କ୍ରିକେଟ୍‌ ଜଗତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ଛକାର ଅର୍ଦ୍ଧଶତକ ପୂରଣ କଲେ ରୋହିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ହିଟ୍‌ମ୍ୟାନ୍‌ ଭାବେ ଜଣାଶୁଣା ରୋହିତ ଶର୍ମାଙ୍କ ନାଁରେ ଆଉ ଏକ ରେକର୍ଡ। ବାଙ୍ଗାଲୋର ଠାରେ ଖେଳାଯାଇଥିବା ୪ର୍ଥ ଦିନିକିଆରେ ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ରେ ୨ଟି ଛକା ମାରିବା ପରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଛକାର ଅର୍ଦ୍ଧଶତକ ପୂରଣ କରିଛନ୍ତି। ରୋହିତ କ୍ରିକେଟ୍‌ ଦୁନିଆର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ୫୦ଟି ଛକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି। ଏହାସହ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିପାରିଛନ୍ତି। ରୋହିତ କୌଣସି ଏକ ଟିମ୍‌ ବିପକ୍ଷରେ ଛକାର ଅର୍ଦ୍ଧଶତକ ଲଗାଇବାର ତୃତୀୟ ଖେଳାଳି ପାଲଟିଯାଇଛନ୍ତି। ଏହାପୂର୍ବରୁ ଆଫ୍ରିଦ ଶ୍ରୀଲଙ୍କା ବିପକ୍ଷରେ ୬୩ଟି ଛକା ମାରିଥିବା ବେଳେ ଜୟସୁରିଆ ପାକିସ୍ତାନ ବିପକ୍ଷରେ ୫୩ଟି ଛକା ମିରିଛନ୍ତି।

ଆହୁରି ପଢ଼ନ୍ତୁ

ଘରୋଇ ଦଳକୁ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ