ରିଷଭ ପନ୍ତଙ୍କୁ ଏମିତି ଉପହାସ କଲେ ରୋହିତ୍

ନୂଆଦିଲ୍ଲୀ: ବ୍ରିସବେନର ଦ୍ୱିତୀୟ ଟେଷ୍ଟରେ ବର୍ଷା ବାଧକ ସାଜିଥିବାବେଳେ ପ୍ରଥମ ଦିନରେ ପଡ଼ିଆ ଭିତରର ଏକ ମଜାଦାର କଥା ଏବେ ପଦାକୁ ଆସିଛି। କ୍ରିକେଟ ଅଷ୍ଟ୍ରେଲିଆ ଏହି ମଜାଳିଆ ଭିଡିଓକୁ ନିଜ ଟ୍ୱିଟର୍ ହ୍ୟାଣ୍ଡେଲରେ ଶେଆର କରିଛି। ଭିଡିଓରେ ଭାରତୀୟ ଉପଅଧିନାୟକ ରୋହିତ ରିଷଭଙ୍କ ମଜାକ୍ ଉଡ଼ାଉଥିବା ଦେଖିବାକୁ ମିଳୁଛି। ପୂରା ଘଟଣାଟି ଏମିତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପାଞ୍ଚ ୱିକେଟ ହରାଇ ଦୁଇ ଶହ ପଞ୍ଚାବନ ରନ କରିଥିବାବେଳେ କ୍ରିଜରେ ଥିଲେ ଅଧିନାୟକ ଟିମ୍ ପେନ୍ […]

cricket

cricket

Jitendra Garnayak
  • Published: Saturday, 16 January 2021
  • Updated: 16 January 2021, 02:23 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିସବେନର ଦ୍ୱିତୀୟ ଟେଷ୍ଟରେ ବର୍ଷା ବାଧକ ସାଜିଥିବାବେଳେ ପ୍ରଥମ ଦିନରେ ପଡ଼ିଆ ଭିତରର ଏକ ମଜାଦାର କଥା ଏବେ ପଦାକୁ ଆସିଛି। କ୍ରିକେଟ ଅଷ୍ଟ୍ରେଲିଆ ଏହି ମଜାଳିଆ ଭିଡିଓକୁ ନିଜ ଟ୍ୱିଟର୍ ହ୍ୟାଣ୍ଡେଲରେ ଶେଆର କରିଛି। ଭିଡିଓରେ ଭାରତୀୟ ଉପଅଧିନାୟକ ରୋହିତ ରିଷଭଙ୍କ ମଜାକ୍ ଉଡ଼ାଉଥିବା ଦେଖିବାକୁ ମିଳୁଛି।

ପୂରା ଘଟଣାଟି ଏମିତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପାଞ୍ଚ ୱିକେଟ ହରାଇ ଦୁଇ ଶହ ପଞ୍ଚାବନ ରନ କରିଥିବାବେଳେ କ୍ରିଜରେ ଥିଲେ ଅଧିନାୟକ ଟିମ୍ ପେନ୍ ଓ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍। ପେନ୍ ସତେଇଶ ଓ ଗ୍ରୀନ୍ କୋଡ଼ିଏ ରନରେ ବ୍ୟାଟିଂ କରୁଥିଲେ। ଟିମ୍ ଇଣ୍ଡିଆର ବାମହାତୀ ଡେବ୍ୟୁଟାଣ୍ଟ ଟି. ନଟରାଜନଙ୍କ ଏକ ଅଫ୍ ଷ୍ଟମ୍ପ ବାହାର ବଲ ପେନଙ୍କୁ ସଂପୂର୍ଣ୍ଣ ପରାସ୍ତ କରି ୱିକେଟ୍ କିପର୍ ରିଷଭ ପନ୍ତଙ୍କ ଗ୍ଲୋବସକୁ ଚାଲି ଯାଇଥିଲା। ପନ୍ତ କଟ୍ ବିହାଇଣ୍ଡ ଅପିଲ୍ ବି କରିଥିଲେ। କିନ୍ତୁ ବୋଲର କି ଦଳର ସାଥି ଖେଳାଳିମାନେ ଏନେଇ ନିରବ ରହିଥିଲେ। ନିଜ ଅପିଲ୍ ଅମ୍ପାୟାରଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିବା ଦେଖି ପନ୍ତ ଗଲିରେ ଫିଲଡିଂ କରୁଥିବା ଅଧିନାୟକ ରାହାଣେଙ୍କୁ ଡିଆରଏସ୍ ନେବା ପାଇଁ ପ୍ରଭାବିତ କରିଥିଲେ। ତେବେ ରାହାଣେ ଏଥିରେ ପନ୍ତଙ୍କ ସହ ରାଜି ତ ହୋଇ ନଥିଲେ ବରଂ ହସି ହସି ତାଙ୍କ ନିବେଦନକୁ ଏଡ଼ାଇ ଯାଇଥିଲେ। ଏଥିରେ ନିରାଶ ହୋଇଥିବା ପନ୍ତ ନିଜ ନୈରାଶ୍ୟଜନକ ପ୍ରତିକ୍ରିୟା ଜାହିର କରି କିପିଂ ପୋଜିସନକୁ ଫେରୁଥିବାଳେ ଉପଅଧିନାୟକ ରୋହିତ ଶର୍ମାଙ୍କ ଉପହାସର ଶିକାର ହୋଇଥିଲେ।

ପନ୍ତଙ୍କ ଆବେଦନକୁ ରାହାଣେ ହସି ହସି ନାକଚ କରି ଦେବା ପରେ ରୋହିତ୍ ନିଜେ ମଧ୍ୟ ଚାପି ଚାପି ହସିବା ସହ ହାତ ଠାରି ଏହି ଦିଲ୍ଲୀ ୱିକେଟ କିପର ବ୍ୟାଟସମ୍ୟାନଙ୍କ ମଜାକ୍ ଉଡ଼ାଇ ଥିଲେ। ଟିମ୍ ଇଣ୍ଡିଆ ଖେଳାଳିଙ୍କ ଏହି ଥଟ୍ଟା ପରିହାସଭରା ଭିଡିଓ କ୍ରିକେଟ୍ ଅଷ୍ଟ୍ରେଲିଆ ଶେଆର୍ କରିବା ପରେ ସୋଶାଲ୍ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos