ମାଲିଙ୍ଗାଙ୍କ ଅବସର: ଶୁଭେଚ୍ଛା ଜଣାଇଲେ ରୋହିତ ଓ ବୁମ୍ରା

ମୁମ୍ବାଇ: ଶ୍ରୀଲଙ୍କା ଟିମ୍‌ର ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଅନ୍ତର୍ଜାତୀୟ ଦିନିକିଆରୁ ଅବସର ଘୋଷଣା କରିଛନ୍ତି। ଗତକାଲି ସେ ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ଖେଳିଥିଲେ। ମାଲିଙ୍ଗାଙ୍କ ଅବସର ନେବା ପରେ ତାଙ୍କୁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଶୁଭେଚ୍ଛା ଜଣାଇଛନ୍ତି। ମାଲିଙ୍ଗା ଏହି ଦୁଇ ଖେଳାଳିଙ୍କ ସହ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ। ମାଲିଙ୍ଗା ଦିନିକିଆରେ ୩୩୮ଟି ୱିକେଟ୍‌ ଦଖଲ କରିଛନ୍ତି। ବାଂଲାଦେଶ ବିପକ୍ଷ […]

wr

Hemant Lenka
  • Published: Saturday, 27 July 2019
  • , Updated: 27 July 2019, 05:54 PM IST

ମୁମ୍ବାଇ: ଶ୍ରୀଲଙ୍କା ଟିମ୍‌ର ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଅନ୍ତର୍ଜାତୀୟ ଦିନିକିଆରୁ ଅବସର ଘୋଷଣା କରିଛନ୍ତି। ଗତକାଲି ସେ ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ଖେଳିଥିଲେ। ମାଲିଙ୍ଗାଙ୍କ ଅବସର ନେବା ପରେ ତାଙ୍କୁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଶୁଭେଚ୍ଛା ଜଣାଇଛନ୍ତି।

ମାଲିଙ୍ଗା ଏହି ଦୁଇ ଖେଳାଳିଙ୍କ ସହ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ। ମାଲିଙ୍ଗା ଦିନିକିଆରେ ୩୩୮ଟି ୱିକେଟ୍‌ ଦଖଲ କରିଛନ୍ତି। ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ମଧ୍ୟ ମାଲିଙ୍ଗା ୩୮ ରନ୍‌ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ।

ରୋହିତ କହିଛନ୍ତି, “ମୁଁ ଯଦି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କୌଣସି ମ୍ୟାଚ୍‌ ୱିନର୍ ଖେଳାଳିଙ୍କୁ ବାଛିବି, ତା’ହେଲେ ସେ ହେଉଛନ୍ତି ମାଲିଙ୍ଗା। ମୁଁ ଅଧିନାୟକ ହିସାବରେ ଯେକୌଣସି ପରିସ୍ଥିତିରେ ତାଙ୍କୁ ବୋଲିଂ କରିବାକୁ କହିଛି ସେ କେବେ ମନା କରିନାହାନ୍ତି। ଏଥିସହ ସେ ସବୁବେଳେ ଆମକୁ ସଫଳତା ମଧ୍ୟ ଆଣି ଦେଇଛନ୍ତି। ମାଲିଙ୍ଗାଙ୍କୁ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା।”

ବୁମ୍ରା ମଧ୍ୟ ଟ୍ୱିଟ କରି ମାଲିଙ୍ଗାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “କ୍ରିକେଟକୁ ତୁମେ ଦେଇଥିବା ସବୁ ପ୍ରକାରର ଅବଦାନ ପାଇଁ ଶୁଭେଚ୍ଛା ଓ ଧନ୍ୟବାଦ। ତୁମେ ଚିରସ୍ମରଣୀୟ ହୋଇ ରହିଥିଲ ଏବଂ ଆଗକୁ ମଧ୍ୟ ରହିବ।”

ମାଲିଙ୍ଗା ୨୦୦୪ରେ ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଥିଲେ। ଇତି ମଧ୍ୟରେ ସେ ତାଙ୍କ ଦେଶ ପାଇଁ ୨୨୫ଟି ଦିନିକିଆ ଓ ୩୦ଟି ଟେଷ୍ଟ ଖେଳିଛନ୍ତି। ୨୦୧୧ରୁ ସେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

Related story