ଚତୁର୍ଥ ଭାରତୀୟ ଭାବେ ଏହି ବଡ଼ ରେକର୍ଡ କଲେ ରୋହିତ୍‌

ହାମିଲଟନ୍‌: ଟିମ୍ ଇଣ୍ଡିଆର ଭାଇସ୍ କ୍ୟାପଟେନ୍ ତଥା ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ରୋହିତ୍ ଭାରତର ଚତୁର୍ଥ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ୧୦ହଜାର ରନ୍ ପୂରଣ କରିଛନ୍ତି। ସେଡନ୍ ପାର୍କରେ ବୁଧବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ରୋହିତ୍ ନିଜର ୬୫ ରନର ଇନିଂସରେ ଏହି କୀର୍ତ୍ତିମାନ କରିଛନ୍ତି। ରୋହିତଙ୍କ ପୂର୍ବରୁ ଭାରତ ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର […]

sharma

sharma

Ranjit Kumar Jena
  • Published: Wednesday, 29 January 2020
  • Updated: 29 January 2020, 05:49 PM IST

Sports

Latest News

ହାମିଲଟନ୍‌: ଟିମ୍ ଇଣ୍ଡିଆର ଭାଇସ୍ କ୍ୟାପଟେନ୍ ତଥା ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ରୋହିତ୍ ଭାରତର ଚତୁର୍ଥ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ୧୦ହଜାର ରନ୍ ପୂରଣ କରିଛନ୍ତି।

ସେଡନ୍ ପାର୍କରେ ବୁଧବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ରୋହିତ୍ ନିଜର ୬୫ ରନର ଇନିଂସରେ ଏହି କୀର୍ତ୍ତିମାନ କରିଛନ୍ତି। ରୋହିତଙ୍କ ପୂର୍ବରୁ ଭାରତ ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗ ଅନ୍ତର୍ଜାତୀୟ କ୍ରିକେଟରେ ଓପ୍ନର ଭାବେ ୧୦ହଜାର ରନ୍ କରିଛନ୍ତି।

ହିଟମ୍ୟାନ୍ ଭାବେ ପରିଚିତ ରୋହିତ୍ ୨୧୯ ଇନିଂସରେ ୫୦.୩୩ ହାରରେ ୧୦୦୧୭ ରନ୍ କରିଛନ୍ତି। ଓପ୍ନର ଭାବେ ରୋହିତ୍ ଟି-୨୦ରେ ୨୩୧୩ ରନ୍ ଏବଂ ଦିନିକିଆରେ ୧୪୦ ମ୍ୟାଚରେ ୭୧୪୮ ରନ୍ କରିଛନ୍ତି। ସଚିନ ଓପ୍ନର ଭାବେ ୧୫,୩୩୫ ରନ୍ କରିଥିବା ବେଳେ ଗାଭାସ୍କର ୧୨୨୫୮ ରନ୍ ଏବଂ ସେହ୍ୱାଗ ୧୬,୧୧୯ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos