ସ୍ମିଥଙ୍କ ପ୍ରଶଂସାରେ ଏମିତି କହିଲେ ସଚିନ

ନୂଆଦିଲ୍ଲୀ: ଚଳିତ ଆଶେସ୍ ସିରିଜରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି। ସ୍ମିଥ୍ ପ୍ରତି ମ୍ୟାଚରେ ବଡ଼ ଇନିଂସ୍ ଖେଳୁଛନ୍ତି। ଗୁରୁବାର ଚତୁର୍ଥ ଟେଷ୍ଟରେ ସେ ଦ୍ୱିଶତକ ହାସଲ କରିଥିଲେ। ୩୦ ବର୍ଷୀୟଙ୍କ ସ୍ମିଥଙ୍କର ଟେଷ୍ଟ କ୍ରିକେଟରେ ଏହା ତୃତୀୟ ଦ୍ୱିଶତକ। COMPLICATED TECHNIQUE but an ORGANIZED MINDSET is what sets @stevesmith49 apart. Incredible comeback!#ENGvsAUS pic.twitter.com/02MNGkYQ7y — Sachin Tendulkar (@sachin_rt) […]

sachin

Ranjit Kumar Jena
  • Published: Friday, 06 September 2019
  • , Updated: 06 September 2019, 05:37 PM IST

ନୂଆଦିଲ୍ଲୀ: ଚଳିତ ଆଶେସ୍ ସିରିଜରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି। ସ୍ମିଥ୍ ପ୍ରତି ମ୍ୟାଚରେ ବଡ଼ ଇନିଂସ୍ ଖେଳୁଛନ୍ତି। ଗୁରୁବାର ଚତୁର୍ଥ ଟେଷ୍ଟରେ ସେ ଦ୍ୱିଶତକ ହାସଲ କରିଥିଲେ। ୩୦ ବର୍ଷୀୟଙ୍କ ସ୍ମିଥଙ୍କର ଟେଷ୍ଟ କ୍ରିକେଟରେ ଏହା ତୃତୀୟ ଦ୍ୱିଶତକ।

ସ୍ମିଥଙ୍କ ଏହି ଇନିଂସକୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ପ୍ରଶଂସା କରିଛନ୍ତି। ସଚିନ ଟ୍ୱିଟ୍ କରି କହିଛନ୍ତି, "ଜଟିଳ ଟେକନିକ୍, କିନ୍ତୁ ଚିନ୍ତାଧାରା ଦୃଢ଼। ଏହି ସବୁ କାରଣ, ଯାହା ସ୍ମିଥଙ୍କୁ ସବୁଠାରୁ ଅଲଗା ବ୍ୟାଟ୍ସମ୍ୟାନ୍ ଭାବେ ପରିଚୟ ଦେଉଛି। ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ।"

ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେଲ୍ ଭନ୍ ମଧ୍ୟ ସ୍ମିଥଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, "ଏଭଳି ଇନିଂସ୍ ଦେଖି ବହୁତ ଖୁସି ଲାଗୁଛି। ଜଣେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପ୍ରଶଂସା କରିବା ତ ଠିକ୍ ଲାଗୁନି, କିନ୍ତୁ ଆପଣ ସେହି ଖେଳାଳିଙ୍କୁ ସମ୍ମାନ କରିପାରନ୍ତି, ଯାହା ପାଖରେ ପ୍ରତିଭା, ଏକାଗ୍ରତା ଏବଂ ଦମଦାର ହାତ-ଆଖିର ସମନ୍ୱୟ ଅଛି। ସ୍ମିଥ୍ ଆପଣ ବାସ୍ତବରେ କମାଲ୍।"

Related story