ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ସିପ୍‌ର କ୍ୱାର୍ଟରରେ ସାଇନା

ଉହାନ: ଚୀନର ଉହାନରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ସିପ୍‌ର ମହିଳା ସିଙ୍ଗିଲ୍ସର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ବ୍ୟାଡ୍‌ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍। ସେ ଆଜି ଦ୍ୱିତୀୟ ରାଉଣ୍ଡରେ ଥାଇଲାଣ୍ଡର ନିଚାଓନ ଜିନ୍ଦାପୋଲଙ୍କୁ ୨୧-୧୪, ୨୧-୧୮ରେ ହରାଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି।  ଏହା ସହିତ ସାଇନା ନିଚାଓନଙ୍କୁ ୭ ସପ୍ତମ ଥର ପାଇଁ ହରାଇଛନ୍ତି। ଦୁହେଁ ପରସ୍ପରକୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଏଯାବତ ୭ ଥର ଭେଟି ଥିବା ବେଳେ ସବୁ ବାଜି ମାରି ନେଇଛନ୍ତି […]

saina

Rakesh Mallick
  • Published: Thursday, 28 April 2016
  • , Updated: 28 April 2016, 12:28 PM IST

ଉହାନ: ଚୀନର ଉହାନରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ସିପ୍‌ର ମହିଳା ସିଙ୍ଗିଲ୍ସର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ବ୍ୟାଡ୍‌ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍। ସେ ଆଜି ଦ୍ୱିତୀୟ ରାଉଣ୍ଡରେ ଥାଇଲାଣ୍ଡର ନିଚାଓନ ଜିନ୍ଦାପୋଲଙ୍କୁ ୨୧-୧୪, ୨୧-୧୮ରେ ହରାଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି।  ଏହା ସହିତ ସାଇନା ନିଚାଓନଙ୍କୁ ୭ ସପ୍ତମ ଥର ପାଇଁ ହରାଇଛନ୍ତି। ଦୁହେଁ ପରସ୍ପରକୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଏଯାବତ ୭ ଥର ଭେଟି ଥିବା ବେଳେ ସବୁ ବାଜି ମାରି ନେଇଛନ୍ତି ସାଇନା।

କ୍ୱାର୍ଟରରେ ସେ ଚୀନ୍‌ର ସିଜିଆନ୍ ୱାଙ୍ଗଙ୍କୁ ଭେଟିବେ।

ଅନ୍ୟପକ୍ଷରେ ମହିଳା ସିଙ୍ଗିଲ୍ସର ଅନ୍ୟ ଏକ ମ୍ୟାଚ୍‌ରେ ଭାରତର ପି.ଭି ସିନ୍ଧୁ ପରାଜିତ ହୋଇଛନ୍ତି। ସେ ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କଠାରୁ ୨୧-୧୩, ୨୦-୨୨ ଓ ୮-୨୧ରେ ହାରି ଯାଇଛନ୍ତି।

Related story