ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପାଟଣା ଟେଷ୍ଟର ଉଭୟ ଇନିଂସରେ ଶତକ ମାରି ରେକର୍ଡ କରିଥିବା ଭାରତର ହିଟମ୍ୟାଚ୍ ରୋହିତ୍ ଶର୍ମା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ସୋମବାର ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗରେ ରୋହିତ୍ ୧୭ତମ ସ୍ଥାନକୁ ଉଠିଛନ୍ତି। ରୋହିତଙ୍କ ନାଁରେ ଏବେ ୨୮ ଟେଷ୍ଟ ମ୍ୟାଚରେ ୫ ଶତକ ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ୍ ଉଭୟ ଇନିଂସରେ ଯଥାକ୍ରମେ ୧୭୬ ଓ ୧୨୭ […]

ROHIT

ROHIT

Ranjit Kumar Jena
  • Published: Monday, 07 October 2019
  • Updated: 07 October 2019, 06:46 PM IST

Sports

Latest News

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପାଟଣା ଟେଷ୍ଟର ଉଭୟ ଇନିଂସରେ ଶତକ ମାରି ରେକର୍ଡ କରିଥିବା ଭାରତର ହିଟମ୍ୟାଚ୍ ରୋହିତ୍ ଶର୍ମା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ସୋମବାର ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗରେ ରୋହିତ୍ ୧୭ତମ ସ୍ଥାନକୁ ଉଠିଛନ୍ତି। ରୋହିତଙ୍କ ନାଁରେ ଏବେ ୨୮ ଟେଷ୍ଟ ମ୍ୟାଚରେ ୫ ଶତକ ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ୍ ଉଭୟ ଇନିଂସରେ ଯଥାକ୍ରମେ ୧୭୬ ଓ ୧୨୭ ରନ୍ କରିଥିଲେ, ଯାହା ଫଳରେ ତାଙ୍କୁ ଏକାଥରକେ ୩୬ଟି ସ୍ଥାନର ଫାଇଦା ହୋଇଛି। ତାଙ୍କର ଏହି ଇନିଂସ ବଳରେ ଭାରତ ମ୍ୟାଚକୁ ୨୦୩ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି।

ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କୁ ପ୍ରଥମ ଇନିଂସରେ ଦ୍ୱିଶତକ ମାରିବା ପରେ ୩୮ଟି ସ୍ଥାନର ଫାଇଦା ହୋଇଛି, ଯଦ୍ଦ୍ୱାରା ସେ କ୍ୟାରିୟରର ସର୍ବଶ୍ରେଷ୍ଠ ୨୫ତମ ସ୍ଥାନରେ ପହଞ୍ଚିଛନ୍ତି। କ୍ୟାପଟେନ୍ ବିରାଟ୍ କୋହଲି ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି, ହେଲେ ସେ ଜାନୁଆରୀ, ୨୦୧୮ ପରେ ପ୍ରଥମଥର ଲାଗି ୯୦୦ ପଏଣ୍ଟ ତଳକୁ ଖସି ଆସିଛନ୍ତି। ତାଙ୍କର ଏବେ ୮୯୯ ପଏଣ୍ଟ ହୋଇଛି ଏବଂ ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କଠାରୁ ସେ ୩୮ ପଏଣ୍ଟ ପଛରେ ରହିଛନ୍ତି।

ବୋଲିଂରେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଟପ୍‌-୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ୧୪୫ ରନ୍ ଦେଇ ୭ ୱିକେଟ୍ ନେଇଥିବା ଅଶ୍ୱିନ୍ ଚାରୋଟି ସ୍ଥାନ ଉପରକୁ ଉଠି ଦଶମରେ ପହଞ୍ଚିଛନ୍ତି। ଏହାଛଡ଼ା ଅଶ୍ୱିନ୍ ଅଲରାଉଣ୍ଡର ତାଲିକାରେ ମଧ୍ୟ ଶୀର୍ଷ-୫ରେ ପହଞ୍ଚି ଯାଇଛନ୍ତି। ପେସ୍ ବୋଲର ମହମ୍ମଦ ଶାମି କ୍ୟାରିୟରର ସର୍ବଶ୍ରେଷ୍ଠ ୭୧୦ ପଏଣ୍ଟ ସହ ୧୮ରୁ ୧୬ତମ ସ୍ଥାନକୁ ଉଠିଛନ୍ତି ଏବଂ ସେ ନିଜ କ୍ୟାରିୟରର ଶ୍ରେଷ୍ଠ (୧୪ତମ) ସ୍ଥାନକୁ ଦୁଇ ପାଦ ଦୂରରେ ଅଛନ୍ତି।

ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜା ବାଂଲାଦେଶର ସାକିବ୍ ଅଲ୍ ହାସନଙ୍କୁ ପଛରେ ପକାଇ ଅଲରାଉଣ୍ଡର ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ଜାଡେଜା ପ୍ରଥମ ଟେଷ୍ଟରେ ବ୍ୟାଟିଂରେ ଯଥାକ୍ରମେ ୩୦* ଓ ୪୦ ରନର ଯୋଗଦାନ କରିଥିବା ବେଳେ ବୋଲିଂରେ ୬ ୱିକେଟ୍ ନେଇଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଶତକ ମାରିଥିବା କ୍ୱିଣ୍ଟନ୍ ଡି'କକ୍ ଓ ଡିନ୍ ଏଲଗାରଙ୍କୁ ରାଙ୍କିଙ୍ଗରେ ଫାଇଦା ହୋଇଛି। ଡି'କକ୍ (ସପ୍ତମ) ୪ଟି ସ୍ଥାନ ଉପରକୁ ଉଠି ଟପ୍‌-୧୦କୁ ଫେରିଥିବା ବେଳେ ଏଲଗାର ୫ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ଏହାଛଡ଼ା ଦକ୍ଷିଣ ଆଫ୍ରିକାର ଅନ୍ୟ କୌଣସି ଖେଳାଳି ରାଙ୍କିଙ୍ଗରେ ସେତେଟା ସୁଧାର ଆଣିପାରି ନାହାନ୍ତି।

ବିଶାଖାପାଟଣା ଟେଷ୍ଟ ଜିତିବା ଦ୍ୱାରା ଭାରତକୁ ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ୪୦ ପଏଣ୍ଟର ଫାଇଦା ହୋଇଛି । ଭାରତ ଏବେ ମୋଟ ୧୬୦ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଭାରତ ୱେଷ୍ଟଇଣ୍ଡିଜରେ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ପୂରା ୧୨୦ ପଏଣ୍ଟ ହାସଲ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ଓ ଶ୍ରୀଲଙ୍କା ସିରିଜ୍ ୧-୧ରେ ଡ୍ର' ରହିଥିଲା, ଯଦ୍ଦ୍ୱାରା ଉଭୟ ଦଳ ୬୦ ପଏଣ୍ଟ ଲେଖାଏ ପାଇଛନ୍ତି। ସେହିପରି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ରେ ଡ୍ର' କରି ୫୬ ଲେଖାଏ ପଏଣ୍ଟ ପାଇଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story