ସଚିନଙ୍କ ନୂଆ ଖୁଲାସା: କହିଲେ କୋହଲି ମୋ ରେକର୍ଡ଼ ଭାଙ୍ଗିଲେ ଗିଫ୍ଟ ଦେବି

ନୂଆଦିଲ୍ଲୀ: କ୍ରିକେଟର ଗଡ୍‌ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ନୂଆ ଖୁଲାସା କରିଛନ୍ତି।  ସେ କହିଛନ୍ତି ଯେ, ଯଦି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଅନେକ ଶତକ ହାସଲକାରୀଙ୍କ ରେକର୍ଡ଼ ଭାଙ୍ଗିଦେବେ ତେବେ ସିଏ ବିରାଟଙ୍କୁ ଏକ ଉପହାର ଦେବେ। କୋଲକତାରେ ଏକ ବହି ଉନ୍ମୋଚନ ଅବସରରେ ସଚିନ ଏହା କହିଛନ୍ତି। ୱାନ୍‌ଡେ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ରେ ସଚିନଙ୍କ ନାମରେ ୪୯ଟି ଶତକ ରେକର୍ଡ଼ ରହିଛି।  ତେବେ ଅଦ୍ୟାବଧି କୋହଲି ୩୫ଟି ୱାନ୍‌ଡେ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ରେ ଶତକ […]

virat-kohli-receives-special-message-from-his-idol-sachin-tendulkar-1400x653-1516350269_1100x513 (1)

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 01:34 PM IST

ନୂଆଦିଲ୍ଲୀ: କ୍ରିକେଟର ଗଡ୍‌ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ନୂଆ ଖୁଲାସା କରିଛନ୍ତି।  ସେ କହିଛନ୍ତି ଯେ, ଯଦି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଅନେକ ଶତକ ହାସଲକାରୀଙ୍କ ରେକର୍ଡ଼ ଭାଙ୍ଗିଦେବେ ତେବେ ସିଏ ବିରାଟଙ୍କୁ ଏକ ଉପହାର ଦେବେ। କୋଲକତାରେ ଏକ ବହି ଉନ୍ମୋଚନ ଅବସରରେ ସଚିନ ଏହା କହିଛନ୍ତି। ୱାନ୍‌ଡେ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ରେ ସଚିନଙ୍କ ନାମରେ ୪୯ଟି ଶତକ ରେକର୍ଡ଼ ରହିଛି।  ତେବେ ଅଦ୍ୟାବଧି କୋହଲି ୩୫ଟି ୱାନ୍‌ଡେ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ରେ ଶତକ ମାରିସାରିଛନ୍ତି।  କ୍ରିକେଟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଖୁବ୍‌ଶୀଘ୍ର ସଚିନ ବିରାଟଙ୍କୁ ଅତିକ୍ରମ କରିଯିବେ। ଏ ସମ୍ପର୍କରେ ସଚିନ  ପ୍ରତିକ୍ରୀୟା ରଖିଛନ୍ତି। ସଚିନ କହିଛନ୍ତି ଯେ, ଯଦି ବିରାଟ କୋହଲି ମୋ ରେକର୍ଡ଼କୁ ଭାଙ୍ଗି ଦେବେ ତେବେ ତାଙ୍କୁ ଏକ ସାମ୍ପେନ ବୋତଲ ଗିଫ୍ଟ ଦେବି । ଏମିତି ବି ସଚିନଙ୍କ ୱାନ୍‌ ଡେ ରେକର୍ଡ଼ ଭାଙ୍ଗିବାକୁ ଆଜି ଦିନରେ ଅନେକ କ୍ରିକେଟରଙ୍କ ସ୍ୱପ୍ନ ରହିଛି। ଏହି ଅବସରରେ ସାମ୍ବାଦିକମାନେ ସଚିନଙ୍କୁ ପ୍ରଶ୍ନ କରିଥିଲେ।

ପଚାରିଥିଲେ ଯଦି କୋହଲି ଆପଣଙ୍କ ରେକର୍ଡ଼ ଭାଙ୍ଗି ଦିଅନ୍ତି ତେବେ ସତରେ କ’ଣ ଆପଣ ତାଙ୍କ ଘରକୁ ୫୦ଟି ସାମ୍ପେନ ବୋତଲ ପଠାଇବେ? ଉତ୍ତରରେ ସଚିନ କହିଥିଲେ ଯେ, ଯଦି ସେ ମୋ ରେକର୍ଡ଼କୁ ଭାଙ୍ଗି ଦିଅନ୍ତି ତେବେ ମୁଁ ନିଜେ ସାମ୍ପେନ ବୋତଲ ନେଇ କୋହଲିଙ୍କ ଘରକୁ ଯିବି। ସଚିନଙ୍କ ଏହି ଜବାବରେ ତାଳି ମାଡ଼ରେ ମାହୋଲ ସରଗରମ ହୋଇଥିଲା। ଏମିତି ବି କୋହଲି ସଚିନଙ୍କୁ ନିଜର ଆଦର୍ଶ ଭାବେ ମାନନ୍ତି। ସଚିନଙ୍କୁ ଦେଖି ତାଙ୍କର କ୍ରିକେଟ ପ୍ରତି ଆଗ୍ରହ ବଢିଥିଲା ବୋଲି କୋହଲି କହିଛନ୍ତି।

୨୦୦୮ରେ କୋହଲି ଯେତେବେଳେ ଡ୍ରେସିଂ ରୁମରେ ଦାଖଲ ହେଲେ ସେତେବେଳେ  ପ୍ରଥମଥର ପାଇଁ ସଚିନଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ବହୁଦିନ ଧରି କୋହଲି ସଚିନଙ୍କ ସହ ଖେଳିଛନ୍ତି।  ସୂଚନା ଅନୁଯାୟୀ, ୨୦୧୪ରେ ଇଂଲଣ୍ଡ ଗସ୍ତ ବେଳେ କୋହଲି ଅତ୍ୟନ୍ତ ଖରାପ ଫର୍ମରେ ଥିଲେ। ସେତେବଳେ ସଚିନ କୋହଲିଙ୍କୁ ସାଥ୍‌ ଦେଇଥିଲେ। ତାଙ୍କ ମନୋବଳ ବୃଦ୍ଧି କରିଥିଲେ।

Related story