ସାମ୍‌ସନ୍‌ ଶତକ ବେକାର, ହାଇଦ୍ରାବାଦକୁ ପ୍ରଥମ ବିଜୟ ଦେଲେ ୱାର୍ଣ୍ଣର୍‌

ହାଇଦ୍ରାବାଦ୍‌: ଅଷ୍ଟ୍ରେଲୀୟ କିମ୍ବଦନ୍ତୀ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ଇନିଂସ୍ ଆଗରେ ରାଜସ୍ଥାନ ରୟାଲ୍ସର ଯୁବ ତାରକା ସଞ୍ଜୁ ସାମସନ୍‌ଙ୍କ ଶତକ ଫିକା ପଡ଼ିଯାଇଛି। ଶୁକ୍ରବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ୨୦୧୯ର ଏକ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୫ ୱିକେଟ୍‌ରେ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ। ଏହାପୂର୍ବରୁ ହାଇଦ୍ରାବାଦ୍‌ ନିଜର ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଡ୍‌ ରାଇଡର୍ସଠାରୁ ପରାସ୍ତ ହୋଇଥିଲା। ୱାର୍ଣ୍ଣର ୩୭ଟି ବଲ୍‌ରେ ବିସ୍ଫୋରକ […]

e

Hemant Lenka
  • Published: Saturday, 30 March 2019
  • , Updated: 30 March 2019, 07:30 AM IST

ହାଇଦ୍ରାବାଦ୍‌: ଅଷ୍ଟ୍ରେଲୀୟ କିମ୍ବଦନ୍ତୀ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ଇନିଂସ୍ ଆଗରେ ରାଜସ୍ଥାନ ରୟାଲ୍ସର ଯୁବ ତାରକା ସଞ୍ଜୁ ସାମସନ୍‌ଙ୍କ ଶତକ ଫିକା ପଡ଼ିଯାଇଛି। ଶୁକ୍ରବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ୨୦୧୯ର ଏକ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୫ ୱିକେଟ୍‌ରେ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି।

ଏହା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ। ଏହାପୂର୍ବରୁ ହାଇଦ୍ରାବାଦ୍‌ ନିଜର ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଡ୍‌ ରାଇଡର୍ସଠାରୁ ପରାସ୍ତ ହୋଇଥିଲା। ୱାର୍ଣ୍ଣର ୩୭ଟି ବଲ୍‌ରେ ବିସ୍ଫୋରକ ୬୯ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ସାମସନ୍‌ଙ୍କ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୯୮ ରନ୍‌ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ୍‌ ମାତ୍ର ୧୯ ଓଭର୍‌ରେ ୫ ୱିକେଟ୍‌ ହରାଇ ୨୦୧ ରନ୍‌ କରି ନେଇଥିଲା। ଉଭୟ ବୋଲିଂ ଓ ବ୍ୟାଟିଂରେ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିବା ରଶିଦ୍‌ ଖାନ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ୧୯ ଓଭର୍‌ର ଶେଷ ବଲ୍‌ରେ ରଶିଦ୍‌ ଖାନ୍‌ ଏବ ବିଶାଳ ଛକା ମାରି ହାଇଦ୍ରାବାଦ୍‌କୁ ବିଜୟୀ କରାଇଥିଲେ।

ରାଜସ୍ଥାନ ରୟାଲ୍ସ ଦେଇଥିବା ୧୯୯ ରନ୍‌ ଟାର୍ଗେଟର ପିଛା କରୁଥିବା ହାଇଦ୍ରାବାଦ୍‌ ଦ୍ରୁତ ଆରମ୍ଭ କରିଥିଲା। ବିଶେଷ କରି ଓପନର ୱାର୍ଣ୍ଣର ରାଜସ୍ଥାନର ସବୁ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ତାଙ୍କୁ ଏଥିରେ ଅନ୍ୟତମ ଓପନର ଜନ୍ନି ବେୟାରଷ୍ଟୋ ଭରପୂର ସହଯୋଗ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୫୮ଟି ବଲ୍‌ରେ ୧୧୦ ରନ୍‌ ସଂଗ୍ରହ କରି ହାଇଦ୍ରାବାଦ୍‌ ବିଜୟକୁ ଏକ ପ୍ରକାରର ସୁନିଶ୍ଚିତ କରିଥିଲେ। ୱାର୍ଣ୍ଣର ୬୯ କରି ବେନ୍‌ ଷ୍ଟୋକ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଥିବା ବେଳେ ବେୟାରଷ୍ଟୋ ୨୮ ବଲ୍‌ରେ ୪୫ ରନ୍‌ କରି ଶ୍ରେୟସ ଗୋପାଲଙ୍କ ବଲ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲେ।

ଏହାପରେ ବିଜୟ ଶଙ୍କର ୧୫ ବଲ୍‌ରେ ୩୫ ଓ ଅଧିନାୟକ କେନ୍‌ ୱିଲମସନ୍‌ ୧୪ ରନ୍‌ର ଇନିଂସ୍‌ ଖେଳିଥିଲେ। ମନୀଷ ପାଣ୍ଡେ ୧ ରନ୍‌ କରିଥିବା ବେଳେ ୟୁସଫ ପଠାନ୍‌ ୧୬ ଓ ରଶିଦ୍‌ ଖାନ୍‌ ୧୫ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ହାଇଦ୍ରାବାଦ୍‌ ବିଜୟର ମୁଣ୍ଡି ମାରିଥିଲେ।

ରାଜସ୍ଥାନ ପକ୍ଷରୁ ଶ୍ରେୟସ ଗୋପାଲ ୩ଟି ୱିକେଟ୍‌ ନେଇଥିବା ବେଳେ ଷ୍ଟୋକ୍ସ ଓ ଜୟଦେବ ଉନାଡ୍‌କଟ୍‌ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।
ଏହାପୂର୍ବରୁ ରାଜସ୍ଥାନ ସଞ୍ଜୁ ସାମସନ୍‌ଙ୍କ ଅପରାଜିତ ୧୦୨ ଓ ଅଜିଙ୍କ୍ୟ ରାହଣେଙ୍କ ୭୦ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୨ ୱିକେଟ୍‌ ହରାଇ ୧୯୮ ରନ୍‌ କରିଥିଲା। ଏହା ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ପରାଜୟ। ଏହାପୁର୍ବରୁ ରାଜସ୍ଥାନ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ପଞ୍ଜାବ ଠାରୁ ପରାସ୍ତ ହୋଇଥିଲା।

Related story