। ରବିବାର ବୋପନ୍ନା ଓ ତାଙ୍କ ରୋମାନିଆ ପାର୍ଟନର୍ ମାରିଅସ୍ କୋପିଲ୍ ତୃତୀୟ ରାଉଣ୍ଡରେ ସର୍ବୀୟ ଯୋଡ଼ି ଡୁସାନ୍ ଲାଜୋଭିକ୍ ଓ ଜାଙ୍କୋ ଟିପସାରଭିକଙ୍କ ନିକଟରୁ ୬-୧, ୫-୭, ୬-୭ (୮/୧୦) ସେଟରେ ପରାସ୍ତ ହୋଇଛନ୍ତି।

ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଦୁଇ ଘଣ୍ଟା ୫ ମିନିଟ୍ ଧରି ଚାଲିଥିଲା। ମ୍ୟାଚରେ ବୋପନ୍ନା ଓ କୋପିଲଙ୍କ ଯୋଡ଼ି ଭଲ ଆରମ୍ଭ କରିଥିଲେ। ଏହି ଯୋଡ଼ି ପ୍ରଥମ ସେଟକୁ ସହଜରେ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ସେଟରେ ସର୍ବୀୟ ଯୋଡ଼ି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ମୁକାବିଲାକୁ ରୋମାଞ୍ଚକର ସହ ଜିତି ନେଇଥିଲେ।

ତୃତୀୟ ତଥା ନିର୍ଣ୍ଣାୟକ ସେଟ୍ ଟାଇବ୍ରେକରକୁ ଯାଇଥିଲେ, ଯେଉଁଥିରେ ଇଣ୍ଡୋ-ରୋମାନିଆ ଯୋଡିଙ୍କ ପାଖରେ ବିଜୟୀ ହେବାର ଭଲ ସୁଯୋଗ ଥିଲା, କିନ୍ତୁ ସେମାନେ ସୁଯୋଗ ହାତଛଡ଼ା କରିଥିଲେ। ଶନିବାର ଭାରତର ସବୁଠାରୁ ଅଭିଜ୍ଞ ଖେଳାଳି ଲିଆଣ୍ଡର ପେସ୍ ମଧ୍ୟ ପୁରୁଷ ଡବଲ୍ସରୁ ବିଦାୟ ନେଇଥିଲେ। ପେସ୍ ଓ ତାଙ୍କ ଫ୍ରାନ୍ସ ସାଥୀ ବେନୋଟ୍ ପେୟାର୍ ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇଥିଲେ।

Related story