ସାରା ବିଶ୍ୱକୁ ପଛରେ ପକାଇଦେଇଛନ୍ତି ଏହି କ୍ରିକେଟର୍‌: ସୋସିଆଲ ମିଡ଼ିଆରେ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନିକିଆରେ ଗୋଟିଏ ପାଳିରେ ସବୁଠୁ ଅଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ରୋହିତ ଶର୍ମା ସବୁଠୁ ଆଗରେ। ରୋହିତ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ପାଳିରେ ୧୬ଟି ଛକା ମାରି ନୂଆ ଇତିହାସ ରଚିଥିଲେ। ଏହି ପାଳିରେ ସେ କେବଳ ଛାକାରେ ୯୬ ରନ ସ୍କୋର କରିଥିଲେ। ଏହି ରେକର୍ଡ ଆଜି ପର୍ଯ୍ୟନ୍ତ ବି କେହି ଭାଙ୍ଗି ପାରିନାହାଁନ୍ତି। ଗୋଟିଏ ପାଳିରେ ଦ୍ୱିତୀୟ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ରୋହିତ ନିଜ ନାଁରେ […]

front-pic_1513162231

front-pic_1513162231

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନିକିଆରେ ଗୋଟିଏ ପାଳିରେ ସବୁଠୁ ଅଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ରୋହିତ ଶର୍ମା ସବୁଠୁ ଆଗରେ। ରୋହିତ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ପାଳିରେ ୧୬ଟି ଛକା ମାରି ନୂଆ ଇତିହାସ ରଚିଥିଲେ। ଏହି ପାଳିରେ ସେ କେବଳ ଛାକାରେ ୯୬ ରନ ସ୍କୋର କରିଥିଲେ। ଏହି ରେକର୍ଡ ଆଜି ପର୍ଯ୍ୟନ୍ତ ବି କେହି ଭାଙ୍ଗି ପାରିନାହାଁନ୍ତି। ଗୋଟିଏ ପାଳିରେ ଦ୍ୱିତୀୟ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ରୋହିତ ନିଜ ନାଁରେ କରିଛନ୍ତି। ଯାହା ଆଜିର ମ୍ୟାଚରେ ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚରେ ରୋହିତ ୧୨ଟି ବିଶାଳ ଛକା ମାରିଥିଲେ। ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ବିପକ୍ଷରେ ସେ ୨୦୮ ରନର ଏକ ବିଶାଲ ସ୍କୋର କରିଛନ୍ତି। ଯେଉଁଥିରେ ରହିଛି ୧୨ଟି ବିଶାଳ ଛକା ଓ ୧୩ଟି ଚୌକା। କେବଳ ଏତିକ ନୁହେଁ ୨୦୧୪ରେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚରେ ରୋହିତ ୯ଟି ଛକା ମାରିଥିଲେ।

ଦିନିକିଆରେ ଗୋଟିଏ ପାଳିରେ ରୋହିତଙ୍କ ନାଁରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର କରିବାର ରେକର୍ଡ ମଧ୍ୟ ରହିଛି। ସେ ୨୦୧୪ରେ ଏହି ଶ୍ରୀଲଙ୍କା ବିପକ୍ଷରେ କୋଲକାତା ଦିନିକିଆରେ ୨୬୪ ରନର ଏକ ବିଶାଳ ସ୍କୋର କରିଥିଲେ। ଦ୍ୱିଶତକରେ ମଧ୍ୟ ରୋହିତଙ୍କ ନାଁରେ ସର୍ବାଧିକ ଦ୍ୱିଶତକ ମାରିବାର ରେକର୍ଡ ରହିଛି। ସେ ଏପର୍ଯ୍ୟନ୍ତ ୩ଟି ଦ୍ୱିଶତକ ହାସଲ କରିସାରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ସେ ୨ଟି ଦ୍ୱିଶତକ ମାରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଦ୍ୱିଶତକ ହାସଲ କରିଛନ୍ତି। ସଚିନ ତେନ୍ଦୁଲକର ଓ ସେହୱାଗ ମଧ୍ୟ ଗୋଟିଏ ଲେଖାଏଁ ଦ୍ୱିଶତକ ହାସଲ କରିଛନ୍ତି। ଅନ୍ୟପଟେ ଭାରତୀୟଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବିଦେଶୀ ଖେଳାଳି ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ୍‌ ଓ ୱେଷ୍ଟଇଣ୍ଡିଜ ଦଳର କ୍ରିସ୍‌ ଗେଲ୍‌ ମଧ୍ୟ ଗୋଟିଏ ଲେଖାଁଏ ଦ୍ୱିଶତକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ବିଶ୍ୱ କ୍ରିକେଟ୍‌ରେ ଦିନିକିଆରେ ମୋଟ ୭ଟି ଦ୍ୱିଶତକ ହାସଲ ହୋଇଛି। ଶ୍ରୀଲଙ୍କା ବିପକ୍ଷ ଆଜି ୨୦୮ ରନର ବିସ୍ଫୋରକ ପାଳି ପରେ ରୋହିତ ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ତାଙ୍କ ପ୍ରଦର୍ଶନକୁ ନେଇ କରାଯାଉଛି ବାଃ ବାଃ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos