ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ମନୋମାଳିନ୍ୟ ଦୂର କରି ହାଇଦ୍ରାବାଦର ଗୋପୀଚାନ୍ଦ ଏକାଡେମୀରେ ଯୋଗ ଦେଇଛନ୍ତି ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ନେହୱାଲ। ଆଜିଠୁ ସେ ଏଠାରେ ଅଭ୍ୟାସ ଜାରି ରଖିବେ। ୨୦୧୪ରେ କୋଚ୍ ଗୋପୀଚାନ୍ଦଙ୍କ ସହ ମତଭେଦ ହେବା ପରେ ସାଇନା ଗୋପୀଚାନ୍ଦ ଏକାଡେମୀ ଛାଡ଼ି ଦେଇଥିଲେ। ଏହାପରେ ସେ ବାଙ୍ଗାଲୁରଠାରେ କୋଚ୍ ବିମଲ କୁମାରଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ। ବର୍ତ୍ତମାନ କୋଚ୍ ବିମଲଙ୍କ ସହ ତାଙ୍କର ମତଭେଦ ହୋଇଥିବା ଶୁଣିବାକୁ ମିଳୁଛି। ହେଲେ ସାଇନା ଗୋପୀଚାନ୍ଦ ଏକାଡେମୀରେ ଯୋଗ ଦେବା ପରେ ସେ ଖୁସି ଜାହିର କରିବା ସହ ପୁଣିଥିରେ ତାଙ୍କୁ ଏକାଡେମୀରେ ସ୍ଥାନ ମିଳିଥିବାରୁ ଗୋପିଚାନ୍ଦୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ପାଖାପାଖି ୩ବର୍ଷ ଧରି ବିମଲ କୁମାରଙ୍କ ଠାରୁ କୋଚିଂ ନେଇଆସିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି କୋଚ୍ ବିମଲ କୁମାରଙ୍କ ଠାରୁ କୋଚିଂ ନେବା ସମୟରେ ସେ ବିଶ୍ୱ ମାନ୍ୟତାରେ ଶୀର୍ଷ ସ୍ଥାନରେ ପହଞ୍ଚିଥିବା ସହ ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିୟନସିପରେ ସିଲଭର୍ ଓ ବ୍ରୋଞ୍ଜ ପଦକ ହାସଲ କରିବାର ସୌଭାଗ୍ୟଲାଭ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।