ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଟପ୍‌-୧୦ରେ ରୋହିତ୍ ଶର୍ମା

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ହିଟ୍ ସାବ୍ୟସ୍ତ ହୋଇଥିବା ରୋହିତ୍ ଶର୍ମା ବୁଧବାର ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଟେଷ୍ଟରେ ଦ୍ୱିଶତକ (୨୧୨) ମାରିବା ପରେ ରୋହିତଙ୍କୁ ଏହି ଉପହାର ମିଳିଛି। ସେ ଏବେ ଦଶମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ପୂର୍ବରୁ ସେ ୫୪ତମ ସ୍ଥାନରେ ଥିଲେ। ଏଥିସହ ରୋହିତ୍ ତିନୋଟି ଯାକ ଫର୍ମାଟରେ ଟପ୍‌-୧୦ରେ […]

rohit

Ranjit Kumar Jena
  • Published: Wednesday, 23 October 2019
  • , Updated: 23 October 2019, 08:44 PM IST

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ହିଟ୍ ସାବ୍ୟସ୍ତ ହୋଇଥିବା ରୋହିତ୍ ଶର୍ମା ବୁଧବାର ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଟେଷ୍ଟରେ ଦ୍ୱିଶତକ (୨୧୨) ମାରିବା ପରେ ରୋହିତଙ୍କୁ ଏହି ଉପହାର ମିଳିଛି। ସେ ଏବେ ଦଶମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ପୂର୍ବରୁ ସେ ୫୪ତମ ସ୍ଥାନରେ ଥିଲେ।

ଏଥିସହ ରୋହିତ୍ ତିନୋଟି ଯାକ ଫର୍ମାଟରେ ଟପ୍‌-୧୦ରେ ପହଞ୍ଚିବାରେ ଭାରତର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରୋହିତ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ୫୨୯ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଦ୍ୱିଶତକ ସମେତ ତିନୋଟି ଶତକ ସାମିଲ୍ ଅଛି। ରୋହିତଙ୍କ ପୂର୍ବରୁ ବିରାଟ୍ କୋହଲି ଓ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ତିନୋଟି ଫର୍ମାଟର ଶୀର୍ଷ-୧୦ରେ ସ୍ଥାନ ହାସଲ କରିଥିଲେ। ରାଞ୍ଚିରେ ଦ୍ୱିଶତକ ମାରିବା ପରେ ରୋହିତଙ୍କୁ ଏକାଥରକେ ୧୨ଟି ସ୍ଥାନର ଫାଇଦା ହୋଇଛି।

ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେ ୯୩୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ରାଞ୍ଚି ଟେଷ୍ଟରେ କୋହଲି (୧୨) ଫେଲ୍ ମାରିଥିଲେ, ଯେଉଁକାରଣରୁ ତାଙ୍କୁ ରେଟିଂରେ କୌଣସି ଫାଇଦା ମିଳିଛି। ରାଞ୍ଚିରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ତାଙ୍କର ୧୦ ପଏଣ୍ଟ କ୍ଷତି ହୋଇଛି ଏବଂ ସେ ୯୨୬ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଆଜିଙ୍କ୍ୟ ରାହାଣେ ୭୫୧ ପଏଣ୍ଟ ସହ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ରାଞ୍ଚିରେ ରାହାଣେ ୧୧୫ ରନର ଶତକୀୟ ଇନିଂସ୍ ଖେଳି ନିଜ କ୍ୟାରିୟରର ସର୍ବୋଚ୍ଚ ପଞ୍ଚମ ସ୍ଥାନ ସହ ବରାବର କରିଛନ୍ତି। ଏହା ପୂର୍ବରୁ ସେ ୨୦୧୬ରେ ପ୍ରଥମଥର ପାଇଁ ଟେଷ୍ଟ ରାଙ୍କିଙ୍ଗର ପଞ୍ଚମ ସ୍ଥାନ ହାସଲ କରିଥିଲେ। ବର୍ତ୍ତମାନ ରାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍ (୮୭୮) ତୃତୀୟ ଏବଂ ଚେତେଶ୍ୱର ପୂଜାରା (୭୯୫) ଚତୁର୍ଥ ସ୍ଥାନରେ ଅଛନ୍ତି।

ବୋଲରଙ୍କ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ୯୦୮ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ସ୍ଥିର ରହିଥିବା ବେଳେ କାଗିସୋ ରବାଡା ୮୩୯ ପଏଣ୍ଟ ସହ ଦ୍ୱିତୀୟରେ ରହିଛନ୍ତି। ତେବେ ତୃତୀୟ ସ୍ଥାନରେ ଥିବା ଯଶପ୍ରୀତ ବୁମ୍ରା ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଆହତ କାରଣରୁ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ।

Related story