ରୋହିତଙ୍କ ଶତକ, ଭାରତ ମଜଭୁତ୍

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଚଳିତ ବିଶ୍ୱକପରେ ଆଜି ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ମାରିଛନ୍ତି। ତାଙ୍କ ଶତକ ବଳରେ ଭାରତ ବିଜୟ ଅଭିମୁଖେ ଅଗ୍ରସର ହୋଇଛି। ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତ ଆଗରେ ୨୨୮ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାକୁ ପିଛା କରି ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ରୋହିତ୍ ଲଢ଼ୁଆ ବ୍ୟାଟିଂ କରି ୧୨୮ ବଲରେ କ୍ୟାରିୟରର ୨୩ତମ ଶତକ […]

rr

Hemant Lenka
  • Published: Wednesday, 05 June 2019
  • , Updated: 05 June 2019, 10:27 PM IST

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଚଳିତ ବିଶ୍ୱକପରେ ଆଜି ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ମାରିଛନ୍ତି। ତାଙ୍କ ଶତକ ବଳରେ ଭାରତ ବିଜୟ ଅଭିମୁଖେ ଅଗ୍ରସର ହୋଇଛି। ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତ ଆଗରେ ୨୨୮ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

ଏହାକୁ ପିଛା କରି ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ରୋହିତ୍ ଲଢ଼ୁଆ ବ୍ୟାଟିଂ କରି ୧୨୮ ବଲରେ କ୍ୟାରିୟରର ୨୩ତମ ଶତକ ମାରିଛନ୍ତି। ଏହା ପୂର୍ବରୁ ରୋହିତ୍ ୭୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ‌

ରୋହିତଙ୍କୁ ମଧ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନି ଭଲ ସହଯୋଗ କରିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ରୋହିତ୍ ୧୧୨ ଓ ଧୋନି ୨୮ ରନ୍ କରି ବ୍ୟାଟିଂ କରୁଥିଲେ । ଭାରତ ୪୪ ଓଭରରେ ୩ ୱିକେଟ୍ ହରାଇ ୧୯୮ ରନ୍ କରିଛି ।

Related story