ଟେଷ୍ଟ କ୍ରିକେଟରେ ଟେଲରଙ୍କ ୭ହଜାର ରନ୍ ପୂରଣ

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ପୂରଣ କରିଛନ୍ତି । ଟେଲର୍ ମାତ୍ର ୧୬୯ ଇନିଂସରେ ୭ହଜାର ରନ୍ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ କ୍ୟାପଟେନ୍ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କୁ ପଛରେ ପକାଇଛନ୍ତି। ଫ୍ଲେମିଙ୍ଗ୍ ୭ହଜାର ରନ୍ ପୂରଣ ପାଇଁ ୧୮୯ ଇନିଂସର ସହାୟତା ନେଇଥିଲେ। ଟେଲର ଏହି ଟେଷ୍ଟର ଦ୍ୱିତୀୟ […]

taylor

taylor

Ranjit Kumar Jena
  • Published: Tuesday, 03 December 2019
  • Updated: 03 December 2019, 04:39 PM IST

Sports

Latest News

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ପୂରଣ କରିଛନ୍ତି । ଟେଲର୍ ମାତ୍ର ୧୬୯ ଇନିଂସରେ ୭ହଜାର ରନ୍ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ କ୍ୟାପଟେନ୍ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କୁ ପଛରେ ପକାଇଛନ୍ତି।

ଫ୍ଲେମିଙ୍ଗ୍ ୭ହଜାର ରନ୍ ପୂରଣ ପାଇଁ ୧୮୯ ଇନିଂସର ସହାୟତା ନେଇଥିଲେ। ଟେଲର ଏହି ଟେଷ୍ଟର ଦ୍ୱିତୀୟ ଇନିଂସରେ ୧୦୫ ରନ୍ କରି ଅପରାଜିତ ରହିଛନ୍ତି। ସେହିପରି ପ୍ରଥମ ଇନିଂସରେ ସେ ୫୩ ରନର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ।

ଟେଲର୍ ବିଶ୍ୱର ୫୧ତମ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୭ହଜାର ରନ୍ ପୂରଣ କରିଛନ୍ତି। ନିକଟରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ରୁତ ୭ହଜାର ରନ୍ ପୂରଣ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ଭାରତର ବୀରେନ୍ଦ୍ର ସେହ୍ୱାଗ ଓ ସଚିନ ତେନ୍ଦୁଲଖର ଯଥାକ୍ରମେ ୧୩୪ ଏବଂ ୧୩୬ ଇନିଂସରେ ଏହି କାରନାମା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos