ଇନଷ୍ଟାଗ୍ରାମରେ ବିରାଟ୍ ଓ ଅନୁଷ୍କାଙ୍କୁ ଅନଫଲୋ କଲେ ରୋହିତ୍

ନୂଆଦିଲ୍ଲୀ: ଇଂଲଣ୍ଡରେ ହୋଇଥିବା ବିଶ୍ୱକପ୍ ସମୟରେ କ୍ୟାପଟେନ୍ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କ ମଧ୍ୟରେ ଥିବା ଫାଟ ଏବେ ସମ୍ପୂର୍ଣ୍ଣ ପଦାକୁ ଆସିଛି। ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ହିଁ ବିରାଟ୍ ଓ ରୋହିତଙ୍କ ମଧ୍ୟରେ ତିକ୍ତତା ସାମ୍ନାକୁ ଆସିଥିଲା। ଦୁହିଁଙ୍କ ମଧ୍ୟ କିଛି ବି ଠିକଠାକ୍ ଚାଲିନଥିବା ଖବର ମିଡିଆକୁ ଖୋରାକ ଯୋଗାଇଥିଲା। ଏପରିକି ଖବର ମିଳିଛି ଯେ, ବିରାଟ୍ ଓ ରୋହିତ୍ ଗତ କିଛି ସପ୍ତାହ ହେବ ପରସ୍ପର ସହ କଥା ମଧ୍ୟ […]

rohit

rohit

Ranjit Kumar Jena
  • Published: Friday, 26 July 2019
  • Updated: 26 July 2019, 05:17 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡରେ ହୋଇଥିବା ବିଶ୍ୱକପ୍ ସମୟରେ କ୍ୟାପଟେନ୍ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କ ମଧ୍ୟରେ ଥିବା ଫାଟ ଏବେ ସମ୍ପୂର୍ଣ୍ଣ ପଦାକୁ ଆସିଛି। ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ହିଁ ବିରାଟ୍ ଓ ରୋହିତଙ୍କ ମଧ୍ୟରେ ତିକ୍ତତା ସାମ୍ନାକୁ ଆସିଥିଲା। ଦୁହିଁଙ୍କ ମଧ୍ୟ କିଛି ବି ଠିକଠାକ୍ ଚାଲିନଥିବା ଖବର ମିଡିଆକୁ ଖୋରାକ ଯୋଗାଇଥିଲା।

ଏପରିକି ଖବର ମିଳିଛି ଯେ, ବିରାଟ୍ ଓ ରୋହିତ୍ ଗତ କିଛି ସପ୍ତାହ ହେବ ପରସ୍ପର ସହ କଥା ମଧ୍ୟ ହୋଇନାହାନ୍ତି। ଏବେ ସୋଶାଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ମଧ୍ୟ ଦୁହିଁଙ୍କ ମଧ୍ୟ ବନ୍ଧୁତ୍ୱ ମଧ୍ୟ ଭାଙ୍ଗିଯାଇଛି। ଏହାକୁ ନେଇ କ୍ରିକେଟପ୍ରେମୀ ନିରାଶ ପ୍ରକାଶ କରି ସୋଶାଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି।

ମୁମ୍ବାଇ ମିରରର ରିପୋର୍ଟ ଅନୁଯାୟୀ, ରୋହିତ୍ ନିକଟରେ ବିରାଟଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ। ତେଣୁ ରୋହିତ୍ ଏବେ ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଅନଫଲୋ କରି ଦେଇଛନ୍ତି। ତେବେ ବଡ଼ କଥା ହେଉଛି, ବିରାଟ୍ ଏବେବି ଇନଷ୍ଟାଗ୍ରାମରେ ରୋହିତ୍ ଓ ତାଙ୍କ ପତ୍ନୀ ରିତିକା ସଜଦେଙ୍କୁ ଫଲୋ କରୁଛନ୍ତି। ଏବେ ଏହା ସାର୍ବଜନିକ ହୋଇସାରିଛି ଯେ ଦୁହିଁଙ୍କ ମଧ୍ୟରେ ବିବାଦ କେବଳ ଗ୍ରାଉଣ୍ଡରେ ନୁହେଁ ବରଂ ବାହାରେ ମଧ୍ୟ ଅଛି।

ଏଠି ପ୍ରଶ୍ନ ଉଠୁଛି ଯେ, କ'ଣ ବାସ୍ତବରେ ରୋହିତ୍ ବିରାଟ୍ ଓ ଅନୁଷ୍କାଙ୍କୁ ଅନଫଲୋ କରିଦେଇଛନ୍ତି। ଏସବୁ ପ୍ରଶ୍ନର ଜବାବ କେବଳ ରୋହିତ୍ ଓ ବିରାଟ୍ ହିଁ ଦେଇପାରିବେ। କିନ୍ତୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଟିମ୍ ଇଣ୍ଡିଆରେ ବର୍ତ୍ତମାନ କିଛି ବି ଠିକ୍ ଚାଲିନାହିଁ। କିନ୍ତୁ ଟିମର ବୋଲିଂ କୋଚ୍ ଭରତ ଅରୁଣଙ୍କ ମତରେ ଉଭୟ ବିାରାଟ୍ ଓ ରୋହିତଙ୍କ ମଧ୍ୟରେ କୌଣସି ବିବାଦ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos