ନୂଆଦିଲ୍ଲୀ:ଗତ ସପ୍ତାହରେ ଭାରତ ଓପନ୍ ସୁପର ସିରିଜ୍ରେ ବିଫଳ ହେବା ଫଳରେ ବ୍ୟାଡ୍ମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ (ବିଡବ୍ଲ୍ୟୁଏଫ୍) ବିଶ୍ୱ ମାନ୍ୟତାରେ ତଳକୁ ଖସିଛନ୍ତି ଭାରତର ଦୁଇ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଓ କେ.ଶ୍ରୀକାନ୍ତ।
ସାଇନା ମହିଳା ବର୍ଗରେ ଷଷ୍ଠ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଖସିଥିବା ବେଳେ ପୁରୁଷ ବର୍ଗରେ ୧୦ମ ସ୍ଥାନରୁ ୧୪ତମ ସ୍ଥାନକୁ ଖସିଛନ୍ତି କେ.ଶ୍ରୀକାନ୍ତ। ସେହିପରି ପୁରୁଷ ଏକକ ବର୍ଗରେ ଭାରତର ଏଚ୍.ଏସ୍ ପ୍ରଣୟ ୧୯ ତମ ସ୍ଥାନରୁ ଖସି ୨୨ରେ ରହିଥିବା ବେଳେ ଅଜୟ ଜୟରାମ ୨୪ ସ୍ଥାନ ବଜାୟ ରଖିଛନ୍ତି।
ମହିଳା ଏକକ ବର୍ଗରେ ଭାରତ ପି.ଭି ସିନ୍ଧୁ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ୧୦ମ ସ୍ଥାନରେ ପହଞ୍ଚିଛନ୍ତି।