ଚେନ୍ନାଇ ପାଇଁ ଲଢ଼େଇ କଲେ କୁରାନ, କିନ୍ତୁ ଦଳ ୧୧୪ରେ ଅଟକିଲା

ଶାରଜା: ଚେନ୍ନାଇ ସୁପର କିଙ୍ଗସ ପାଇଁ ସାମ କୁରାନ ଲଢ଼େଇ କରିଥିଲେ ହେଁ ପୂରା ଟିମ୍‌ ମାତ୍ର ୧୧୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଜିତିବା ପାଇଁ ୧୧୫ ରନ୍‌ର ଟାର୍ଗେଟ ରହିଛି। ସାମ କୁରାନ ୫୨ ରନ୍‌ର ଇନିଂସ୍‌ ଖେଳି ଶେଷ ବଲ୍‌ରେ ଆଉଟ ହୋଇଥିଲେ ହେଁ ଅନ୍ୟ କୌଣସି ବ୍ୟାଟସମ୍ୟାନ ତାଙ୍କ ସାଥ ଦେଇ ନଥିଲେ। ଏହି କାରଣରୁ ଚେନ୍ନାଇ ଭଳି ଗୋଟିଏ ଶକ୍ତିଶାଳୀ […]

fgd

Hemant Lenka
  • Published: Friday, 23 October 2020
  • , Updated: 23 October 2020, 09:25 PM IST

ଶାରଜା: ଚେନ୍ନାଇ ସୁପର କିଙ୍ଗସ ପାଇଁ ସାମ କୁରାନ ଲଢ଼େଇ କରିଥିଲେ ହେଁ ପୂରା ଟିମ୍‌ ମାତ୍ର ୧୧୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଜିତିବା ପାଇଁ ୧୧୫ ରନ୍‌ର ଟାର୍ଗେଟ ରହିଛି। ସାମ କୁରାନ ୫୨ ରନ୍‌ର ଇନିଂସ୍‌ ଖେଳି ଶେଷ ବଲ୍‌ରେ ଆଉଟ ହୋଇଥିଲେ ହେଁ ଅନ୍ୟ କୌଣସି ବ୍ୟାଟସମ୍ୟାନ ତାଙ୍କ ସାଥ ଦେଇ ନଥିଲେ। ଏହି କାରଣରୁ ଚେନ୍ନାଇ ଭଳି ଗୋଟିଏ ଶକ୍ତିଶାଳୀ ଦଳ କେବଳ ୧୧୪ ରନ୍‌ କରିପାରିଛି।

ଆହତ କାରଣରୁ ଆଜି ମୁମ୍ବାଇର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି। ଏହି କାରଣରୁ କାଏରନ ପୋଲାର୍ଡ ଦଳ ନେତୃତ୍ୱ ନେଉଛନ୍ତି। ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ଠିକ୍‌ ସାବ୍ୟସ୍ତ କରି ପ୍ରଥମ ଓଭର୍‌ରୁ ୱିକେଟ ଝାଡ଼ିବା ଆରମ୍ଭ କରିଥିଲେ ଟ୍ରେଣ୍ଟ ବୋଲ୍ଟ। ସେ ଖାତା ଖୋଲିବା ପୂର୍ବରୁ ଇନିଂସ ଆରମ୍ଭ କରିଥିବା ଋତୁରାଜ ଗାଏକ୍ୱାଡଙ୍କୁ ପ୍ୟାଭିଲିନୟ ପଠାଇଥିଲେ।

ଏହାର ପରବର୍ତ୍ତୀ ଓଭର୍‌ରେ ଯଶପ୍ରୀତ ବୁମ୍ରା ୨ ରନ୍‌ କରିଥିବା ରାୟୁଡୁ ଓ ଜଗଦୀଶନ(୦)ଙ୍କୁ ଆଉଟ କରିଥିଲେ। ବୋଲ୍ଟ ମଧ୍ୟ ଡୁପ୍ଲେସିସି(୧)ଙ୍କୁ ଆଉଟ କରି ଚେନ୍ନାଇକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏକଦା ଚେନ୍ନାଇ ୩ ରନ୍‌ରେ ୪ଟି ୱିକେଟ ହରାଇଥିଲା। ଜାଡେଜା ଓ ଧୋନି ସ୍ଥିତି ସମ୍ଭାଳିବାକୁ ଚାହିଁଥିଲେ। ହେଲେ ବୋଲ୍ଟ ନିଜର ତୃତୀୟ ଓଭର୍‌ରେ ଜାଡେଜା(୭)ଙ୍କୁ ଆଉଟ କରିଥିଲେ।

୧୬ ରନ୍‌ କରିଥିବା ଧୋନିଙ୍କ ୱିକେଟ ରାହୁଲ ଚହର ନେଇଥିଲେ। ଦୀପକ ଚହର ବି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ତେବେ କୁରାନ ଶେଷ ଯାଏ ଲଢ଼େଇ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ ଓ ଚେନ୍ନାଇକୁ ୧୧୪ରେ ପହଞ୍ଚାଇଥିଲେ। ଇନିଂସ୍‌ର ଶେଷ ବଲରେ ହିଁ ବୋଲ୍ଟ ତାଙ୍କୁ ବୋଲ୍ଡ କରି ଏକ ସୁନ୍ଦର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

କୁରାନ ତାଙ୍କ ୫୨ ରନ୍‌ର ଇନିଂସ୍‌ରେ ୪ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର ୧୧ ଓ ଇମ୍ରାନ ତାହିର ଅପରାଜିତ ୧୩ ରନ୍‌ର ଇନିଂସ ଖେଳିଛନ୍ତି।

ମୁମ୍ବାଇ ପକ୍ଷରୁ ବୋଲ୍ଟ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ଓ ରାହୁଲ ଚହ ୨ଟି ଲେଖାଏ ୱିକେଟ ପାଇଛନ୍ତି। ସେହିପରି ନାଥନ କୁଣ୍ଟନାଇଲଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

Related story