୪୦୦ ଛକାରୁ ପାଦେ ଦୂରରେ ରୋହିତ୍‌

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ନୂଆ କୀର୍ତ୍ତିମାନ କରିବାକୁ ଯାଉଛି। ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଟି-୨୦ ସିରିଜରେ ରୋହିତଙ୍କ ପାଖରେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକାର ମାଇଲଖୁଣ୍ଟ ଛୁଇଁବାର ସୁଯୋଗ ରହିଛି। ପ୍ରଥମ ଟି-୨୦ ମ୍ୟାଚରେ ରୋହିତ୍ ଗୋଟିଏ ଛକା ମାରନ୍ତି, ତାହେଲେ ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବଡ଼ ରେକର୍ଡ ନିଜ ନାଁରେ କରିନେବେ। ତେବେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକ।।ର ରେକର୍ଡ […]

rohit

rohit

Ranjit Kumar Jena
  • Published: Wednesday, 04 December 2019
  • Updated: 04 December 2019, 06:58 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ନୂଆ କୀର୍ତ୍ତିମାନ କରିବାକୁ ଯାଉଛି। ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଟି-୨୦ ସିରିଜରେ ରୋହିତଙ୍କ ପାଖରେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକାର ମାଇଲଖୁଣ୍ଟ ଛୁଇଁବାର ସୁଯୋଗ ରହିଛି।

ପ୍ରଥମ ଟି-୨୦ ମ୍ୟାଚରେ ରୋହିତ୍ ଗୋଟିଏ ଛକା ମାରନ୍ତି, ତାହେଲେ ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବଡ଼ ରେକର୍ଡ ନିଜ ନାଁରେ କରିନେବେ। ତେବେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକ।।ର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାଁରେ ରହିଛି, ଯିଏ ମୋଟ ୫୩୪ ଛକା ମାରିଛନ୍ତି। ତାଙ୍କ ପରକୁ ପାକିସ୍ତାନର ଶାହିନ୍ ଆଫ୍ରିଦି (୪୭୬ ଛକା) ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସୀମିତ ଓଭର କ୍ରିକେଟରେ ରୋହିତ୍ ଭାରତ ପକ୍ଷରୁ ନିୟମିତ ଓପନ୍ କରନ୍ତି। କିନ୍ତୁ ଏବେ ଟେଷ୍ଟ କ୍ରିକେଟରେ ମଧ୍ୟ ସେ ଦଳର ନିୟମିତ ଓପନିଂ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଓପ୍ନର ଭାବେ ରୋହିତ୍ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଖେଳିଥିଲେ। ଏହି ସିରିଜରେ ସେ ସର୍ବାଧିକ ୧୯ ଛକା ମାରି ବିଶ୍ୱ ରେକର୍ଡ କରିଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ ଇନିଂସ୍ ଖେଳି ୫୨୯ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos