'ରୋହିତ୍ ଭାଙ୍ଗିବେ ବ୍ରାଏନ୍ ଲାରାଙ୍କ ବିଶ୍ୱ ରେକର୍ଡ'

ଆଡିଲେଡ୍‌: ୱେଷ୍ଟଇଣ୍ଡିଜର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ଅପରାଜିତ ୪୦୦ ରନର ବିଶ୍ୱ ରେକର୍ଡ ଇନିଂସ୍ ରହିଛି, ଯାହାକୁ ଭାଙ୍ଗିବା ପ୍ରାୟତଃ ଅସମ୍ଭବ। କିନ୍ତୁ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ମତରେ ଲାରାଙ୍କ ଏହି ରେକର୍ଡ ଭାରତ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଭାଙ୍ଗିପାରିବେ। ୱାର୍ଣ୍ଣର ପାକିସ୍ତାନ ବିପକ୍ଷ ଆଡିଲେଡ୍ ଟେଷ୍ଟରେ ଅପରାଜିତ ୩୩୫ ରନର ଇନିଂସ୍ ଖେଳି ନିଜର ପ୍ରଥମ ତ୍ରିଶତକ ହାସଲ କରିଛନ୍ତି। ୱାର୍ଣ୍ଣର ଯେତେବେଳେ […]

rohit

rohit

Ranjit Kumar Jena
  • Published: Sunday, 01 December 2019
  • Updated: 01 December 2019, 04:44 PM IST

Sports

Latest News

ଆଡିଲେଡ୍‌: ୱେଷ୍ଟଇଣ୍ଡିଜର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ଅପରାଜିତ ୪୦୦ ରନର ବିଶ୍ୱ ରେକର୍ଡ ଇନିଂସ୍ ରହିଛି, ଯାହାକୁ ଭାଙ୍ଗିବା ପ୍ରାୟତଃ ଅସମ୍ଭବ। କିନ୍ତୁ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ମତରେ ଲାରାଙ୍କ ଏହି ରେକର୍ଡ ଭାରତ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଭାଙ୍ଗିପାରିବେ। ୱାର୍ଣ୍ଣର ପାକିସ୍ତାନ ବିପକ୍ଷ ଆଡିଲେଡ୍ ଟେଷ୍ଟରେ ଅପରାଜିତ ୩୩୫ ରନର ଇନିଂସ୍ ଖେଳି ନିଜର ପ୍ରଥମ ତ୍ରିଶତକ ହାସଲ କରିଛନ୍ତି।

ୱାର୍ଣ୍ଣର ଯେତେବେଳେ ଲାରାଙ୍କ ବିଶ୍ୱ ରେକର୍ଡଠାରୁ ୬୫ ରନ୍ ଦୂରରେ ଥିଲେ, ସେହି ସମୟରେ କ୍ୟାପଟେନ୍ ଟିମ୍ ପେନ୍ ୩ ୱିକେଟରେ ୫୮୯ ରନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ଘୋଷଣା କରିଥିଲେ। ୱାର୍ଣ୍ଣର ଏହି ରେକର୍ଡକୁ ଭାଙ୍ଗିପାରିଲେ ନାହିଁ, କିନ୍ତୁ ତାଙ୍କ ମତରେ ୪୦୦ ରନର ମାଇଲଖୁଣ୍ଟ ଛୁଇଁବା ସମ୍ଭବ ଏବଂ ତାଙ୍କ ମତରେ ଭବିଷ୍ୟରେ ରୋହିତ୍ ଏହି ବଡ଼ ଉପଲବ୍ଧି ହାସଲ କରିପାରନ୍ତି।

ୠାରାଙ୍କ ଅପରାଜିତ ୪୦୦ ରନ୍‌, ଟେଷ୍ଟ କ୍ରିକେଟରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର, ଯାହା ସେ ୨୦୦୪ରେ ଇଂଲଣ୍ଡ ବିପକ୍ଷରେ କରିଥିଲେ। ୱାର୍ଣ୍ଣର 'ଫକ୍ସ ସ୍ପୋର୍ଟ୍ସ'କୁ କହିଛନ୍ତି, "୪୦୦ ରନର ରେକର୍ଡକୁ ଛୁଇଁବା ବ୍ୟକ୍ତିଗତ ଖେଳାଳି ଉପରେ ନିର୍ଭର କରେ। ଯେହେତୁ ଏଠାକାର ବାଉଣ୍ଡ୍ରୀ ବହୁତ ଲମ୍ବା, ତେଣୁ ଆମ ପାଇଁ ସବୁକିଛି କଷ୍ଟକର ହୋଇପଡ଼େ। ଏଭଳି ସ୍ଥିତିରେ ଖେଳାଳି ଥକି ପଡ଼ନ୍ତି ଏବଂ ଶଟ୍ ଖେଳିବା କଷ୍ଟକର ହୋଇଥାଏ। ଶେଷଆଡ଼କୁ ଦ୍ରୁତ ରନ୍ କରିବା ପ୍ରୟାସରେ ମୁଁ ଦୁଇ ରନ୍ ନେଇଥିଲି, କାରଣ ମୋତେ ଲାଗୁଥିଲା ଯେ ବଲକୁ ମୁଁ ବାଉଣ୍ଡ୍ରୀ ଅତିକ୍ରମ କରାଇପାରିବି ନାହିଁ । ଯଦି କୌଣସି ଖେଳାଳି ଟେଷ୍ଟ କ୍ରିକେଟରେ ୪୦୦ ରନର ରେକର୍ଡ ଛୁଇଁପାରିବ, ତାହେଲେ ଦିନେ ରୋହିତ୍ ଶର୍ମା ଏହା ନିଶ୍ଚିତ ଭାବେ କରିପାରିବେ।"

ଚଳିତ ଦିବାରାତ୍ର ଟେଷ୍ଟରେ ଡନ୍ ବ୍ରାଡମ୍ୟାନଙ୍କ ୩୩୪ ରନର ସର୍ବଶ୍ରେଷ୍ଠ ଇନିଂସକୁ ପଛରେ ପକାଇଥିବା ୱାର୍ଣ୍ଣର ଆଉ ଏକ ବଡ଼ ଖୁଲାସା କରିଛନ୍ତି ଯେ ନିଜ ଟେଷ୍ଟ କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱରେ ଥିଲି ଏବଂ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ସେହି ସମୟରେ ଭବିଷ୍ୟବାଣୀ କରିଥିଲେ ଯେ ସେ (ୱାର୍ଣ୍ଣର) ଟି-୨୦ କ୍ରିକେଟର ତୁଳନାରେ ଉନ୍ନତ ଟେଷ୍ଟ କ୍ରିକେଟର୍ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story