ପାକିସ୍ତାନର ଏହି ବୋଲର୍‌ଙ୍କ ବିସ୍ଫୋରକ ବୟାନ: ଗୋଟିଏ ବଲ୍‌ରେ କୋହଲି, ଡ଼ିଭିଲିୟର୍ସ ଓ ସ୍ମିଥ୍‌ଙ୍କୁ କରିବେ ଆଉଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟ୍‌ର ଫାଷ୍ଟ ବୋଲର୍‌ ରୁମନ ରଇଜ୍‌ଙ୍କ ଏକ ବିସ୍ଫୋରକ ବୟାନ ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପାକିସ୍ତାନ ସୁପର ଲିଗ୍‌ରୁ କ୍ୟାରିୟର ଆରମ୍ଭ କରି ଜାତୀୟ ଦଳରେ ନିଜର ପରିଚୟ ସୃଷ୍ଟି କରିଥିବା ଏହି ବୋଲର କହିଛନ୍ତି ଯେ ସେ ଗୋଟିଏ ବଲ୍‌ରେ କୋହଲି, ଡ଼ିଭିଲିୟର୍ସ ଓ ସ୍ମିଥ୍‌ଙ୍କୁ ଆଉଟ୍‌ କରିପାରିବେ। ସେ କହିଛନ୍ତି ଏପର୍ଯ୍ୟନ୍ତ ତାଙ୍କୁ ଏହି ୩ଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ବିପକ୍ଷରେ ବୋଲିଂ କରିବାର ସୁଯୋଗ ମିଳିନାହିଁ। ଯେଉଁଦିନ ଏହି କ୍ରିକେଟ୍‌ରଙ୍କ […]

Rumman-Raees (1)

Ordigital Desk
  • Published: Wednesday, 28 February 2018
  • , Updated: 28 February 2018, 10:19 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟ୍‌ର ଫାଷ୍ଟ ବୋଲର୍‌ ରୁମନ ରଇଜ୍‌ଙ୍କ ଏକ ବିସ୍ଫୋରକ ବୟାନ ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପାକିସ୍ତାନ ସୁପର ଲିଗ୍‌ରୁ କ୍ୟାରିୟର ଆରମ୍ଭ କରି ଜାତୀୟ ଦଳରେ ନିଜର ପରିଚୟ ସୃଷ୍ଟି କରିଥିବା ଏହି ବୋଲର କହିଛନ୍ତି ଯେ ସେ ଗୋଟିଏ ବଲ୍‌ରେ କୋହଲି, ଡ଼ିଭିଲିୟର୍ସ ଓ ସ୍ମିଥ୍‌ଙ୍କୁ ଆଉଟ୍‌ କରିପାରିବେ। ସେ କହିଛନ୍ତି ଏପର୍ଯ୍ୟନ୍ତ ତାଙ୍କୁ ଏହି ୩ଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ବିପକ୍ଷରେ ବୋଲିଂ କରିବାର ସୁଯୋଗ ମିଳିନାହିଁ। ଯେଉଁଦିନ ଏହି କ୍ରିକେଟ୍‌ରଙ୍କ ବିପକ୍ଷରେ ବୋଲିଂ କରିବାକୁ ସୁଯୋଗ ମିଳିବ ସେ ସମସ୍ତଙ୍କ ଉପରେ ଭାରି ପଡ଼ିବେ ବୋଲି କହିଛନ୍ତି ରୁମନ ରଇଜ୍‌।

ନିକଟରେ ରଇଜ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ରଇଜ୍ ଏପର୍ଯ୍ୟନ୍ତ ୯ଟି ଦିନିକିଆ ଖେଳିଥିବା ବେଳେ ୧୪ଟି ୱିକେଟ୍‌ ହାସଲ କରିସାରିଲେଣି। ୧୪ ଜୁନ ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ।

Related story