ଭାରତୀୟ ଅଲିମ୍ପିକ୍‌ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଲେ ରୋହିତ

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଗୁରୁବାର ରିଓ ଅଲିମ୍ପିକ୍‌ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଗୁରୁବାର ଶୁଭକାମନା ଜଣାଇଛନ୍ତି। ଅଗଷ୍ଟ ୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଲିମ୍ପିକ୍‌ ମହାକୁମ୍ଭ ପାଇଁ ଦସ୍ତଖତ ଥିବା ଏକ ବ୍ୟାଟ୍‌ ସେ ଗତଥର ଅଲିମ୍ପିକ୍‌ରେ ବ୍ରୋଞ୍ଚ ପଦକ ହାସଲ କରିଥିବା ଗଗନ ନାରଙ୍ଗଙ୍କୁ ପ୍ରଦାନ କରିଛନ୍ତି। ଏହି ବ୍ୟାଟ୍‌ରେ ‘ଗୋ ଫର ଦି ଗୋଲ୍ଡ’ ଲିଖିତ ହୋଇଛି। ଆଜି ପୁଣେ ଅନ୍ତର୍ଜାତିକ ସ୍ପୋର୍ଟ୍ସ ଏକ୍ସପୋକୁ […]

05rohit-gagan

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 02:48 PM IST

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଗୁରୁବାର ରିଓ ଅଲିମ୍ପିକ୍‌ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଗୁରୁବାର ଶୁଭକାମନା ଜଣାଇଛନ୍ତି। ଅଗଷ୍ଟ ୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଲିମ୍ପିକ୍‌ ମହାକୁମ୍ଭ ପାଇଁ ଦସ୍ତଖତ ଥିବା ଏକ ବ୍ୟାଟ୍‌ ସେ ଗତଥର ଅଲିମ୍ପିକ୍‌ରେ ବ୍ରୋଞ୍ଚ ପଦକ ହାସଲ କରିଥିବା ଗଗନ ନାରଙ୍ଗଙ୍କୁ ପ୍ରଦାନ କରିଛନ୍ତି। ଏହି ବ୍ୟାଟ୍‌ରେ ‘ଗୋ ଫର ଦି ଗୋଲ୍ଡ’ ଲିଖିତ ହୋଇଛି।

ଆଜି ପୁଣେ ଅନ୍ତର୍ଜାତିକ ସ୍ପୋର୍ଟ୍ସ ଏକ୍ସପୋକୁ ଉଦଘାଟନ କରିବା ଅବସରରେ ନାରଙ୍ଗଙ୍କୁ ଏହି ବ୍ୟାଟ୍‌ ପ୍ରଦାନ କରିଛନ୍ତି ରୋହିତ।

ଏନେଇ ଗଗନ ନାରଙ୍ଗ କହିଛନ୍ତି,“ଭାରତ ପାଇଁ ମେଡାଲ ଜିତିବା ମୋର ପ୍ରଥମ ଲକ୍ଷ୍ୟ। ଗତ ଅଲିମ୍ପିକ୍ ପରି ଏଥର ମଧ୍ୟ ଆଉ ଏକ ପଦକ ଜିତିବା ମୋର ଏକ ବ‍ଡ ସ୍ୱପ୍ନ। ଏଥିପାଇଁ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି।”

Related story