ରୋମ ମାଷ୍ଟର୍ସ: ଫାଇନାଲରେ ହାରିଗଲେ ସାନିଆ-ହିଙ୍ଗିସ୍

ରୋମ: ଭାରତ-ସ୍ୱିସ୍ ମହିଳା ଡବଲ୍ସ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍ ରବିବାର ରୋମ୍ ମାଷ୍ଟର୍ସ ଫାଇନାଲରେ ହାରି ଯାଇଛନ୍ତି। ହଙ୍ଗେରୀ-ଫ୍ରାନ୍ସ ଯୋଡ଼ି ଟିମେ ବାବୋସ୍ ଓ କ୍ରିଷ୍ଟିନା ମାଡେନୋଭିକଙ୍କ ଠାରୁ ଏହି ଯୋଡ଼ି ୬-୪, ୬-୩ ସେଟରେ ପରାଜିତ ହୋଇଛନ୍ତି। ତୃତୀୟ ସିଡର ଟିମେ ଓ କ୍ରିଷ୍ଟିନା ଏକ ଘଣ୍ଟା ୧୩ ମିନିଟରେ ସାନିଆ-ହିଙ୍ଗିସ୍ ଯୋଡ଼ିକୁ ପରାସ୍ତ କରି ୨,୪୨୮,୪୯୦ ଡଲାରର ପୁରସ୍କାର ହାସଲ କରିଛନ୍ତି। ସାନିଆ-ହିଙ୍ଗିସ୍ ଯୋଡ଼ି ଆଜି ଚତୁର୍ଥ ଥର ପାଇଁ […]

saniamirzahingis

Rakesh Mallick
  • Published: Sunday, 17 May 2015
  • , Updated: 17 May 2015, 01:19 PM IST

ରୋମ: ଭାରତ-ସ୍ୱିସ୍ ମହିଳା ଡବଲ୍ସ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍ ରବିବାର ରୋମ୍ ମାଷ୍ଟର୍ସ ଫାଇନାଲରେ ହାରି ଯାଇଛନ୍ତି। ହଙ୍ଗେରୀ-ଫ୍ରାନ୍ସ ଯୋଡ଼ି ଟିମେ ବାବୋସ୍ ଓ କ୍ରିଷ୍ଟିନା ମାଡେନୋଭିକଙ୍କ ଠାରୁ ଏହି ଯୋଡ଼ି ୬-୪, ୬-୩ ସେଟରେ ପରାଜିତ ହୋଇଛନ୍ତି। ତୃତୀୟ ସିଡର ଟିମେ ଓ କ୍ରିଷ୍ଟିନା ଏକ ଘଣ୍ଟା ୧୩ ମିନିଟରେ ସାନିଆ-ହିଙ୍ଗିସ୍ ଯୋଡ଼ିକୁ ପରାସ୍ତ କରି ୨,୪୨୮,୪୯୦ ଡଲାରର ପୁରସ୍କାର ହାସଲ କରିଛନ୍ତି।

ସାନିଆ-ହିଙ୍ଗିସ୍ ଯୋଡ଼ି ଆଜି ଚତୁର୍ଥ ଥର ପାଇଁ ଏକାଠି ଏକ ଫାଇନାଲ ମ୍ୟାଚ୍ ଖେଳିଥିଲେ। ତେବେ ଡବଲ୍ସରେ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ସାନିଆ ଓ ଦୁଇ ନମ୍ବର ମାନ୍ୟତା ପ୍ରାପ୍ତ ହିଙ୍ଗିସ୍ ଆଶା ମୁତାବକ ପ୍ରଦର୍ଶନ କରିପାରି ନଥିଲେ। ସେମିଫାଇନାଲରେ ଫ୍ରାନ୍ସ-ସ୍ଲୋଗେନିଆର ଚତୁର୍ଥ ସିଡ୍ ଯୋଡ଼ି କାରୋଲିନ ଗାରସିଆ ଓ କାଟାରିନା ସ୍ରେବୋଟନିକଙ୍କୁ ୬-୨, ୭-୬ ସେଟରେ ପରାସ୍ତ କରିବା ପରେ ଏହି ଟପ୍ ସିଡ୍ ଯୋଡ଼ି ଫାଇନାଲ୍ ଜିତିବା ନେଇ ଅଧିକ ଫେଭରିଟ୍ ଥିଲେ। ଏହି ଯୋଡ଼ି ଚଳିତ ବର୍ଷ ଆଉ ଏକ ଟାଇଟଲ ଜିତିବାର ଅଧିକ ସମ୍ଭାବନା ରହିଥିଲା। କିନ୍ତୁ ସେପରି ହେଲା ନାହିଁ। ଆଜି ପ୍ରାରମ୍ଭରୁ ହିଁ ମ୍ୟାଚଟି ଏହି ଦୁଇ ଯୋଡ଼ିଙ୍କ ପକ୍ଷରେ ଯାଇ ନଥିଲା।

ଏହା ପୂର୍ବରୁ ଚଳିତ ବର୍ଷ ସାନିଆ-ହିଙ୍ଗିସ ଯୋଡ଼ି ଇଣ୍ଡିଆନ ୱେଲ୍ସ, ମିଆମି ଓ ଚାର୍ଲଷ୍ଟୋନରେ ଫାଇନାଲ ଖେଳିଥିଲେ।

Related story