ବିଡବ୍ଲ୍ୟୁଏଫ୍‌ ବିଶ୍ୱମାନ୍ୟତା: ୨ଟି ସ୍ଥାନ ଉର୍ଦ୍ଧ୍ୱକୁ ଉଠିଲେ ସାଇନା ଓ ଶ୍ରୀକାନ୍ଥ

ନୂଆଦିଲ୍ଲୀ: ସଦ୍ୟପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ବିଶ୍ୱମାନ୍ୟତାରେ ୨ଟି ସ୍ଥାନ ଉତ୍ତୀର୍ଣ୍ଣ ହୋଇଛନ୍ତି ଭାରତର ସାଇନା ନେହୱାଲ (ମହିଳା ଏକକ ବର୍ଗ) ଓ କେ.ଶ୍ରୀକାନ୍ଥ (ପୁରୁଷ ଏକକ ବର୍ଗ)। ସଦ୍ୟ ଅଷ୍ଟ୍ରେଲିଆ ଓପନ ଟାଇଟେଲ ଜିତିଥିବା ସାଇନା ପୂର୍ବରୁ ଅଷ୍ଟମ ସ୍ଥାନରେ ଥିଲେ। ଚଳିତବର୍ଷ ସେ ମୋଟ୍‌ ୧୪ଟି ଟୁର୍ଣ୍ଣାମେଣ୍ଟ ଖେଳି ୭୫,୩୬୯ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ସ୍ଥାନରେ କରୋଲିନା ମାରୀନ୍‌ (୧୪ଟି ଟୁର୍ଣ୍ଣାମେଣ୍ଟରୁ ୮୩,୬୮୦ ପଏଣ୍ଟ), ଦ୍ୱିତୀୟ ସ୍ଥାନରେ ୱାଙ୍ଗ ହେନ୍‌ (୧୭ଟି […]

Saina-And-Srikanth

Rakesh Mallick
  • Published: Friday, 17 June 2016
  • , Updated: 17 June 2016, 06:46 PM IST

ନୂଆଦିଲ୍ଲୀ: ସଦ୍ୟପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ବିଶ୍ୱମାନ୍ୟତାରେ ୨ଟି ସ୍ଥାନ ଉତ୍ତୀର୍ଣ୍ଣ ହୋଇଛନ୍ତି ଭାରତର ସାଇନା ନେହୱାଲ (ମହିଳା ଏକକ ବର୍ଗ) ଓ କେ.ଶ୍ରୀକାନ୍ଥ (ପୁରୁଷ ଏକକ ବର୍ଗ)।

ସଦ୍ୟ ଅଷ୍ଟ୍ରେଲିଆ ଓପନ ଟାଇଟେଲ ଜିତିଥିବା ସାଇନା ପୂର୍ବରୁ ଅଷ୍ଟମ ସ୍ଥାନରେ ଥିଲେ। ଚଳିତବର୍ଷ ସେ ମୋଟ୍‌ ୧୪ଟି ଟୁର୍ଣ୍ଣାମେଣ୍ଟ ଖେଳି ୭୫,୩୬୯ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପ୍ରଥମ ସ୍ଥାନରେ କରୋଲିନା ମାରୀନ୍‌ (୧୪ଟି ଟୁର୍ଣ୍ଣାମେଣ୍ଟରୁ ୮୩,୬୮୦ ପଏଣ୍ଟ), ଦ୍ୱିତୀୟ ସ୍ଥାନରେ ୱାଙ୍ଗ ହେନ୍‌ (୧୭ଟି ଟୁର୍ଣ୍ଣାମେଣ୍ଟରୁ ୭୯,୦୬୪ ପଏଣ୍ଟ), ତୃତୀୟ ସ୍ଥାନରେ ଲି ଜୁରେଇ (୧୭ଟି ଟୁର୍ଣ୍ଣାମେଣ୍ଟରୁ ୭୮,୯୦୪), ଚତୁର୍ଥ ସ୍ଥାନରେ ଆର.ଇଣ୍ଟାନୋନ୍‌ ଓ ପଞ୍ଚମ ସ୍ଥାନରେ ଏନ୍‌. ଓକୁହାରାରା ରହିଛନ୍ତି। ଅନ୍ୟପକ୍ଷରେ ୨୩ଟି ଟୁର୍ଣ୍ଣାମେଣ୍ଟରୁ ୫୯,୪୯୯ ପଏଣ୍ଟ ପାଇ ଭାରତର ପିଭି ସିନ୍ଧୁ ୧୦ ତମ ସ୍ଥାନରେ ସ୍ଥିର ରହିଛନ୍ତି।

ପୁରୁଷ ଏକକ ବର୍ଗରେ କାଦମ୍ବି ଶ୍ରୀକାନ୍ଥ ୨୨ଟି ଟୁର୍ଣ୍ଣାମେଣ୍ଟରୁ ୫୨,୦୮୬ ପଏଣ୍ଟ ପାଇ ୧୩ତମ ସ୍ଥାନରୁ ୧୧ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ବର୍ଗରେ ପ୍ରଥମ ସ୍ଥାନରେ ଲି ଚୋଙ୍ଗ ୱି (୧୭ଟି ଟୁର୍ଣ୍ଣାମେଣ୍ଟରୁ ୯୪,୪୫୩ ପଏଣ୍ଟ), ଦ୍ୱିତୀୟ ସ୍ଥାନରେ ଚେନ୍‌ ଲଙ୍ଗ (୧୫ଟି ଟୁର୍ଣ୍ଣାମେଣ୍ଟରୁ ୮୮,୯୦୪ ପଏଣ୍ଟ), ତୃତୀୟ ସ୍ଥାନରେ ଲିନ୍‌ ଡାନ୍‌ (୧୮ଟି ଟୁର୍ଣ୍ଣାମେଣ୍ଟରୁ ୭୫,୩୮୮ ପଏଣ୍ଟ), ଚତୁର୍ଥ ସ୍ଥାନରେ ଭିକ୍ଟର ଆକ୍ସଲେସନ୍‌ (୧୭ଟି ଟୁର୍ଣ୍ଣାମେଣ୍ଟରୁ ୭୨,୩୮୪ ପଏଣ୍ଟ) ଓ ପଞ୍ଚମ ସ୍ଥାନରେ ଜନ୍‌ ଓ ଜୋର୍ଜେନ୍‌ସେନ୍‌ (୧୬ଟି ଟୁର୍ଣ୍ଣାମେଣ୍ଟରୁ ୭୧,୭୦୨ ପଏଣ୍ଟ)  ରହିଛନ୍ତି।

Related story