ଅଷ୍ଟ୍ରେଲିଆ ଖେଳାଳିଙ୍କୁ କୋଚିଂ ଦେବେ ସଚିନ୍ ଓ ୱାଲ୍ସ

ସିଡନୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ୍ ବୋଲର କର୍ଟନୀ ୱାଲ୍ସ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମକୁ କୋଚିଂ ଦେବେ। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ । ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଏକ ଚ୍ୟାରିଟି ମ୍ୟାଚର ଆୟୋଜନ କରାଯାଉଛି। ଏହି ମୁକାବିଲା ରିକି ପଣ୍ଟିଂ ଏକାଦଶ ଓ ଶେନ୍ ୱାର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବ। ଏହି ଦୁଇ ଟିମ୍ ପାଇଁ […]

sachin-and-walsh

sachin-and-walsh

Ranjit Kumar Jena
  • Published: Tuesday, 21 January 2020
  • Updated: 21 January 2020, 06:45 PM IST

Sports

Latest News

ସିଡନୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ୍ ବୋଲର କର୍ଟନୀ ୱାଲ୍ସ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମକୁ କୋଚିଂ ଦେବେ। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ । ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଏକ ଚ୍ୟାରିଟି ମ୍ୟାଚର ଆୟୋଜନ କରାଯାଉଛି। ଏହି ମୁକାବିଲା ରିକି ପଣ୍ଟିଂ ଏକାଦଶ ଓ ଶେନ୍ ୱାର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବ। ଏହି ଦୁଇ ଟିମ୍ ପାଇଁ ସଚିନ ତେନ୍ଦୁଲକର ଓ ୱାଲ୍ସଙ୍କୁ କୋଚ୍ ଭାବେ ନିଯୁକ୍ତ କରାଯିବ। ଫେବୃଆରୀ ୮ ତାରିଖରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।

ପଣ୍ଟିଂ ଓ ୱାର୍ଣ୍ଣଙ୍କ ବ୍ୟତୀତ ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଜଷ୍ଟିନ୍ ଲାଙ୍ଗର, ଆଡାମ ଗିଲଖ୍ରୀଷ୍ଟ, ବ୍ରେଟ୍ ଲି', ଶେନ୍ ୱାଟସନ୍‌, ଆଲେକ୍ସ ବ୍ଲାକୱେଲ୍ ଏବଂ ମାଇକେଲ କ୍ଲାର୍କ ମଇଦାନକୁ ଓହ୍ଲାଇବେ। ଏହି ଖେଳାଳିଙ୍କୁ ସଚିନ ଓ ୱାଲ୍ସଙ୍କ କୋଚିଂରେ ଖେଳୁଥିବାର ଦେଖିବା ନିଶ୍ଚିତ ଭାବେ ଏକ ଅଦ୍ଭୁତ ମୁହୂର୍ତ୍ତ ହେବ। କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ମୁକାବିଲାର ନାଁ 'ବୁଶଫାୟର୍ କ୍ରିକେଟ୍ ବ୍ୟାଶ୍‌' ରଖିଛି।

ଏ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ କେଭିନ୍ ରବର୍ଟ୍ସ କହିଛନ୍ତି, ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ଓ ଇଣ୍ଡିଜର ଗ୍ରେଟ୍ ବୋଲର ୱାଲ୍ସଙ୍କୁ ଏହି ମୁକାବିଲାରେ ଯୋଡ଼ିବା ଦ୍ୱାରା ଆମେ ବହୁତ ଖୁସି। ଏହି ଦୁଇ ମହାନ୍ ଖେଳାଳି ଅଷ୍ଟ୍ରେଲିଆରେ ନିଜ ନିଜ ଟିମକୁ ବଡ଼ ସଫଳତା ଦେଇଛନ୍ତି। ଆମେ ସମସ୍ତଙ୍କୁ ଅପିଲ୍ କରୁଛୁ ଯେ ଏଭଳି ଏକ ସଙ୍କଟ ସମୟରେ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ପରିବାର ଏକାଠି ଆସନ୍ତୁ ଏବଂ ନିଆଁରେ ପ୍ରଭାବିତ ଲୋକଙ୍କୁ ସହାୟତା କରନ୍ତୁ। ଏହି ମୁକାବିଲାରୁ ହେବାକୁଥିବା ସମସ୍ତ ଆୟ ଅଷ୍ଟ୍ରେଲୀୟ ରେଡ୍ କ୍ରସକୁ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ଏହି ଭୟଙ୍କର ନିଆଁରେ ଏପର୍ଯ୍ୟନ୍ତ ୨୯ଜଣ ପ୍ରାଣ ହରାଇଛନ୍ତି ଏବଂ ୨ହଜାରରୁ ଊର୍ଦ୍ଧ୍ୱ ଘର ନଷ୍ଟ ମଧ୍ୟ ହୋଇଛି। ଶେନ୍ ୱାର୍ଣ୍ଣ, କ୍ରିସ୍ ଲେଲିନ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଆମେରିକାର ଟେନିସ୍ ଖେଳାଳି ସେରେନା ୱିଲିୟମ୍ସ ଏବଂ ନିକ୍ କିର୍ଗିଅସଙ୍କ ଭଳି ଖେଳାଳି ଏହି ବୁଶ୍ ଫାୟାର୍ ପୀଡ଼ିତଙ୍କ ପାଇଁ ସହାୟତା ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story