ସଚିନଙ୍କ ଭଳି ମହାନ ଖେଳାଳିଙ୍କ ସହ ଖେଳି ମୁଁ ଗର୍ବିତ: ସେହୱାଗ

ନୂଆଦିଲ୍ଲୀ: ‘ସଚିନ ତେନ୍ଦୁଲକରଙ୍କ ଭଳି ମହାନ ଖେଳାଳିଙ୍କ ସହ ଖେଳି ମୁଁ ଗର୍ବିତ’। ଆଜି ବିଧିବଦ୍ଧ ଭାବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ଅବସରରେ ଏ କଥା କହିଛନ୍ତି ବୀରେନ୍ଦ୍ର ସେହୱାଗ। ‘ମୁଲତାନର ସୁଲତାନ୍’, ‘ବୀରୁ’ ଭାବେ ପରିଚିତ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ ସେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଅନୀଲ କୁମ୍ବଲେ, ଭିଭିଏସ୍ ଲକ୍ଷ୍ମଣ, ଜଭଗଲ୍ ଶ୍ରୀନାଥ, ଜାହିର ଖାନ୍, ଧୋନି, ହରଭଜନ ସିଂହ ଓ ଯୁବରାଜ ସିଂହଙ୍କ […]

VirenderSehwag

VirenderSehwag

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 01:41 PM IST

Sports

Latest News

ନୂଆଦିଲ୍ଲୀ: ‘ସଚିନ ତେନ୍ଦୁଲକରଙ୍କ ଭଳି ମହାନ ଖେଳାଳିଙ୍କ ସହ ଖେଳି ମୁଁ ଗର୍ବିତ’। ଆଜି ବିଧିବଦ୍ଧ ଭାବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ଅବସରରେ ଏ କଥା କହିଛନ୍ତି ବୀରେନ୍ଦ୍ର ସେହୱାଗ।

‘ମୁଲତାନର ସୁଲତାନ୍’, ‘ବୀରୁ’ ଭାବେ ପରିଚିତ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ ସେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଅନୀଲ କୁମ୍ବଲେ, ଭିଭିଏସ୍ ଲକ୍ଷ୍ମଣ, ଜଭଗଲ୍ ଶ୍ରୀନାଥ, ଜାହିର ଖାନ୍, ଧୋନି, ହରଭଜନ ସିଂହ ଓ ଯୁବରାଜ ସିଂହଙ୍କ ଭଳି କ୍ରିକେଟରଙ୍କ ସହିତ ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇଥିବାରୁ ସେ ଖୁବ୍ ଗର୍ବିତ। ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଗାଙ୍ଗୁଲି ଓ ଅନୀଲ କୁମ୍ବେଲଙ୍କଠାରୁ ସେ ବହୁତ କିଛି ଶିଖିବାର ସୁଯୋଗ ପାଇଛନ୍ତି।

ଟେଷ୍ଟ୍ କ୍ରିକେଟରେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ତ୍ରିଶତକ ହାସଲ କରିଥିବା ସେହୱାଗ କହିଛନ୍ତି ଯେ ସେ କ୍ରିକେଟକୁ କେବଳ ପରିସଂଖ୍ୟାନ ସହିତ ଯୋଡ଼ି ଦେଖନ୍ତି ନାହିଁ। ସେ ନିଜ କ୍ୟାରିୟରକୁ କେବେ ହେଲେ ଟେଷ୍ଟରେ ତ୍ରିଶତକ ମାରିଥିବା ଏକମାତ୍ର ଭାରତୀୟ ଦୃଷ୍ଟିଭଙ୍ଗୀରେ ଦେଖନ୍ତି ନାହିଁ। ତେନ୍ଦୁଲକର, ଗାଭାସ୍କର ଓ କପିଲ ଦେବ ହେଉଛନ୍ତି ତାଙ୍କର ରୋଲ୍ ମଡେଲ୍। ସେମାନଙ୍କ ଖେଳକୁ ଦେଖି ସେ ବଡ଼ ହୋଇଛନ୍ତି। ବହୁତ କିଛି ଶିଖିବାକୁ ପାଇଛନ୍ତି ସେ।

୨୦୧୩ ମାର୍ଚ୍ଚରେ ହାଇଦ୍ରାବାଦରେ  ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବୀରୁ କହିଛନ୍ତି ଯେ ସେ ଖେଳର ଭରପୂର ମଜା ନିଅନ୍ତି। ତାଙ୍କର ଲକ୍ଷ୍ୟ ଥାଏ ସବୁ ବଲକୁ ଖେଳିବା। ସେ ସବୁବେଳେ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଖେଳୁ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos