ଭୋଟ୍ ଦେଲେ ମାଷ୍ଟର୍ ବ୍ଲାଷ୍ଟର୍‌

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ୨୮୮ ସିଟରେ ମତଦାନ ଜାରି ରହିଛି। ଭୋଟ୍ ଦେବା ପାଇଁ ଫିଲ୍ମ ତାରକା, ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ନେତା ଏବଂ କ୍ରିକେଟର୍ ମଧ୍ୟ ଭୋଟର ପୋଲିଂ ବୁଥରେ ପହଞ୍ଚିଛନ୍ତି। ଭାରତର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ନିଜ ପରିବାର ସହ ଭୋଟ୍ ଦେବା ପାଇଁ ପହଞ୍ଚିଛନ୍ତି। ସଚିନ ନିଜ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ପୁଅ ଅର୍ଜୁନ ତେନ୍ଦୁଲକର ସହ ବାନ୍ଦ୍ରାସ୍ଥିତ ପୋଲିଂ ବୁଥରେ ଭୋଟ୍ […]

sach

Ranjit Kumar Jena
  • Published: Monday, 21 October 2019
  • , Updated: 21 October 2019, 06:31 PM IST

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ୨୮୮ ସିଟରେ ମତଦାନ ଜାରି ରହିଛି। ଭୋଟ୍ ଦେବା ପାଇଁ ଫିଲ୍ମ ତାରକା, ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ନେତା ଏବଂ କ୍ରିକେଟର୍ ମଧ୍ୟ ଭୋଟର ପୋଲିଂ ବୁଥରେ ପହଞ୍ଚିଛନ୍ତି। ଭାରତର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ନିଜ ପରିବାର ସହ ଭୋଟ୍ ଦେବା ପାଇଁ ପହଞ୍ଚିଛନ୍ତି। ସଚିନ ନିଜ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ପୁଅ ଅର୍ଜୁନ ତେନ୍ଦୁଲକର ସହ ବାନ୍ଦ୍ରାସ୍ଥିତ ପୋଲିଂ ବୁଥରେ ଭୋଟ୍ ଦେବା ପାଇଁ ପହଞ୍ଚିଥିଲେ।

ବାନ୍ଦ୍ରା ପୋଲିଂ ବୁଥରେ ଏକ ମଜାକିଆ ଦୃଶ୍ୟ ଦେଖିବାକୁ ମିଳିଥିଲା । ଡ୍ୟୁଟିରେ ଥିବା ପୋଲିଂ ଅଫିସର୍ ଭୋଟ୍ ଦେବା ପାଇଁ ଆସିଥିବା ସଚିନଙ୍କଠାରୁ କ୍ରିକେଟ୍ ବଲରେ ଅଟୋଗ୍ରାଫ୍ ନେଇଥିଲେ। ସଚିନ ଏହା ପରେ ପୋଲିଂ ଅଫିସରକୁ ନିରାଶ କରିନଥିଲେ ଏବଂ ଲେଦରର ନାଲି ବଲ୍ ଉପରେ ନିଜର ଅଟୋଗ୍ରାଫ୍ ଦେଇଥିଲେ।

ପୋଲିଂ ବୁଥକୁ ଭୋଟ୍ ଦେବା ପାଇଁ ଆସିଥିବା ସବୁ ଲୋକଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହେଉଥିଲା। ମତଦାନ ପରେ ସଚିନ ନିଜ ପରିବାର ସହ ଫଟୋ ଉଠାଇଥିଲେ। ତେବେ ଏଥର ସଚିନଙ୍କ ସହ ତାଙ୍କ ଝିଅ ସାରାଙ୍କୁ ଦେଖିବାକୁ ମିଳିନଥିଲା। ସୂଚନାଯୋଗ୍ୟ, ସଚିନ ମତଦାନକୁ ନେଇ ବେଶ୍ ସଚେତନ ଏବଂ ନିଜ ମତଦାନର ଅଧିକାର ମଧ୍ୟ ସାବ୍ୟସ୍ତ କରନ୍ତି। ଏହାସହ ସେ ଏଥିପାଇଁ ଲୋକଙ୍କୁ ମଧ୍ୟ ପ୍ରେରିତ କରନ୍ତି।

ସଚିନ ଦେଶର ଯୁବକଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କହିଛନ୍ତି। ସଚିନ କହିଛନ୍ତି, "ଉନ୍ନତ ଭବିଷ୍ୟତ ପାଇଁ ସମସ୍ତେ ଭୋଟ୍ ଦେଇ ନିଜ ନିଜର ଅଧିକାର ସାବ୍ୟସ୍ତ କରନ୍ତୁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଘରୁ ବାହାରି ଭୋଟ୍ ଦିଅନ୍ତୁ। ମୁଁ ମୋ ଭୋଟ୍ ଦେଇସାରିଛି ଏବଂ ଏବେ ଯୁବକଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରୁଛି।" ସଚିନଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର୍ ସନ୍ଦୀପ ପାଟିଲ୍‌, ଦିଲୀପ ଭେଙ୍ଗସରକାର ମଧ୍ୟ ଭୋଟ୍ ଦେଇଛନ୍ତି।

Related story