ରିଓ ଅଲିମ୍ପିକ୍‌ ପାଇଁ ଭାରତର ସଦ୍‌ଭାବନା ଦୂତ ହେବେ ସଚୀନ!

ନୂଆଦିଲ୍ଲୀ:  ବଲିଉଡ୍‌ ସୁପରଷ୍ଟାର ସଲମାନ୍ ଖାଁଙ୍କୁ ରିଓ ଅଲିମ୍ପିକ୍‌ ପାଇଁ ଭାରତର ସଦ୍‌ଭାବନା ଦୂତ କରି ସମାଲୋଚନାର ଶିକାର ହୋଇଥିବା ଭାରତୀୟ ଅଲିମ୍ପିକ୍ ସଂଘ ଏବେ ମାଷ୍ଟର ବ୍ଲାଷ୍ଟର ସଚୀନ୍ ତେନ୍ଦୁଲକର ଓ ସଂଗୀତ ନିର୍ଦ୍ଦେଶକ ଏ.ଆର ରହମାନଙ୍କୁ ମଧ୍ୟ ସଦ୍‌ଭାବନା ଦୂତ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ସଂଘ ତେନ୍ଦୁଲକରଙ୍କ ନିକଟକୁ ଚିଠି ଲେଖିଛି ଓ ତାଙ୍କ ମତାମତ ଜଣାଇବାକୁ ଅନୁରୋଧ କରିଛି। ଯଦି ଏହି ଦୁଇ ଜଣ ରାଜି ହୁଅନ୍ତି ତା’ହେଲେ ସେମାନେ ସଲମାନ […]

Sachin Tendulkar

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 10:56 AM IST

ନୂଆଦିଲ୍ଲୀ:  ବଲିଉଡ୍‌ ସୁପରଷ୍ଟାର ସଲମାନ୍ ଖାଁଙ୍କୁ ରିଓ ଅଲିମ୍ପିକ୍‌ ପାଇଁ ଭାରତର ସଦ୍‌ଭାବନା ଦୂତ କରି ସମାଲୋଚନାର ଶିକାର ହୋଇଥିବା ଭାରତୀୟ ଅଲିମ୍ପିକ୍ ସଂଘ ଏବେ ମାଷ୍ଟର ବ୍ଲାଷ୍ଟର ସଚୀନ୍ ତେନ୍ଦୁଲକର ଓ ସଂଗୀତ ନିର୍ଦ୍ଦେଶକ ଏ.ଆର ରହମାନଙ୍କୁ ମଧ୍ୟ ସଦ୍‌ଭାବନା ଦୂତ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ସଂଘ ତେନ୍ଦୁଲକରଙ୍କ ନିକଟକୁ ଚିଠି ଲେଖିଛି ଓ ତାଙ୍କ ମତାମତ ଜଣାଇବାକୁ ଅନୁରୋଧ କରିଛି। ଯଦି ଏହି ଦୁଇ ଜଣ ରାଜି ହୁଅନ୍ତି ତା’ହେଲେ ସେମାନେ ସଲମାନ ଖାଁଙ୍କ ସହିତ ମିଶି ଏହି ଦାୟିତ୍ୱ ତୁଲାଇବେ।

ଭାରତୀୟ ଅଲିମ୍ପିକ୍ ସଂଘ ଉପ-ସଭାପତି ତରଲୋଚନ ସିଂହ କହିଛନ୍ତି,“ଆମେ ସଚୀନ ତେନ୍ଦୁଲକର ଓ ଏ.ଆର୍ ରେହମାନଙ୍କ ସହିତ ଏନେଇ ଯୋଗାଯୋଗ କରିଛୁ। ସେମାନଙ୍କ ମତାମତ ଏଯାଏଁ ଆମକୁ ମିଳିନାହିଁ। ଆମେ ଆହୁରି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ଏଥିରେ ସାମିଲ କରିବୁ। ସଲମାନ ପୂର୍ବଭଳି ସଦ୍‌ଭାବନା ଦୂତ ରହିବେ।”

ଭାରତୀୟ ଅଲିମ୍ପିକ୍ ସଂଘର ଏହି ନିଷ୍ପତ୍ତିକୁ କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ ସ୍ୱାଗତ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ସଚୀନ ତେନ୍ଦୁଲକରଙ୍କ ଭଳି ଜଣେ ମହାନ ଖେଳାଳିଙ୍କୁ ଅଲିମ୍ପିକ୍‌ ପାଇଁ ଭାରତର ସଦ୍‌ଭାବନା ଦୂତ କରିବାକୁ ଭାରତୀୟ ଅଲିମ୍ପିକ୍ ସଂଘ ନେଇଥିବା ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ।”

ସୂଚନାଯୋଗ୍ୟ, ଅଲିମ୍ପିକ୍ ପାଇଁ ଭାରତର ସଦ୍‌ଭାବନା ଦୂତ ଭାବେ ସଲମାନଙ୍କ ଖାଁଙ୍କୁ ଚୟନ କରିବା ନେଇ ଯୋଗେଶ୍ୱର ଭାରତୀୟ ଅଲିମ୍ପିକ୍‌ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।

ସଚୀନ୍ ସବୁବେଳେ ଅଲିମ୍ପିକ୍ ଖେଳାଳିଙ୍କୁ ଉତ୍ସାହିତ କରି ଆସୁଛନ୍ତି। ଏହା ସହିତ ସେ ଅନେକ ଖେଳାଳିଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି। ୨୦୧୪ ଏସିଆନ୍ ଗେମ୍ସ ପରେ ସରିତା ଦେବୀଙ୍କ ଉପରେ ଜାରି ହୋଇଥିବା ନିଲମ୍ୱନ ଆଦେଶକୁ  ରଦ୍ଦ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Related story