କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ନିର୍ଣ୍ଣାୟକ ଦିନିକିଆରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ଆଗରେ ୩୧୬ ରନର କଷ୍ଟସାଧ୍ୟ ଟାର୍ଗେଟ୍ ରଖିଛି। ଏହାକୁ ପିଛା କରୁଥିବା ଭାରତକୁ ଭଲ ଆରମ୍ଭ ଦେଇଛନ୍ତି ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍।
ଦୁହେଁ ଆରମ୍ଭରୁ ହିଁ ଇଣ୍ଡିଜ୍ ବୋଲରଙ୍କ ଉପରେ ଚାପ ପକାଇଥିଲେ ଏବଂ ଓଭରପିଛା ୬ ରନ୍ ଲେଖାଏ କରିଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୨ ଓଭରରେ ବିନା ୱିକେଟ୍ ହରାଇ ୭୭ ରନ୍ କରିଛି।
ଏହି ସମୟରେ ରୋହିତ୍ ୩୭ ବଲରେ ୩୭ (୫ ଚୌକା, ୧ ଛକା) ଓ ରାହୁଲ୍ ୩୮ (୩୫ ବଲ୍, ୬ ଚୌକା) ରନରେ ବ୍ୟାଟିଂ କରୁଥିଲେ।