'ଶେନ୍ ୱାର୍ଣ୍ଣଙ୍କୁ ନିଜ ଇସାରାରେ ନଚାଉଥିଲେ ସଚିନ୍'

ନୂଆଦିଲ୍ଲୀ: ଭାରତର ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ବ୍ୟାଟିଂ ଟେକନିକକୁ ସାରା ଦୁନିଆ ସଲାମ୍ କରନ୍ତି। ସଚିନ୍ ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ଯେଉଁ ଟିମ୍ ବିରୋଧରେ ଅଧିକ ସଫଳ ହୋଇଛନ୍ତି, ସେହି ଟିମ୍ ହେଉଛି ପାଞ୍ଚଥରର ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ୍ ପ୍ରଚୁର ରନ୍ କରିଛନ୍ତି, ଯେଉଁକାରଣରୁ ତାଙ୍କୁ ପ୍ରତିଟି ଅଷ୍ଟ୍ରେଲୀୟ କ୍ରିକେଟର୍ ଖୁବ୍ ପ୍ରଶଂସା ମଧ୍ୟ କରନ୍ତି। ତେବେ ଅଷ୍ଟ୍ରେଲିଆର କେଉଁ ବୋଲରଙ୍କୁ ସଚିନ ଅଧିକ ଧୂଲେଇ କରୁଥିଲେ, ତା’ର ଖୁଲାସା କରିଛନ୍ତି […]

sachin-and-warne

Ranjit Kumar Jena
  • Published: Tuesday, 28 April 2020
  • , Updated: 28 April 2020, 04:42 PM IST

ନୂଆଦିଲ୍ଲୀ: ଭାରତର ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ବ୍ୟାଟିଂ ଟେକନିକକୁ ସାରା ଦୁନିଆ ସଲାମ୍ କରନ୍ତି। ସଚିନ୍ ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ଯେଉଁ ଟିମ୍ ବିରୋଧରେ ଅଧିକ ସଫଳ ହୋଇଛନ୍ତି, ସେହି ଟିମ୍ ହେଉଛି ପାଞ୍ଚଥରର ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ୍ ପ୍ରଚୁର ରନ୍ କରିଛନ୍ତି, ଯେଉଁକାରଣରୁ ତାଙ୍କୁ ପ୍ରତିଟି ଅଷ୍ଟ୍ରେଲୀୟ କ୍ରିକେଟର୍ ଖୁବ୍ ପ୍ରଶଂସା ମଧ୍ୟ କରନ୍ତି। ତେବେ ଅଷ୍ଟ୍ରେଲିଆର କେଉଁ ବୋଲରଙ୍କୁ ସଚିନ ଅଧିକ ଧୂଲେଇ କରୁଥିଲେ, ତା'ର ଖୁଲାସା କରିଛନ୍ତି ପୂର୍ବତନ ସ୍ପୀଡଷ୍ଟାର୍ ବ୍ରେଟ୍ ଲି। ସଚିନଙ୍କୁ ପ୍ରଶଂସା କରି ଲି' କହିଛନ୍ତି, ମହାନ୍ ସ୍ପିନର ଶେନ୍ ୱାର୍ଣ୍ଣଙ୍କ ବିରୋଧରେ ସଚିନ ମନଇଚ୍ଛା ଶଟ୍ ଖେଳନ୍ତି।

ସଚିନ୍ ଏବଂ ୱାର୍ଣ୍ଣ ଯେତେବେଳେ କ୍ରିକେଟ୍ ଖେଳୁଥିଲେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳୁଥିଲା। କିନ୍ତୁ ଏହି ଲଢ଼େଇରେ ସଚିନଙ୍କର ହିଁ ବିଜୟ ହେଉଥିବା ଲି' ପ୍ରକାଶ କରିଛନ୍ତି। ଲି' କହିଛନ୍ତି, ସଚିନ ଅନେକ ସମୟରେ ୱାର୍ଣ୍ଣଙ୍କୁ ନିଜ ଇସାରାରେ ନଚାଇଛନ୍ତି। ସଚିନ ୱିକେଟ୍ ଆଗକୁ ଆସି ୱାର୍ଣ୍ଣଙ୍କ ଶଟ୍ ପିଚ୍ ବଲ୍ ପକାଇବାକୁ ବାଧ୍ୟ କରୁଥିଲେ। ଏପରିକି କିଛି ସମୟରେ ସଚିନ ବ୍ୟାକଫୁଟକୁ ଆସି ବଲକୁ ଅପେକ୍ଷା କରୁଥିଲେ ଏବଂ ଚମତ୍କାର ଶଟ୍ ଖେଳୁଥିଲେ। ସତ କହିବାକୁ ଗଲେ, ସଚିନ ୱାର୍ଣ୍ଣଙ୍କୁ ନିଜ ଇସାରାରେ କଣ୍ଢେଇ ଭଳି ନଚାଉଥିଲେ।

ଲି' ଆହୁରି କହିଛନ୍ତି, ସଚିନଙ୍କୁ ଆଉଟ୍ କରିବା ପାଇଁ ୱାର୍ଣ୍ଣ ନିଜ ବୋଲିଂରେ ଭିନ୍ନତା ଆପଣାଉଥିଲେ, କିନ୍ତୁ ସଚିନ ତାଙ୍କର (ୱାର୍ଣ୍ଣ) ପ୍ରତିଟି ବଲର ଅନୁମାନ ଲଗାଇବାରେ ମାହିର୍ ଥିଲେ। ତେଣୁ ସାରା ଦୁନିଆର ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିବା ୱାର୍ଣ୍ଣ ସଚିନଙ୍କ ଆଗରେ ବିଫଳ ରହୁଥିଲେ। ୱାର୍ଣ୍ଣ ହାତରୁ ବଲ୍ ଖସିବା ମାତ୍ରକେ ସଚିନ ଜାଣି ନେଉଥିଲେ ଯେ ବଲଟି କିପରି ଆସିବ। ସେଥିପାଇଁ ସଚିନଙ୍କ ପାଖରେ ପ୍ରତି ବଲକୁ ସାମ୍ନା କରିବା ପାଇଁ ଭିନ୍ନ ଟେକନିକ୍ ଆପଣାଉଥିଲେ। ତେଣୁ ୱାର୍ଣ୍ଣଙ୍କ ବିରୋଧରେ ସଚିନଙ୍କଠାରୁ ଉନ୍ନତ ବ୍ୟାଟ୍ସମ୍ୟାନ୍ କେହି ନାହାନ୍ତି।

ସଚିନ ୱାର୍ଣ୍ଣଙ୍କ ବିରୋଧରେ ଅନେକ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। ୱାର୍ଣ୍ଣଙ୍କ ଉପସ୍ଥିତିରେ ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ୧୨ ଟେଷ୍ଟ ଖେଳି ୬୦ରୁ ଅଧିକ ହାରରେ ରନ୍ କରିଛନ୍ତି, ଯେଉଁଥିରେ ୫ ଶତକ ଓ ସମାନ ସଂଖ୍ୟକ ଅର୍ଦ୍ଧଶତକ ସାମିଲ୍‌ ଅଛି। ସେହିପରି ୱାର୍ଣ୍ଣଙ୍କ ଉପସ୍ଥିତିରେ ସଚିନ୍ ୧୭ ଦିନିକିଆରେ ୫୮.୭୦ ହାରରେ ୫ ଶତକ ସହ ୯୯୮ ରନ୍ କରିଛନ୍ତି।

Related story